ପିଲାଟି ନନଷ୍ଟପ୍ କହୁଛି, ଆଉ ଯାହା କହୁଛି ଶୁଣିଲେ ଆପଣ ପ୍ରଶଂସା ନ କରି ରହି ପାରିବେନି, ଦେଖନ୍ତୁ ଏହି Video

ବନ୍ଧୁଗଣ, ଆଜିର ଯୁଗ ବହୁତ ଆଧୁନିକ ହୋଇସାରିଲାଣି । ଆଜି ଆମେ ଆପଣଙ୍କୁ ଜଣାଇବୁ ଏକ ଛୋଟ ପିଲା ବିଷୟରେ ଯିଏ ପାଠ ପଢ଼ିବା ସହିତ କାମ ମଧ୍ୟ କରୁଛି । ଯେଉଁ ବୟସରେ ପାଠ ପଢ଼ିବା କଥା ସେହି ବୟସରେ ପିଲାଟି ଚାହା ବିକି ନିଜ ଗୁଜୁରାଣ ମେଣ୍ଟାଉଛି । ଦେଖନ୍ତୁ ଏହି କୁନି ପିଲାକୁ କେଉଁଭଳି ଭାବରେ ସେ ମି-ଡ଼ି-ଆ ସାମନାରେ ନନଷ୍ଟପ କହି ଚାଲିଛି । ପିଲାଟି କହୁଛି ଯେ, କଷ୍ଟ କ’ଣ ପାଇଁ ଲାଗିବ ? କଷ୍ଟ କଲେ ଯାଇ କୃଷ୍ଣ ମିଳିଥାନ୍ତି ।

ଆଜିଭଳି କରୋନା ମହାମାରୀ ସମୟରେ ମଧ୍ୟ ପୋଲିସ ମାନେ ଗରିବ ଲୋକଙ୍କ ଠାରୁ ୨୦୦ କି ୫୦୦ ଟଙ୍କା ଫାଇନ ନେଇ ଯାଉଛନ୍ତି । ଯେଉଁ ଲୋକ ଦିନକୁ ୨୦୦ ଟଙ୍କା ରୋଜଗାର କରୁଥିବ ସେହି ଲୋକ କେମିତି ୫୦୦ ଟଙ୍କା ଫାଇନ ଦେବ ? ଯଦି ସେ ଦିନ ସାରା କାମ କରି ୫୦୦ ଟଙ୍କା ରୋଜଗାର କରୁଛି ତେବେ ଫାଇନ ଅନୁସାରେ ଯଦି ପୋଲିସ ମାନେ ୧୦୦୦ ନେବେ । ତାହେଲେ ସେହି ଲୋକ ଏତେ ପଇସା କେଉଁଠାରୁ ଆଣିବ ? କେଉଁ ମୁହଁ ନେଇ ଘରକୁ ଯିବ ?

କାହାକୁ ମୁହଁ ଦେଖାଇବ ? ଯଦି ବି ମୁହଁ ନ ଦେଖାଇ ପାରିଲା ତାଙ୍କୁ କେହି କିଛି ନ କୁହନ୍ତୁ ତଥାପି ତାଙ୍କ ମନ ଭିତରେ ସେ କ’ଣ ଭାବୁଥିବେ ? କରୋନା ଆରମ୍ଭ ହେବା ସମୟ ରୁ ଲୋକମାନେ ବହୁତ ହଇରାଣ ହୋଇ ଚାଲିଛନ୍ତି । ଏହି ସମୟରେ ଗରିବ ଶ୍ରେଣୀର ଲୋକମାନଙ୍କୁ ପୋଲିସ ମାନଙ୍କର ଏହିଭଳି ଅତ୍ୟାଚାର କୁ ସହ୍ୟ କରିବା ବହୁତ କଷ୍ଟସାଧ୍ୟ ହେଇ ଯାଉଛି ।

ଏହି ସମୟ ରେ ପୋଲିସ ମାନେ ଜନତା ଙ୍କ ସେବା କରିବା ବଦଳରେ ତାଙ୍କୁ ଲୁଟୁଛନ୍ତି । ମୁନସିପାଲଟି ର ଲୋକ ଯାଇ ଫୁଟଫାତ ରୁ ଗରିବ ଲୋକଙ୍କୁ ଉଠାଇ ଦେଉଛନ୍ତି । ଫୁଟଫାତ ରେ କୌଣସି ଜିନିଷ ବିକ୍ରି କରାଇ ଦେଉନାହାନ୍ତି । ସେହି ଜାଗାରୁ ଉଠାଇ ଦେଉଛନ୍ତି । ଯଦି ବି ଉଠାଇ ଦେଉଛନ୍ତି ତାହେଲେ ଆମ ପାଇଁ କିଛି ବ୍ୟବସ୍ଥା କରାଯାଉ କିନ୍ତୁ ତାହାବି କରୁ ନାହାନ୍ତି । ଖାଲି ସରକାର ସରକାର କହିଲେ କିଛି ହେବନି ।

କେହି କିଛି କରୁ ନାହାନ୍ତି ବୋଲି ଏହି ଛୋଟ ପିଲାଟି ନନଷ୍ଟପ କହି ଚାଲିଛି । ପିଲାଟି ତାହାର ନିଜ ଦୋକାନ ସକାଳ ୬ ରୁ ରାତି ୧୨ ଯାଏଁ ଖୋଲା ରଖୁଛି ତାହା ଦୋକାନ ହେଉଛି ପିଲାଟିର ସାଇକେଲ । ଏହାକୁ ନେଇ ବ୍ୟବସାୟ କରୁଛି ଅର୍ଥାତ ଚାହା ବୁଲି ବୁଲି ବିକୁଛି । ଏବଂ ଏହା ସହ ସନ୍ଧ୍ୟା ୬ ରୁ ୮ ଟା ଯାଏଁ ସେ ପାଠ ମଧ୍ୟ ପଢୁଛି । ଭଗବାନ ପିଲାଟିର ମନୋବଳ ଦୃଢ କରନ୍ତୁ । ସତରେ ପିଲାଟିର ଏଭଳି କଥା ଶୁଣି ଲାଗୁଛି ଯେମିତି ପରିସ୍ଥିତି ସବୁକିଛି ଶିଖାଇ ଦିଏ । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣ ମାନଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *