ବନ୍ଧୁଗଣ ସୁମିତ ଓ ତପସ୍ଵିନୀ ବିଚ୍ଛେଦ ମାମଲାରେ ପ୍ରତିଦିନ କିଛି ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଥିଲା ଏବେ ପ୍ରତି ଘଣ୍ଟାରେ ନୂଆ ନୂଆ ଟ୍ଵିଷ୍ଟ ସାମ୍ନାକୁ ଆସୁଛି । ପ୍ରଥମେ ସୁମିତ ତପସ୍ଵିନୀଙ୍କ ଭିଡିଓ ଛାଡିଲେ ତା ପରେ ତପସ୍ଵିନୀ ସୁମିତଙ୍କ ଅଡିଓ ଛାଡିଲେ । ଏହା ପରେ ଏବେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଏକ ବଡ ବୟାନ ଦେଇଛନ୍ତି । ବନ୍ଧୁଗଣ ତପସ୍ଵିନୀଙ୍କୁ ବର୍ତ୍ତମାନ ଜନସାଧାରଣଙ୍କ ସମର୍ଥନ ମିଳୁଛି ।
ତେବେ ଅଗରୁ ହିଁ ତପସ୍ଵିନୀ ନିଜ ସ୍ଵାମୀ ଓ ତାଙ୍କ ଶାଶୁ ଘର ବିରୋଧରେ ଭ୍ରୁ-ଣ ହତୟା ଅଭିଯୋଗ କରିଥିଲେ । ତେବେ ବନ୍ଧୁଗଣ ଗତ କିଛି ସମୟ ତଳେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ଏହି ମାମଲା ଉପରେ ଏକ ବଡ ବୟାନ ଦେଇଛନ୍ତି ଓ ଆଜି ଆମେ ଆପଣ ମାନଙ୍କୁ ତପସ୍ଵିନୀଙ୍କ ଏହି ବଡ ବୟାନ ବିଷୟରେ କହିବାକୁ ଯାଉଛୁ ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖବର ବିଷୟରେ ।
ଗତ କିଛି ସମୟ ତଳେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସୁ ନିଜର ଏକ ଫଟୋ ଦେଖାଇ ଥିଲେ । ସେହି ଫଟୋରେ ତପସ୍ଵିନୀ ନିଜ ଶାଶୁ ଘରେ ସୋଇଥିବାର ନଜର ଆସୁଛନ୍ତି । ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି କହିଛନ୍ତି-‘ସେଇଟା ହେଉଛି ମୋର ଆବୋସନର ଫଟୋ ଯାହା କି ଘରେ ରହିକି ହୋଇଥିଲା । ଆପଣ ମାନେ ଦେଖି ପାରୁଥିବେ ସେଇଟା ହେଉଛି 2020 ମସିହାର ଯେତେବେଳେ ମୁ ପ୍ରେଗନେଣ୍ଟ ଥିଲି’ ।
ଆଗକୁ ତପସ୍ଵିନୀ କହିଛନ୍ତି-‘ସେତେବେଳେ ମୋର ଆବୋସନ କରଯାଇଥିଲା । ପ୍ରଥମେ ମୋତେ ଗୋଟେ ମୁଣ୍ଡ ବିନ୍ଧା ମେଡ଼ିସିନ ଦେଇଥିଲେ ତା ପରେ ମୋର ଆବୋସନ ହୋଇଥିଲା । ସମସ୍ତେ ଦେଖି ଜାଣି ପାରୁଥିବେ ଆଉ ଯେଉଁ ମାନେ ଜାଣି ପାରୁ ନାହାନ୍ତି ମୁ ସେମାନଙ୍କୁ କହିବାକୁ ଚାହୁଁଛି ସେହି ଫଟୋଟି ହେଉଛି ଏହି ଘରେ ଥିବା ସମୟର । ମୋତେ କିଛି ନକହି ମୋ ସ୍ଵାମୀ ଯେହେତୁ ଜଣେ ଡାକ୍ତର ସେ ଆବୋସନ କରିଥିଲେ’ ।
ଆଗକୁ ତପସ୍ଵିନୀ କହିଛନ୍ତି-‘ଆବୋସନ କରିବା ପରେ ସେମାନେ ମୋତେ କହିଥିଲେ ଏବେ ସୋସିଆଲ ମ୍ୟାରେଜ ହୋଇ ନାହିଁ ଏଇଟା ଠିକ ହେବ ନାହିଁ ସବୁ ଖରାପ ଭାବିବେ ବାସ ଏତିକି । ମୁ ଆଗରୁ ହିଁ ଏହି ମାମଲାକୁ ଅଭିଯୋଗ କରିଥିଲି’ । ତା ହେଲେ ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ଗଣମାଧ୍ୟମ ସାମ୍ନାକୁ ଆସି ନିଜ ଆବୋସନ ସମୟର ଫଟୋ ସେୟାର କରିଛନ୍ତି ଓ ନିଜ ସ୍ଵାମୀ ଏବଂ ଶାଶୁ ଘର ବିରୋଧରେ ପ୍ରମାଣ ସହ ସାଂଘାତିକ ଅଭିଯୋଗ କରିଛନ୍ତି । ତେବେ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।