‘ମୋ ଶ୍ୱଶୁର ହିଁ ଅସଲ ଭିଲେଏନ୍, ଧର୍ମ ସହିବନି’ କୋର୍ଟଙ୍କ ରାୟ ପରେ ବି ତୁଟୁନି Sumit-Tapaswini ବିବାଦ, ଏହାକୁ ନେଇ କଣ କହୁଛନ୍ତି ତପସ୍ଵିନୀ, ଦେଖନ୍ତୁ ଏହି Video

ବନ୍ଧୁଗଣ ତପସ୍ଵିନୀ ଓ ସୁମିତ ପାରିବାରିକ ମାମଲାରେ ଜିଲ୍ଲା କୋର୍ଟ ଗତ କାଲି ଏକ ବଡ ଶୁଣାଣି କରିଛନ୍ତି । ତେବେ ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ତପସ୍ଵିନୀ ନିଜ ଶଶୁର ଘରେ ରହିବେ । ଅନେକ କଷ୍ଟ ଓ ସଂଘର୍ଷ କରି ତପସ୍ଵିନୀଙ୍କ ତପସ୍ୟା ସଫଳ ହୋଇଛି । ବନ୍ଧୁଗଣ ଦୀର୍ଘ ଦୁଇ ମାସ ଧରି ଶଶୁର ଘର ସାମ୍ନାରେ ଧାରଣା ଦେଇ ବସିବା ପରେ ତପସ୍ଵିନୀଙ୍କୁ ନ୍ୟାୟ ମିଳିଛି । ତେବେ ଏହି ଲଢେଇଟି କେବଳ ତପସ୍ଵିନୀଙ୍କର ନୁହେଁ ସୁମିତଙ୍କର ମଧ୍ୟ ଥିଲା ।

ତଳ କୋର୍ଟର ରାୟ ଉପରେ ଅସନ୍ତୁଷ୍ଟ ପ୍ରକାଶ କରି ଉଭୟ ସୁମିତ ଓ ତପସ୍ଵିନୀ ଜିଲ୍ଲା କୋର୍ଟରେ ପିଟିସନ ଦାଖଲ କରିଥିଲେ । ପ୍ରଥମେ ଜିଲ୍ଲା କୋର୍ଟ ଗତ ଡିସେମ୍ବର ୨୭ ତାରିଖରେ ଏକ ଶୁଣାଣି କରିଥିଲା ଓ ତା ପରେ ଗତ କାଲି ଜିଲ୍ଲା କୋର୍ଟ ଏକ ବଡ ଶୁଣାଣି କରିଥିଲା । ଜିଲ୍ଲା କୋର୍ଟଙ୍କ ରାୟ ଅନୁଯାଇ ବର୍ତ୍ତମାନ ତପସ୍ଵିନୀ ନିଜ ଶଶୁର ଘରେ ରହିବେ । ହେଲେ ବନ୍ଧୁଗଣ କୋର୍ଟଙ୍କ ରାୟ ପରେ ବି ତୁଟୁନି ସୁମିତ୍ ତପସ୍ୱିନୀ ବିବାଦ ।

ସେପଟେ ସୁମିତଙ୍କ ପରିବାର ପକ୍ଷରୁ ଯେଉଁ ଘର ଦିଆଯାଉଛି ସେଠାରେ ରହିବାକୁ ରାଜି ନାହାନ୍ତି ବୋହୂ । ଏହାପରେ ହେବ କଣ ତାହାକୁ ନେଇ ସନ୍ଦିହାନ ସମସ୍ତେ ।ଏବେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ତପସ୍ଵିନୀଙ୍କର ଏକ ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । 

ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ସେ ବନ୍ଦୀ କରି ରଖିଥିବା କଥା ଯୋଉ କହୁଛନ୍ତି ସେଇଟା ଏପଟେ ଦୁଇଟି ପାଟିସନ ହୋଇଛି । ସେ ଦୁଇଟି ଯାକ ରୁମ ଗନ୍ଧିଆ ହୋଇ ରହିଛି କାରଣ ସେହି ଦୁଇଟି ରୁମ ହଷ୍ଟେଲ ରୁମ ଆଜ୍ଞା । ସେ ଯୋଉ କହୁଛନ୍ତି ସେଇଟା ବେଡରୁମ ତାଙ୍କୁ ଧର୍ମ ସହିବ ନାହିଁ ସେ ଏଭଳି କହୁଛନ୍ତି ମିଡିଆ ସାମ୍ନାରେ । ଏଇଟା ହେଉଛି ହଷ୍ଟେଲ ଆଉ ସେଇଟା ବି ହେଉଛି ହଷ୍ଟେଲ । ତେଣୁ ଆପଣ ମାନେ ଭାବନ୍ତୁ ହଷ୍ଟେଲ କେମିତି ହେଇଥିବ’ ।

ଆଗକୁ ତପସ୍ଵିନୀ କହିଛନ୍ତି-‘ମୁ ବାହା ହେବା ପରେ ଏଇଠିକି ଆସିଥିଲି ଅଧ ମାସ ରହିବା ପରେ ତା ପରେ ଯେଉଁ ଆଗାମୀ ଅଧ ମାସ ରହିଲା ଯେତେବେଳେ ତାଙ୍କ ପିସି ଆସିଲେ ସେତେବେଳେ ମତେ ଉପରେ ବନ୍ଦୀ କରି ରଖିଲେ’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜର ବୟାନ ଦେଇଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *