ସତରେ ଦୃଢ ଇଚ୍ଛା ଶକ୍ତି ଆଗରେ ସବୁ କିଛି ସମ୍ଭବ। ସେ ରୋଷେଇ କରିବା ହେଉ କି ଗାଡି ଚଢିବା ହେଉ। ଆଉ ଏ ଦୃଶ୍ୟ ସେମିତି କିଛି ବଖାଣୁଛି। ମହିଳାମାନେ ବଡ଼ ବଡ଼ ଗାଡି ଚଲାଉଛନ୍ତି। ତାଙ୍କର ଏ ଜୋଶ ଦେଖି ଲାଗୁଛି, ଯାହା ଥରେ କରିବାକୁ ଠାଣି ନେବେ ମାନେ ତାକୁ କରିକି ହିଁ ଦେଖାଇବେ । ଏମିତି ତ ଆପଣ ମାନେ ଅନେକ ମହିଳାଙ୍କୁ ଦେଖିଥିବେ ଓ ତାଙ୍କ କଥା ଶୁଣିଥିବେ ।
ହେଲେ ଆଜି ଆମେ ଆପଣ ମାନଙ୍କୁ ଏମିତି ଦୁଇ ଭଉଣୀଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ନିଶ୍ଚିନ୍ତ ଭାବେ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଦାୟୀ ସାହିଜବେ । ମହିଳା ମାନେ ପୁରୁଷ ମାନଙ୍କ ଠାରୁ କୌଣସି ଗୁଣରେ କମ ନାହାନ୍ତି ତାକୁ ପ୍ରମାଣ କରି ଦେଖାଇ ଛନ୍ତି ଯାଜପୁର ଜିଲ୍ଲାର ଦୁଇ ଭଉଣୀ ସୁପ୍ରଭା ଜେନା ଓ ଶୁଭ ଦର୍ଶନି ଜେନା । ତାଙ୍କ ଘର ଯାଜପୁର ବଡଚଣା ବ୍ଲକ ବରପଦା ଗାଁରେ ।
ପରିବାରର ଆର୍ଥିକ ସ୍ଥିତି ଦୁର୍ବଳ ଥିବାରୁ ସେମାନେ କୌଣସି ଧନ୍ଦା ମୂଳକ ଶିକ୍ଷା ଗ୍ରହଣ କରିପାରି ନଥିଲେ । କେବଳ ସ୍ନାତକ ଶେଷ କରି ବିଭିନ୍ନ ପ୍ରତିଯୋଗୀତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛନ୍ତି । ଏହା ସହିତ ଛତିଆ ଠାରେ ଥିବା ଭାରି ଯାନ ତାମିଲ କେନ୍ଦ୍ରରେ ତାମିକ ଗ୍ରହଣ କରୁଛନ୍ତି ଏହି ଦୁଇ ଭଉଣୀ । ବନ୍ଧୁଗଣ ଭାରି ଯାନ ତାମିଲ ନେଇ ସେମାନଙ୍କୁ ସରକାରୀ ଚାକିରିରେ ନିଯୁକ୍ତି ମିଳିବ ବୋଲି ସେମାନେ ଆଶା ରଖିଛନ୍ତି ।
ଦୁଇ ଭଉଣୀ ଟ୍ରକ, ବସ ଓ ଟ୍ରଲର ଚଲାଉଛନ୍ତି । ଏହି ଦୁଇଜଣ ଅନ୍ୟ ମହିଳା ମାନଙ୍କ ପାଇଁ ପ୍ରେରଣା ସାଜି ଛନ୍ତି । ଆପଣ ମାନେ ବୋଧେ ଏମିତି ପ୍ରଥମ ଥର ପାଇଁ ଦେଖୁଥିବେ ଯେ, ଦୁଇ ମହିଳା ଭାରି ଯାନ ତଥା ବସ, ଟ୍ରକ ଓ ଟ୍ରଲର ଚଲାଉଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।