ପ୍ରମୋଦ ସାହୁଙ୍କ ଘରୁ କୌଣସି ମୁହୂର୍ତ୍ତରେ ବି Tapaswni ଙ୍କୁ ଉଠେଇ ନେଇପାରେ ପୋଲିସ୍ ହେଲେ କାହିଁକି ?

ବନ୍ଧୁଗଣ ଦୀର୍ଘ ଏକ ମାସ ଧରି ଦାଣ୍ଡରେ ଧାରଣା ଦେବା ପରେ ଆଜି ଜନସାଧାରଣ ତାଙ୍କୁ ଦାଣ୍ଡରୁ ଉଠାଇ ପିଣ୍ଡାରେ ବସାଇ ଛନ୍ତି । ହେଲେ ବନ୍ଧୁଗଣ ଏହାରି ମଧ୍ୟରେ ଗୋଟେ ବଡ ପ୍ରଶ୍ନ ସାମ୍ନାକୁ ଆସୁଛି ତପସ୍ଵିନୀଙ୍କୁ ପୋଲିସ ଉଠାଇ ନେବ ନାହିଁ ତ । ବର୍ତ୍ତମାନ ଝୁଲୁଚି ତପସ୍ଵିନୀଙ୍କ ଭାଗ୍ୟ ଓ ଏହାରି ମଧ୍ୟରେ ଗୋଟେ ବଡ ଝଟକା ଦେଇଛନ୍ତି ଏସଡିଜିଏମ କୋର୍ଟ । କୋର୍ଟରେ ଆବେଦନ କରାଯାଇଥିବା ପିଟିସନକୁ ଅଗ୍ରାହ୍ୟ କରିଦେଇଛନ୍ତି ମାନ୍ୟବର ଏସଡିଜିଏମ କୋର୍ଟ ।

ତପସ୍ଵିନୀ ପିଟିସନ ଦେଇଥିଲେ ଯେ, ତାଙ୍କୁ ସେହି ଘରେ ରହିବାର ଅନୁମତି ଦିଆଯାଉ ହେଲେ ମାନ୍ୟବର ଏସଡିଜିଏମ କୋର୍ଟ ତପସ୍ଵିନୀଙ୍କ ଏହି ଆବେଦନକୁ ଖାରଜ କରିଦେଇଛନ୍ତି ଅର୍ଥାତ ପ୍ରମୋଦ ସାହୁଙ୍କ ଘରେ ତପସ୍ଵିନୀ ରହିପାରିବେ ନାହିଁ । ହେଲେ ବାସ୍ତବରେ ତପସ୍ଵିନୀ ଦାଣ୍ଡଊ ଉଠି ପ୍ରମୋଦ ସାହୁଙ୍କ ଘର ପିଣ୍ଡାରେ ବସିଛନ୍ତି ଏବଂ ଏହା ସହିତ ତପସ୍ଵିନୀ ଘର ଭିତରେ ପ୍ରବେଶ ବି କରିସାରିଛନ୍ତି ।

ପିଟିସନ ଖାରଜ ହେବା ପରେ ବର୍ତ୍ତମାନ ତପସ୍ଵିନୀ ଜିଲ୍ଲା କୋର୍ଟର ଦ୍ଵାରସ୍ତ ହୋଇଛନ୍ତି । ଜନସାଧାରଣଙ୍କୁ ତପସ୍ଵିନୀ ଅନୁରୋଧ କରୁଛନ୍ତି ଘରର ଦ୍ଵିତୀୟ ଗେଟ ଭାଙ୍ଗି ତାଙ୍କୁ ରୁମ ଭିତରେ ପୂରେଇବା ପାଇଁ । ତେବେ ଏଭଳି ପରିସ୍ଥିତିରେ ତପସ୍ଵିନୀଙ୍କୁ ଘରୁ ଉଠାଇ ବାହାରକୁ ଆଣିବା ପାଇଁ କୋର୍ଟ ପୋଲିସକୁ ଆଦେଶ ଦେଇ ପାରନ୍ତି । ଅନ୍ୟ ପକ୍ଷରେ ପ୍ରମୋଦ ସାହୁ ଭିଡିଓ ଓ ଅଡିଓ କଲ୍ ମାଧ୍ୟମରେ ଦର୍ଶାଇ ଛନ୍ତି ଯେ, ତାଙ୍କ ପ୍ରତି ଏବଂ ତାଙ୍କ ପରିବାର ପ୍ରତି ବିପଦ ଅଛି ।

ତେବେ ଏଭଳି ପରିସ୍ଥିତିରେ କଣ ପନ୍ଥା ଅବଲମ୍ବନ କରିବ ପୋଲିସ ତାହା ଜଣା ପଡି ନାହିଁ । ଯଦି ପୋଲିସ ପ୍ରମୋଦଙ୍କ ଘରୁ ତପସ୍ଵିନୀଙ୍କୁ ଉଠାଇ ନିଏ ତା ହେଲେ ଛାଡିବ କେଉଁଠି କାରଣ ଏ ଯାଏଁ ଏସଡିଜିଏମ ଦେଇଥିବା ପ୍ରଥମ ରାୟ ଉପରେ କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନାହାନ୍ତି ସୁମିତ । ଅନ୍ୟ ପକ୍ଷରେ ଏହି ରାୟକୁ ଚ୍ୟାଲେଞ୍ଜ କରି ଜିଲ୍ଲା କୋର୍ଟରେ ପିଟିସନ ଫାଇଲ କରିବେ ବୋଲି ସୁମିତଙ୍କ ଓକିଲ କହିସାରିଛନ୍ତି । ତେବେ ଏଠାରେ ଗୋଟେ କଥା ବୁଝି ହେଉ ନାହିଁ ଯେ କୋର୍ଟର ରାୟକୁ କିଏ ମାନୁଛି ଓ କିଏ ଅବମାନନା କରୁଛି ।

 

୭ ଦିନ ଭିତରେ ଭଡା ଘର ଖୋଜିବା କଥା ହେଲେ ଏ ପର୍ଯ୍ୟନ୍ତ ସୁମିତ ଭଡା ଘର ଖୋଜି ନାହାନ୍ତି । ତେବେ ବନ୍ଧୁଗଣ ବର୍ତ୍ତମାନ ପ୍ରଶ୍ନ ଉଠୁଛି ତପସ୍ଵିନୀ ରହିବେ କେଉଁଠି । ବନ୍ଧୁଗଣ ଏବେ ଅପେକ୍ଷା ୨୭ ତାରିଖକୁ, ୨୭ ତାରିଖରେ ନିର୍ଧାରିତ ହେବ ତପସ୍ଵିନୀଙ୍କ ଭାଗ୍ୟର ଫେସେଲା । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *