ମନେପଡେ ଆଜି ମହାବାତ୍ୟାର କରାଳ ରୂପ, ସେଦିନ ଥିଲା Oct 29 ଶୁକ୍ରବାର ଆଜି ବି ଶୁକ୍ରବାର, ପ୍ରଳୟର ସେହି ଦୃଶ୍ୟ ଦେଖିଲେ ଥରି ଉଠେ ଛାତି, ଦେଖନ୍ତୁ Video

ବନ୍ଧୁଗଣ ମହାବାତ୍ୟାକୁ ପୁରିଲା ୨୨ ବର୍ଷ । ଆଜିବି ମନେ ପଡେ ସେହି ଭୟଙ୍କର ଚିତ୍ର । ଆଜି ଅକ୍ଟୋବର ୨୯ ତାରିଖ ଶୁକ୍ରବାର ଓ ସେଦିନ ବି ଥିଲା ଶୁକ୍ରବାର । ସନ୍ଧ୍ୟା ବେଳକୁ ହଠାତ ମା-ଡି ଆସିଥିଲା ୪୯ ପବନ ସାଙ୍ଗକୁ ମୁସଳ ବର୍ଷା । ଆକାଶରେ ଝଟକୁ ଥାଏ ବିଜୁଳି ଓ ମା-ରୁ-ଥା-ଏ ଘଡଘଡି । ଆଜିକୁ ପ୍ରାୟ ୨୨ ବର୍ଷ ତଳେ ଓଡିଶାକୁ ଛାରଖାର କରିଦେଇଥିଲା ମହାବାତ୍ୟା ।

ପ୍ରକୃତିର ଭୟଙ୍କର ରୂପରେ ଥରି ଉଠିଥିଲା ଉପକୂଳ ଓଡିଶା । ବାତ୍ୟା ଅନେକ ପରିବାରକୁ ଛାରଖାର କରିଦେଇଥିଲା । ୧୯୯୯ ମସିହା ଅକ୍ଟୋବର ୨୫ ତାରିଖରେ ବଙ୍ଗପ ସାଗରରେ ସୃଷ୍ଟି ହୋଇଥିଲା ଲଘୁଚାପ । ଧୀରେ ଧୀରେ ତାହା ସମୁଦ୍ରରେ ଅଧିକ ଘନୀଭୂତ ହେବାକୁ ଲାଗିଲା । ୨୮ ତାରିଖ ରାତିରୁ ବହିଲା ସୁରସୁରିଆ ପବନ ଆଉ ପରଦିନ ତଥା ୨୯ ତାରିଖରେ ଉପକୂଳ ଓଡିଶାରେ ପ୍ରଳୟ ରଚିଥିଲା ।

ସୂଚନା ଅନୁସାରେ ସଖାଳ ୧୦ଟା ୩୦ରେ ଜଗତ ସିଂହପୁରର ଏରସମା ବାଲିକୁଦା ପ୍ରଳୟ ରଚିଥିଲା ବାତ୍ୟା । ସେହି ସମୟରେ ବାତ୍ୟା ସ୍ଥଳ ଭାଗ ଛୁଇଁଲା ତାଣ୍ଡବ ରଚିଲା । ବର୍ଷା ସାଙ୍ଗରେ ଅସ୍ତବ୍ୟସ୍ତ କରିଥିଲା ପବନ । ବାତ୍ୟା ଯେତିକି କଷ୍ଟ ଦେଲା ତାହା ଠାରୁ ଅଧିକ କଷ୍ଟ ଦେଲା ସମୁଦ୍ର । ପାଖାପାଖି ୨ କିମି ପର୍ଯ୍ୟନ୍ତ ମାଡି ଆସିଲା ସମୁଦ୍ର । ୩୦ ଫୁଟ ଉଚ୍ଚ ଜୁଆରରେ ଭାସିଗଲା ହଜାର ହଜାର ଘର ।

ସମୁଦ୍ର, ବର୍ଷା ଓ ପବନ ସାଙ୍ଗ ହୋଇ ପ୍ରଳୟ କରିଥିଲେ । ପାଖାପାଖି ୩୫୦ କିମି ବେଗରେ ବହି ଥିଲା ପବନ । ଏହି ମହାବାତ୍ୟା ୩୬ ଘଣ୍ଟା ଧରି ତାଣ୍ଡବ କରିଥିଲା । ଛାରଖାର ହୋଇଯାଇଥିଲା ଗାଁ ଦାଣ୍ଡ ଓ ଘରଦ୍ଵାର । ଜଗତ ସିଂହପୁର, କେନ୍ଦ୍ରାପଡା, ଯାଜପୁର, ବାଲେଶ୍ଵର, ଭଦ୍ରକ ଓ କଟକ ଆଦି ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା ଜଗତ ସିଂହପୁରରେ ଦେଢ ଲକ୍ଷରୁ ଅଧିକ ଲୋକ ବାସହରା ହୋଇପଡିଥିଲେ ଆଉ ୧୦ ହଜାର ରୁ ଅଧିକ ଲୋକ ପ୍ରାଣ ହରାଇଥିଲେ ।


ସେତେବେଳେ ପାଣିପାଗ ବିଭାଗ ସେହି ବାତ୍ୟା ବିଷୟରେ ପୂର୍ବାନୁମାନ କରିପାରି ନଥିଲା । ବନ୍ଧୁଗଣ ଆଜି ମଧ୍ୟ ସେହି ଭୟଙ୍କର ବାତ୍ୟା ବିଷୟରେ ଭାବିଲେ ଲୋମ ଟାଙ୍କୁରି ଉଠୁଛି । ତା ହେଲେ ବନ୍ଧୁଗଣ ୧୯୯୯ ମସିହା ମାହାବାତ୍ୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *