ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ବର୍ତ୍ତମାନ ପିପିଲି ନିର୍ବାଚନ ଯାଇଛି ଏବଂ ଏହି ନିର୍ବାଚନ ରେ ବିଜେଡ଼ି ଦଳ ରୁ ପାର୍ଥି ଭାବରେ ଛିଡା ହୋଇଥିଲେ ସେ ହେଉଛନ୍ତି ପ୍ରଦୀପ ମହାରଥୀ ଙ୍କ ପୁଅ ରୁଦ୍ର ମହାନ୍ତି । ତେବେ ଆସନ୍ତୁ ଏହି ବିଷୟ ରେ କିଛି କଥା ଆଲୋଚନା କରିବା । ଆପଣ ମାନେ ତ ରାଜନେତା ପ୍ରଦୀପ ମହାରଥୀଙ୍କୁ ଜାଣିଥିବେ । ସେ ଜଣେ ଟାଣୁଆ ନେତା ଅଟନ୍ତି । ପ୍ରଦୀପ ମହାରଥୀ ୧୯୫୫ ମସିହା ଜୁଲାଇ ୪ ତାରିଖରେ ପିପିଲିର ଖୋରପଡ଼ା ଗାଁରେ ଜନ୍ମ ଗ୍ରହଣ କରିଥିଲେ ।
ସେ ପୁରୀ ଏସସିଏସ କଲେଜରେ ଛାତ୍ର ରାଜନୀତିରେ ସାମିଲ ହୋଇଥିଲେ । ସେ ୧୯୮୫ ମସିହାରେ ପିପିଲିରୁ ପ୍ରଥମ ଥର ପାଇଁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । ସେ ପିପିଲି ବିଧାନସଭାରୁ ସାତ ଥର ନିର୍ବାଚିତ ହୋଇଥିଲେ । ସେ ଦୀର୍ଘ ଚାରି ଦଶନ୍ଧିରୁ ରାଜନୀତି କରି ଆସୁଥିଲେ । ବେଳେବେଳେ ମଣିଷକୁ ଆୟୁଷ ଯେତିକି ମିଳେ ପ୍ରଦୀପ ମହାରଥୀଙ୍କୁ ତ ରାଜନୀତି କ୍ୟାରିଅର ସେତିକି ମିଳିଥିଲା ।
ପ୍ରବାଦ ପୁରୁଷ ସାଲିସ ବିହୀନ ସମ୍ରାଟଙ୍କର ସାରଥୀ ଥିଲେ ପ୍ରଦୀପ ମହାରଥି । ପ୍ରଦୀପ ବିଧାନସଭାରେ ବିଭିନ୍ନ କମିଟିରେ ଦକ୍ଷତାର ସହିତ ଦାୟିତ୍ଵ ତୁଲାଇଥିଲେ । ଯେତେବେଳେ ସାଧାରଣ ରାଜନେତା ମାନଙ୍କର ରାଜନୀତି ଶିକ୍ଷା ବି ଆରମ୍ଭ ହୋଇ ନଥାଏ ସେତେବେଳେ ମହାରଥୀ ପାଲଟି ଯାଇଥିଲେ ଜଣେ ପୋଖତ ଯୋଦ୍ଧା ।
କୁହାଯାଏ ଯେ ମହାରଥୀ ରାଜନୀତିରେ ଗୋଟି ଚାଳନା କରିବା ଅପେକ୍ଷା ସାଧାରଣ ଜନତା ମାନଙ୍କର ମନ ଚାଳନା କରୁଥିଲେ । ବାଦ ବିବାଦ ଘେରକୁ ଅନେକ ଥର ଆସିଛନ୍ତି ସେ । ଚଷା ପୁଅ ଚାଷର କଥା କୁହେ ରାଜନୀତି ପଶାର କଥା କୁହେ ଛନ୍ଦ ମନ୍ଦ ସେସବୁର ବହୁ ଉପରେ ଥିଲେ ମହାରଥୀ । ତାଙ୍କ ଜୀବନଶୈଳୀ ସମସ୍ତଙ୍କ ଠାରୁ ଭିନ୍ନ ଥିଲା । ସେ ଜଣେ ଅପ୍ରତିଦ୍ଵନ୍ଦୀ ରାଜନେତା ଅଟନ୍ତି ।
ତେବେ ବନ୍ଧୁଗଣ ଆପଣ ମାନେ ତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ମହାରଥୀଙ୍କୁ ନିଶ୍ଚିତ ଜାଣିଥିବେ । ସେ ବର୍ତ୍ତମାନ ୩୩ ବର୍ଷ ର ତେବେ ସେ ଏଥର ପିପିଲି ନିର୍ବାଚନ ରେ ବିଜେଡି ପାର୍ଥି ହୋଇ ଛିଡା ହୋଇଥିଲେ ଏବଂ ଖୁସିର କଥା କି ସେ ଏହି ନିର୍ବାଚନ ରେ ବିଜୟ ଲାଭ କରିଥିଲେ ଓଡିଶା ବିଧାନସଭା ରେ ନିଯୁକ୍ତି କରିଛନ୍ତି ।
ତେବେ ରୁଦ୍ର ମହାନ୍ତି ଙ୍କ ପତ୍ନୀ ଙ୍କ ନାମ ହେଉଛି ଜାଗୃତି ପଣ୍ଡା । ତେବେ ଦୁହିଁଙ୍କ ବିବାହ ମଧ୍ୟ ହୋଇଯାଇଛି ଏବଂ ସୋସିଆଲ ମିଡ଼ିଆ ରେ ଦୁହିଁଙ୍କ ଫୋଟୋ ଖୁବ ଭାଇରାଲ ହୁଏ ଏବଂ ଦୁହିଁଙ୍କ ଯୋଡି କୁ ବହୁତ ଭଲ ମଧ୍ୟ ପାଆନ୍ତି । ତେବେ ତାଙ୍କର ଏକ କୁନି ପିଲାଟି ମଧ୍ୟ ଅଛି । ତେବେ ଜାଗୃତି ପଣ୍ଡା ଜଣେ ବଡ଼ ଡାକ୍ତର ମଧ୍ୟ ଏବଂ ଉଭୟ ଖୁବ ସୁଖ ଶାନ୍ତି ରେ ରହୁଛନ୍ତି ।