ବନ୍ଧୁଗଣ ବର୍ତ୍ତମାନ ଇଣ୍ଟର୍ନେଟରେ କେବଳ ଗୋଟିଏ ଫିଲ୍ମ ନିଜର ଜଲ୍ବା ଦେଖାଉଛି ସେହି ଫିଲ୍ମଟି ହେଉଛି ‘ପୁଷ୍ପା’ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସୁପର ହିଟ ଫିଲ୍ମ ‘ପୁଷ୍ପା’ ରିଲିଜ ହେବା ପରେ ସମସ୍ତ ଫିଲ୍ମକୁ ଏହି ଫିଲ୍ମଟି ପଛରେ ରଖିଦେଇଛି । ଏହି ଫିଲ୍ମର ମୁଖ୍ୟ ଭୂମିକାରେ ସାଉଥର ସୁପର ଷ୍ଟାର ଅଲ୍ଲୁ ଅର୍ଜୁନ ଓ ଅଭିନେତ୍ରୀ ରଶ୍ମିକା ମନ୍ଦନା ନିଜର ଆସିଛନ୍ତି । ଫିଲ୍ମରେ ଅଲ୍ଲୁ ଅର୍ଜୁନ ନିଜ ଦମଦାର ଅଭିନୟର ପଦର୍ଶନ କରି ଦର୍ଶକ ମାନଙ୍କ ମନ ଜିତି ନେଇଛନ୍ତି ।

ଏହି ଫିଲ୍ମର ଡାଇଲଗ ହେଉ ବା ଗୀତ ସମସ୍ତେ ଏହି ଫିଲ୍ମରେ ଝୁମୁ ଛନ୍ତି । ସାରା ଯୁବପିଢୀ ପୁଷ୍ପା କ୍ରେଜରେ ବିଭର ହୋଇ ଉଠୁ ଥିବା ବେଳେ ବର୍ତ୍ତମାନ ଓଡିଆ ଇଣ୍ଡଷ୍ଟ୍ରି ଏହାର ଏକ ଗୀତକୁ ଓଡିଆ ଭର୍ସନରେ ଆଣିଛନ୍ତି । ବନ୍ଧୁଗଣ ପୁଷ୍ପା ଫିଲ୍ମ ଗୀତର ଓଡିଆ ଭର୍ସନ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଓ ଆଜି ଆମେ ଆପଣ ମାନଙ୍କୁ ଏହି ଓଡିଆ ଭର୍ସନ ଗୀତ ବିଷୟରେ କହିବାକୁ ଯାଉଛୁ ।
ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ । ‘ସାମୀ ସାମୀ’ ଗୀତର ଓଡିଆ ଭର୍ସନ ହେଉଛି ‘ସ୍ଵାମୀ ସ୍ଵାମୀ’ । ବର୍ତ୍ତମାନ ସ୍ଵାମୀ ସ୍ଵାମୀ ଗୀତଟି ଓଡିଶାରେ ଟ୍ରେଣ୍ଡ ହେବାକୁ ଲାଗିଛି । ଏବେ ଛକ ଛକରେ ପ୍ରତି ବ୍ୟାଣ୍ଡ ପାର୍ଟିରେ ବାଜୁଛି ଏହି ସ୍ଵାମୀ ସ୍ଵାମୀ ଗୀତଟି । ଏହି ଓଡିଆ ଗୀତଟି ଏବେ ଏତେ ଲୋକପ୍ରିୟ ହୋଇଛି ଯେ ଯେଉଁଠି ଶୁଣିବେ କିଏ ନା କିଏ ନିଶ୍ଚୟ ଏହି ଗୀତଟିକୁ ବଜାଉ ଥିବେ ।
ଓଡିଆ ଗାୟକ ହ୍ୟୁମାନ ସାଗର ଓ ଗାୟିକା ଅସୀମା ପଣ୍ଡା ଏହି ଗୀତରେ କଣ୍ଠଦାନ କରିଛନ୍ତି । ଆଉ ଏହି ଗୀତକୁ ନେଇ ଏବେ ଚର୍ଚ୍ଚା ଜୋର ସୋର ହେଉଛି । ଏହି ଗୀତର ଲିରିକ୍ସ ମଧ୍ୟ ବହୁତ ଭଲ ଅଛି ଯାହା ଲୋକ ମାନଙ୍କୁ ବେସ ପସନ୍ଦ ଆସିଛି ।

ଏହି ଗୀତଟି ଏବେ ସୋସିଆଲ ମିଡିଆରେ ସେନ୍ସେସନ ପାଲଟିଛି । ଉଭୟ ହ୍ୟୁମାନ ସାଗର ଓ ଅସୀମା ପଣ୍ଡା ଖୁବ ସୁନ୍ଦର ଭାବରେ ଏହି ଗୀତଟିକୁ ଗାଇଥିବାର ଆପଣ ମାନେ ଦେଖି ପାରୁଥିବେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡିଆ ସ୍ଵାମୀ ସ୍ଵାମୟ ଗୀତଟି କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

