Tapaswini ଙ୍କୁ ଡାକିଲେ ଶଶୁର, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ବହୁ ଚର୍ଚ୍ଚିତ ତପସ୍ୱିନୀ ଦାସ ଓ ଡା. ସୁମିତ ସାହୁଙ୍କ ମାମଲାର ଶୁଣାଣି କରି ଗଂଜାମ ଜିଲ୍ଲା ଦୌରା ଜଜଙ୍କ ଅଦାଲତ କାଲି ଗୁରୁତ୍ୱପୂର୍ଣ୍ଣ ରାୟ ପ୍ରକାଶ କରିଛନ୍ତି । ତପସ୍ୱିନୀ ବ୍ରହ୍ମାନଗର ସ୍ଥିତ ନିଜ ଶ୍ୱଶୁର ଘରେ ହିଁ ରହିବେ ବୋଲି ଅଦାଲତ ନିଜ ରାୟରେ କହିଥିବା ଓକିଲ ପ୍ରଦୀପ ବେହେରା ସୂଚନା ଦେଇଛନ୍ତି । ସେହିପରି ଡା. ସୁମିତ ନିଜ ସ୍ତ୍ରୀ ତପସ୍ୱିନୀଙ୍କୁ ପ୍ରତି ମାସରେ ୧୭ ହଜାର ଟଙ୍କା ଦେବେ ବୋଲି ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।

 

ସୂଚନାଯୋଗ୍ୟ ଯେ ପ୍ରେମ ବିବାହ କରିଥିବା ଛତ୍ରପୁର ଅଞ୍ଚଳର ତପସ୍ୱିନୀ ନ୍ୟାୟ ଦାବିରେ ଆଜକୁ ମାସେ ୧୨ ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗର ଦ୍ୱିତୀୟ ଗଲି ସ୍ଥିତ ନିଜ ଶ୍ୱଶୁର ଘର ସମ୍ମୁଖରେ ଧାରଣାରେ ବସିଛନ୍ତି । ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇ ୧୫ ଦିନ ହେବ ବ୍ରହ୍ମାନଗରରେ ୧୪୪ ଧାରା ଜାରି ରହିଛି । ତେବେ ତପସ୍ୱିନୀ ସପକ୍ଷରେ ରାୟ ପ୍ରକାଶ ପାଇବା ପରେ ବ୍ରହ୍ମପୁର ବ୍ରହ୍ମାନଗରଠାରେ ଥିବା ଶାଶୂଘର ସାମ୍ନାରେ ଏବେ ଲୋକମାନେ ରୁଣ୍ଡ ହୋଇଛନ୍ତି ।

କେତେବେଳେ ତପସ୍ୱିନୀଙ୍କ ଗୃହ ପ୍ରବେଶ ହେବ ତାହା ଉପରେ ସମସ୍ତଙ୍କ ନଜର ରହିଛି । ତେବେ ଏହାରି ମଧ୍ୟରେ ଶ୍ୱଶୁରଙ୍କ ପ୍ରତିକ୍ରିୟା ମଧ୍ୟ ସାମ୍ନାକୁ ଆସିଛି । ସେ କହିଛନ୍ତି ଯେ, ପ୍ରୋଟେକ୍ସନ ଅଫିସରଙ୍କୁ ମୁଁ ଘର ଦେଖେଇ ଦେଇଛି । ସେମାନେ ଘରକୁ ପୂରା ଭଲରେ ଦେଖିଲେ । ଜିଲ୍ଲା କୋର୍ଟଙ୍କ ରାୟକୁ ଆମେ ସମ୍ମାନ ଦେଉଛୁ କିନ୍ତୁ ତା’ ଉପରେ ଅପିଲ୍‌ ମଧ୍ୟ କରିବା ପାଇଁ ଚିନ୍ତା କରୁଥିବା ତପସ୍ୱିନୀଙ୍କ ଶ୍ୱଶୁର କହିଛନ୍ତି ।

କିନ୍ତୁ ତପସ୍ୱିନୀଙ୍କ ରହିବା ପାଇଁ ଆମେ ରୁମ୍‌ ଠିକ୍‌ କରିଛୁ । ହେଲେ ପୁଅ ସୁମିତ୍‌ଙ୍କ ସମ୍ପର୍କରେ ମୁହଁ ଖୋଲିଲେ ନାହିଁ ଶ୍ୱଶୁର । କେବଳ କହିଲେ, ସୁମିତଙ୍କ ଦେହ ଭଲ ନାହିଁ । ସେ ରେଷ୍ଟ ନେଉଛନ୍ତି । ହେଲେ କେଉଁଠି ରହୁଛନ୍ତି ଓ ତାଙ୍କ ପାଖରେ କିଏ ରହୁଛି ସେନେଇ କିଛି କହିଲେ ନାହିଁ ଯାହାକୁ ନେଇ ଏବେ ବେଶ୍‌ ଚର୍ଚ୍ଚା । କେବଳ ଏତିକି ନୁହେଁ ବରଂ ସେ କହିଛନ୍ତି କୋର୍ଟର ଅର୍ଡର କପି ମୁଁ ପଢିନାହିଁ ।

ଆମେ କିନ୍ତୁ ପୂରା ସହଯୋଗ କରୁଛୁ ଆଇନକୁ କିନ୍ତୁ ବେଡ଼ରୁମ ରେ ରହିବା କଥା କୁହାଯାଇନାହିଁ । ତେବେ ସେପଟେ ତପସ୍ୱିନୀ କହୁଛନ୍ତି ମୁଁ ସେହି ବେଡ଼ରୁମ ରେ ରହିବି ଯେଉଁଠି ଆଗରୁ ରହୁଥିଲି ଏବଂ ସେ କହିଛନ୍ତି କି ମୁଁ ମୋ ସ୍ୱାମୀ ର ବେଡ଼ରୁମ ରେ ତଳେ ମଧ୍ୟ ଶୋଇଯିବି । ତେବେ ଦେଖିବା ଆଗକୁ ପରିସ୍ଥିତି କଣ ରହୁଛି ଏବଂ ତପସ୍ୱିନୀ କେଉଁଠି ରହିବେ ।

Leave a Reply

Your email address will not be published. Required fields are marked *