ନମସ୍କାର ବନ୍ଧୁଗଣ ତେବେ ତେବେ ଆପଣ ମାନେ ଜାଣିଥିବେ କି କିଛିଦିନ ହେବ ତପସ୍ୱିନୀ ନାମକ ଜଣେ ଝିଅ ନିଜର ଅଧିକାର ଏବଂ ନିଜ ସ୍ୱାମୀ ଙ୍କୁ ପାଇବା ପାଇଁ ୧୧ ଦିନ ହେବ ଶ୍ୱଶୁର ଘର ଆଗରେ ଧାରଣାରେ ବସିଛନ୍ତି ତପସ୍ୱିନୀ । ତେବେ ସୂଚନାଯୋଗ୍ୟ ଯେ ଡାକ୍ତର ପ୍ରମୋଦଙ୍କ ପରିବାର ବିରୋଧରେ ଅଭିଯୋଗ ଆଣି ଡିମ୍ପଲ କହିଛନ୍ତି ତାଙ୍କ(ପ୍ରମୋଦ ସାହୁ)ସାନ ପୁଅ ଡାକ୍ତର ସୁମିତ ସାହୁଙ୍କୁ ସେ ୨୦୨୦ ସେପ୍ଟେମ୍ବର ୭ ତାରିଖରେ କୋର୍ଟ ମ୍ୟାରେଜ୍ କରିଥିଲେ ।
ଶ୍ୱଶୁର ଘର ଲୋକେ ପୁଣି ବୈଦିକ ରୀତିରେ ବିବାହ କରାଇବାର ମିଛ ପ୍ରତିଶ୍ରୁତି ଦେଇ ତାଙ୍କୁ ବାପ ଘରକୁ ପଠାଇ ଦେଇଥିଲେ । ଏହାପରେ ଶ୍ୱଶୁର ଘର ଲୋକେ ତାଙ୍କୁ ଠକି ଚାଲିଛନ୍ତି । ବିବାହ ପାଇଁ ଦୁଇ ଦୁଇଟି ତାରିଖ ଦେଇ ବି କଥା ରଖିନଥିବାରୁ ସେ ଶ୍ୱଶୁର ଘର ସାମ୍ନାରେ ଧାରଣା ଦେଇଛନ୍ତି ବୋଲି ଡିମ୍ପଲ(ତପସ୍ୱିନୀ) କହିଛନ୍ତି । ତେବେ ବର୍ତ୍ତମାନ ଦେଖିବାର ଅଛି କି ତପସ୍ୱିନୀ ଙ୍କୁ କେବେ ମିଳୁଛି ନ୍ୟାୟ ଏବଂ ସେ କେବେ ନିଜ ଶାଶୂ ଘରକୁ ଯାଉଛନ୍ତି ।
ତେବେ ନିଜ ସ୍ୱାମୀଙ୍କ ସହିତ ରହିବା ଏବଂ ନିଜ ଅଧିକାର ପାଇଁ ଲଢ଼େଇ ମଧ୍ୟରେ ଆଉ ଏକ ନୂଆ ମୋଡ଼ ଆସିଛି । ଗତ କିଛି ଦିନ ଧରି ଏପରି ଘଟଣା ଶୁଣା ଯାଇଥିଲା ଯେଉଁଥିରେ ତପସ୍ୱିନୀ ଙ୍କ ସ୍ୱାମୀ ଥାନାରେ ତପସ୍ୱିନୀ ଙ୍କ ନାମରେ ଅଭିଯୋଗ କରିଥିଲେ । କିନ୍ତୁ ଘଟଣା କୋର୍ଟ କୁ ଯିବା ପରେ ପରେ ସମସ୍ୟାର ସମାଧାନ ପାଇଁ ଉଭୟ ପତି ପତ୍ନୀ ଙ୍କୁ ଡକେଇ ପଠା ଯାଇଥିଲା ।
ବର୍ତ୍ତମାନ ମିଳିଥିବା ସୂଚନା ଅନୁଯାୟୀ ତପସ୍ୱିନୀ ପୁଣିଥରେ କୋର୍ଟ ରୁ କାନ୍ଦି କାନ୍ଦି ଫେରିଥିବା କଥା ଶୁଣା ଯାଉଛି । ତପସ୍ୱିନୀ ଅର୍ଥାତ ଡିମ୍ପଲଙ୍କ ଓକିଲ ଏନେଇ ଗଣମାଧ୍ୟମ କୁ ବୟାନ ଦେଇଛନ୍ତି ଯେ ତପସ୍ୱିନୀ ଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି କହିଛନ୍ତି । ଡିମ୍ପଲଙ୍କ ଓକିଲ ଙ୍କ ଅନୁଯାୟୀ ତପସ୍ୱିନୀ ଙ୍କୁ ଏବଂ ତାଙ୍କ ସ୍ୱାମୀ ଙ୍କୁ କୋର୍ଟ କୁ କାଉନସେଲିଂ ପାଇଁ ଡକାଯାଇଥିଲା । ଉଭୟ ପତି ପତ୍ନୀ ମଧ୍ୟ କୋର୍ଟରେ ହାଜର ହୋଇଥିଲେ ।
ତେବେ କାଉନସେଲିଂ ସମୟରେ କେବଳ ତପସ୍ୱିନୀ , ତାଙ୍କ ସ୍ୱାମୀ ଏବଂ ବିଚାରପତି ଙ୍କୁ ବସିବାକୁ ଅନୁମତି ମିଳିଥିଲା । ଅନ୍ୟ କୌଣସି ଓକିଲ ଙ୍କୁ ସେଠାରେ ଉପସ୍ଥିତ ହେବାକୁ ଅନୁମତି ମିଳିନଥିଲା । କୋର୍ଟ ରେ କାଉନସେଲିଂ ସରିବା ପରେ ଡିମ୍ପଲ କାନ୍ଦି କାନ୍ଦି କୋର୍ଟ ରୁ ଫେରିଥିଲେ । ତେବେ ୨୪ ଘଣ୍ଟା ପର୍ଯ୍ୟନ୍ତ ଉଭୟ ସ୍ୱାମୀ ସ୍ତ୍ରୀ ଗଣମାଧ୍ୟମ ସମ୍ମୁଖରେ ନିଜର ବୟାନ ଦେଇ ପାରିବେ ନାହିଁ ବୋଲି କୋର୍ଟ ର ନିର୍ଦେଶ ରହିଛି ।
ମାତ୍ର ଏସମ୍ବନ୍ଧରେ ତପସ୍ୱିନୀ ଙ୍କ ଓକିଲ ଗଣମାଧ୍ୟମ ସାମ୍ନାରେ ନିଜ ମତ ବ୍ୟକ୍ତ କରିଛନ୍ତି ଏବଂ ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ ବୋଲି ମଧ୍ୟ କହିଛନ୍ତି । ତେବେ ବର୍ତ୍ତମାନ ସମସ୍ତ ଙ୍କ ନଜର ତପସ୍ୱିନୀ ଙ୍କୁ ନ୍ୟାୟ ମିଳିବ ନା ନାହିଁ । ତେବେ ଏହି ଖବର ଉପରେ ନିଜର ମତାମତ ନିଶ୍ଚିତ ଜଣାନ୍ତୁ ।