ବନ୍ଧୁଗଣ ସୋ-ସି-ଆ-ଲ ମିଡିଆ ହେଉଛି ଏକ ଏପରି ପ୍ଲାଟଫର୍ମ ଯାହାର ବ୍ୟବହାରରେ ଲୋକମାନେ ନିଜ ଟ୍ୟାଲେନ୍ଟ ଦେଖାଇ ଅତି ସହଜରେ ଫେମସ ହୋଇପାରିବେ । ଗତ କିଛି ମାସ ହେବ ସୋ-ସି-ଆ-ଲ ମି-ଡି-ଆରେ ଏକ ଭିଡିଓ ବହୁତ ମାତ୍ରାରେ ଭା-ଇ-ରା-ଲ ହେଉଛି ଓ ଆପଣ ମାନେ ବି ଏହି ଗୀତଟି ନିଶ୍ଚୟ ଶୁଣିଥିବେ । ବନ୍ଧୁଗଣ ଏହି ଗୀତଟି ହେଉଛି ‘ମାନିକେ ମାଗେ ହିତେ’ ।
ସମସ୍ତ ଲୋକ ଏହି ଗୀତଟିକୁ ବେସ ଅଧିକ ପସନ୍ଦ କରୁଛନ୍ତି । ପ୍ରତିଷ୍ଠିତ ଗାୟକ ହୁଅନ୍ତୁ ବା ସାଧାରଣ ଲୋକ ସମସ୍ତେ ଏହି ଗୀତ ଗାଉଛନ୍ତି । ଏହା ବ୍ୟତୀତ ଏହି ଗୀତଟି ଅନେକ ଭାଷାରେ ମଧ୍ୟ ଗାଉଛନ୍ତି ଗାୟକ ମାନେ । ଗୀତଟିକୁ ବୁଝି ପାରୁ ନଥିଲେ ମଧ୍ୟ ଲୋକମାନେ ଏହି ଗୀତର ମ୍ୟୁଜିକକୁ ବେସ ଅଧିକ ପସନ୍ଦ କରୁଛନ୍ତି । ବନ୍ଧୁଗଣ ଏହି ଗୀତଟିକୁ ଗାଇଛନ୍ତି ଶ୍ରୀଲଙ୍କାର ପ୍ରସିଦ୍ଧ ଗାୟିକା ୟୋହାନି ।
ୟୋହାନି ‘ମାନିକେ ମାଗେ ହିତେ’ ଗୀତ ଗାଇ ରାତା ରାତି ସେ ୟୁଟ୍ୟୁବ ସେନ୍ସେସନ୍ ପାଲଟି ଯାଇଛନ୍ତି । ଏବେ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ୟୋହାନିଙ୍କ ଜାଦୁ ଚାଲିଛି । ବଲିଉଡର ସଲମାନ ଖାନଙ୍କ ଠାରୁ ଆରମ୍ଭ କରି ରଣବିର ସିଂହଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ଗୀତର ମତୁଆଲା ହୋଇଛନ୍ତି । ବିଗବସ ସିଜନ ୧୫ରେ ୟୋହାନିଙ୍କୁ ଗେଷ୍ଟ ଭାବରେ ନିମନ୍ତ୍ରଣ କରଯାଇଥିଲା ।
ୟୋହାନିଙ୍କ ସହ ସଲମାନ ମଧ୍ୟ ବିଗବସ ସ୍ଟେଜରେ ଏହି ଗୀତଟିକୁ ଗାଇଥିଲେ । ଏହି ଗୀତ ଗାଇବା ପରେ ୟୋହାନିଙ୍କ ଲୋକପ୍ରିୟତା ବହୁତ ଅଧିକ ବଢି ଯାଇଛି । ନିଜ ପର୍ଶନାଲ ଲାଇଫ ଓ ନିଜ ଗୀତ ପାଇଁ ସବୁବେଳେ ଚର୍ଚାରେ ରହୁଛନ୍ତି ୟୋହାନି । ଏହି ଗୀତଟି ସମସ୍ତ ଭାଷାରେ ଅଲଗା ଅଲଗା ଗାୟକଙ୍କ ଦ୍ଵାରା ରିଲିଜ ହୋଇଛି ଓ ଏହି ଗୀତର କ୍ରେଜ ଧୀରେ ଧୀରେ ବଢିବାରେ ଲାଗିଛି ।
ତେବେ ସେ କହିଛନ୍ତି କି ଏହି ଗୀତ ଟି କୁ ସେ ଏତେ ସିରିୟସ ଏବଂ ପ୍ରସ୍ତୁତ ହୋଇ ଗାଇ ନଥିଲେ କେବଳ ଲୋକ ମାନଙ୍କ ମନୋରଞ୍ଜନ ପାଇଁ ଗାଇ ଥିଲେ କିନ୍ତୁ ଏହି ଗୀତ ଲୋକ ମାନଂକୁ ଏତେ ପସନ୍ଦ ଆସିବ ଏବଂ ଏତେ ଅଧିକ ଭା-ଇ-ରା-ଲ ହେବ ତାହା ଜଣା ନଥିଲା ।
ବନ୍ଧୁଗଣ ଏହି ଗୀତ ଗାଇ ଫେମସ ହେବା ପରେ ୟୋହାନି ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି । ଅଜୟ ଦେବଗନଙ୍କ ଆସୁଥିବା ଫିଲ୍ମ ‘ଥାଙ୍କ ଗଡ’ ରେ ୟୋହାନି ଗୀତ ଗଇବେ ବୋଲି ସୂଚନା ମିଳିଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଶ୍ରୀଲଙ୍କା ଗାୟିକା ୟୋହାନିଙ୍କ ଗୀତ ‘ମାନିକା ମାଗେ ହିତେ’ କେମିତି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।