ଫୁଲରୁ ରସ ସରିଗଲା ପରେ….

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଡିମ୍ପଲ ଓ ସୁମିତ ଙ୍କ କେସ ସମ୍ବନ୍ଧରେ ନିଶ୍ଚିତ ଭାବରେ ଅବଗତ ଥିବେ । ଉଭୟ ପୂର୍ବରୁ ପ୍ରେମ ସମ୍ପର୍କ ରେ ଥିଲେ । କିନ୍ତୁ ପରେ ସୁମିତ ଡିମ୍ପଲ ଙ୍କୁ ବିବାହ କରିବାକୁ ଅରାଜି ହୋଇଥିଲେ । କିନ୍ତୁ ଡିମ୍ପଲ ଆଜି ବି ନିଜ ନ୍ୟାୟ ର ନିମନ୍ତେ ଲଢେ଼ଇ କରୁଛନ୍ତି ଏବଂ ଏହି କ୍ଷେତ୍ରରେ ତାଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ସମାଜସେବୀ ପ୍ରମିଳା । ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ପ୍ରକୃତି ର ନିୟମ କୁ କିଏ ବି ଅଟକାଇ ପାରିବ ନାହିଁ ।

ପ୍ରକୃତି ର ନିୟମ ରେ ଯେଉଁଠି ଫୁଲ ରୁ ରସ ସରିଗଲା ପରେ ଭଅଁର ପର କରିଦିଏ, ସେଠାରେ ମଣିଷ କଥା କହିବାର ବି କୌଣସି ମୂଲ୍ୟ ନାହିଁ । କାରଣ ମଣିଷ ତ ଜୀବ ଜଗତ ରେ ସବୁଠାରୁ ସ୍ୱାର୍ଥପର ଜୀବ ଟିଏ । ସ୍ୱାର୍ଥ ରେ ଟିକିଏ ବି ଆଞ୍ଚ ଆସିଲେ କାହାକୁ ଦୂର କରିବାକୁ ତାକୁ ବେଶୀ ସମୟ ଲାଗି ନଥାଏ । ଡିମ୍ପଲ ଓ ସୁମିତ ଙ୍କ ସମ୍ପର୍କ ମଧ୍ୟ ଏହିଭଳି କିଛି ପାଲଟି ଯାଇଛି ।

ପୂର୍ବରୁ ନିଜର ଅଲିଅଳି ସ୍ତ୍ରୀ କୁ ଟିକିଏ ମନ ଭରି ଦେଖିବା ପାଇଁ ଯିଏ ଦିନେ ରାତିରେ କମଳ ଭିତରେ ଘଣ୍ଟାଘଣ୍ଟା ଧରି କଥା ହେଉଥିଲା ଆଜି ସେ କିଭଳି ଆଇନ ର ଅନ୍ଧ ଗଳି ରେ ନିଜ ସ୍ତ୍ରୀ ଠାରୁ ସବୁ ଦିନ ପାଇଁ ଦୁରେଇ ଯିବାକୁ ଚେଷ୍ଟା କରୁଛି । ହେଲେ ଜହ୍ନ ଆସିଲେ ପୋଖରୀ ରେ ପଦ୍ମ ଫୁଟିବା ପରି ସୁମିତ ଙ୍କ ହୃଦୟ ରେ କେବଳ ଡିମ୍ପଲ ଏବଂ ଡିମ୍ପଲ ଙ୍କ ହୃଦୟ ରେ କେବଳ ସୁମିତ ।


ଏହବାଦ ଆମ ଭିତରେ ଆଉ କେହି ପଶି ପାରିବେ ନାହିଁ ।  ନ୍ୟାୟ ରେ ନଛୋଡବନ୍ଧା ଡିମ୍ପଲ ମଧ୍ୟ ସୁମିତ ଙ୍କୁ ପାଇବା ପାଇଁ ଜିଦ୍ ଧରି ବସିଛନ୍ତି । ତେବେ ନିଜର ନିଷ୍ଠା ପ୍ରେମ ପାଇଁ ମୃତ୍ୟୁ ମୁଖରୁ ଯମରାଜ ଙ୍କ କବଳ ରୁ ସତ୍ୟବାନ ଙ୍କୁ ସାବିତ୍ରୀ ଫେରାଇ ଆଣିବା ପରି ଅନ୍ୟ ଆଡ଼େ ଢଳି ଥିବା ମନକୁ ପୁଣିଥରେ ଫେରାଇ ଆଣିବାରେ କୋର୍ଟ ସହାୟତା କରୁଛି ନା ଏ ଫୁଲ ରୁ ସେ ଫୁଲ କୁ ଡେଉଁଥିବା ଭଅଁର ଭଳି ସୁମିତ ଅନ୍ୟ କାହାକୁ ବିବାହ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।


ତେବେ ଆଶା କରୁଛୁ ଆପଣ ମାନଙ୍କୁ ଏହି ସମ୍ବନ୍ଧରେ ଜାଣି ନିଶ୍ଚିତ ଭାବରେ ପସନ୍ଦ ଆସିଥିବ । ଏହି ସମ୍ବନ୍ଧରେ ଆପଣଙ୍କ ମତାମତ କଣ ରହିଛି ତାହା ଆମକୁ ନିଶ୍ଚିତ ଭାବରେ ଜଣାଇବେ । ଆଗକୁ ଆମ ସହିତ ରହିବା ପାଇଁ ଆମ ପେକୁ ଲାଇକ ଓ ଫଲୋ କରନ୍ତୁ , ଧନ୍ୟବାଦ ।

Leave a Reply

Your email address will not be published. Required fields are marked *