Tapaswini-Sumit ବିବାହ ବିବାଦରେ Tapaswini ଙ୍କୁ ବଡ ଝଟକା SDJM Court ନେଲେ ଏହି ବଡ ନିସ୍ପତି

ବନ୍ଧୁଗଣ ବର୍ତ୍ତମାନ ସୋସିଆଲ ମିଡିଆ ଓ ସମସ୍ତ ସ୍ଥାନରେ କେବଳ ଗୋଟିଏ ଖବର ତପସ୍ଵିନୀ ଏବଂ ସୁମିତ ପାରିବାରିକ ବିଚ୍ଛେଦ ମାମଲା । ଦୀର୍ଘ ଏକ ମାସ ହେବ ଏହି ମାମଲାର କୌଣସି ସମାଧାନ ବାହାରି ପାରୁ ନାହିଁ ଅନ୍ୟ ପକ୍ଷରେ ଏହି ମାମଲାଟି ଦିନକୁ ଦିନ ବିଗିଡିବାରେ ଲାଗିଛି । ବନ୍ଧୁଗଣ ଆଗରୁ କେବଳ ତପସ୍ଵିନୀ ନ୍ୟାୟ ପାଇଁ ଲଢେଇ କରୁଥିଲେ ଓ ତାଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିଲା ଏବେ ମଧ୍ୟ ତାଙ୍କ ସଂଘର୍ଷ ଜାରି ଅଛି ।

କିନ୍ତୁ ବର୍ତ୍ତମାନ ସୁମିତଙ୍କୁ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଛି । ବର୍ତ୍ତମାନ ତପସ୍ଵିନୀଙ୍କ ସହ ଜନସାଧାରଣ ମାନଙ୍କ ସମର୍ଥନ ଅଛି ଓ ଓଡିଶା ବାସୀ ମାନେ ତପସ୍ଵିନୀଙ୍କ ନ୍ୟାୟ ପାଇଁ ତାଙ୍କୁ ସପୋର୍ଟ କରିଛନ୍ତି ।ତେବେ ଗତ ୧୯ ତାରିଖ ଦିନ ଏସଡିଜେମ ନିଜର ପୁରୁଣା ରାୟ ପୁନର୍ବାର ଶୁଣାଇଥିଲେ ତେଣୁ ବର୍ତ୍ତମାନ ଜିଲ୍ଲା କୋର୍ଟରେ ତପସ୍ଵିନୀ ଅପିଲ କରିଛନ୍ତି ଯାହାର ଶୁଣାଣି ଆସନ୍ତା ୨୭ ତାରିଖରେ ହେବାକୁ ଯାଉଛି ।

ଏସଡିଜିଏମଙ୍କ ରାୟ ଶୁଣିବା ପରେ ସ୍ଥାନୀୟ ଲୋକମାନେ ଉତ୍ତେଜିତ ହୋଇ ଯାଇଥିଲେ ଓ ପ୍ରମୋଦ ସାହୁଙ୍କ ଘର ଗେଟ ଭାଙ୍ଗି ଦେଇଥିଲେ । ଅନ୍ୟ ପକ୍ଷରେ ସୁମିତଙ୍କ ଛୁଟିର ଅବଧି ଶେଷ ହୋଇଛି ଏହା ସତ୍ବେ ସୁମିତ ଏବେ ସୁଧା ବାଲିସୁରା ସ୍ୱାସ୍ଥ୍ୟ କେନ୍ଦ୍ରରେ ଯୋଗ ଦେଇନଥିବାର ସୂଚନା ମିଳିଛି । ଏବେ ମାମଲା ପରେ ମାମଲା ରୁଜୁ ହେବାରେ ଲାଗିଛି ଏହା ସହିତ ପିଟିସନ ଉପରେ ମଧ୍ୟ ପିଟିସନ ଫାଇଲ ହେବାରେ ଲାଗିଛି ଏତେ ଦିନ ହେବା ସତ୍ବେ ଏହି ମାମଲାର କୌଣସି ସମାଧାନ ବାହାରୁ ନାହିଁ ।

ତପସ୍ଵିନୀଙ୍କ ଓକିଲ ଗତ ୧୭ ତାରିଖ ଦିନ ଏହି ମାମଲା ଶେଷ ହେବା ପର୍ଯ୍ୟନ୍ତ ତପସ୍ଵିନୀ ତାଙ୍କ ଶାଶୁ ଘରେ ରହିବେ ବୋଲି କୋର୍ଟକୁ କହିଥିଲେ ହେଲେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଥିଲେ । ଏସଡିଜିଏମ ତାଙ୍କ ଆବେଦନକୁ ଖାରଜ କରିବା ପରେ ତପସ୍ଵିନୀଙ୍କ ଓକିଲ ଜିଲ୍ଲା କୋର୍ଟରେ ଏସଡିଜିଏମଙ୍କ ରାୟକୁ ଚ୍ୟାଲେଞ୍ଜ କରି ପିଟିସନ ଫାଇଲ କରିଛନ୍ତି ।

ବନ୍ଧୁଗଣ ତପସ୍ଵିନୀଙ୍କୁ ନ୍ୟାୟ ମିଳୁ ବୋଲି ବର୍ତ୍ତମାନ ସାରା ଓଡିଶା ବାସୀ ଚାହୁଁଛନ୍ତି । ଏହି ମାମଲାଟି ବର୍ତ୍ତମାନ ବ୍ୟକ୍ତିଗତ ହୋଇଯାଇଛି । ଅନେକ ଲୋକ ଏହି ମାମଲାକୁ ନେଇ ନିଜର ପ୍ରତିକ୍ରିୟା ଦେଉଛନ୍ତି ଅଧିକାଂଶ ଲୋକ ସୁମିତଙ୍କ ବିରୋଧରେ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ବର୍ତ୍ତମାନ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *