ଆହୁରି କମିବ ପେଟ୍ରୋଲ ଓ ଡିଜେଲ ଦର ? ତେଲ ଦର ବୃଦ୍ଧି ନେଇ ଏବେ କେନ୍ଦ୍ର ଏବଂ ରାଜ୍ୟ ମଧ୍ୟରେ ଚାଲିଛି ଛକା ପଞ୍ଝା, ଦେଖନ୍ତୁ ଏହାକୁ ନେଇ କଣ କହୁଛନ୍ତି ଅର୍ଥମନ୍ତ୍ରୀ Nirmala Sitharaman

ବନ୍ଧୁଗଣ କରୋନା ମହାମାରୀର ଦ୍ଵିତୀୟ ଲହର ଶେଷ ହେବା ପରଠାରୁ ପେଟ୍ରୋଲ ଓ ଡିଜେଲ ଦର ଆକାଶ ଛୁଇଁଛି । ତେବେ ତେଲ ଦର ବୃଦ୍ଧି ପାଇଁ ସାଧାରଣ ଜନତାଙ୍କ ଚିନ୍ତା ବଢିବାରେ ଲାଗିଛି । ଲୋକମାନେ ଉପାୟ ଶୂନ୍ୟ ହୋଇଯାଇଛନ୍ତି । ଗାଡି ନଚଳାଇଲେ କାମ କରି ହେବ ନାହିଁ ଯାହାଫଳରେ ଲୋକମାନେ ଅଧିକ ଦରରେ ପେଟ୍ରୋଲ ପକାଇବା ପାଇଁ ବାଧ୍ୟ ହେଉଛନ୍ତି । ଗତ କିଛି ମାସ ହେବ ତେଲ ଦର ବୃଦ୍ଧି ହେବାରେ ଲାଗିଛି ।

କିନ୍ତୁ ବନ୍ଧୁଗଣ ଦୀପାବଳିରେ କେନ୍ଦ୍ର ସରକାର ତେଲ ଦର କିଛି ମାତ୍ରାରେ କମ କରିଥିଲେ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ତେଲ ଦର ୧୦୦ ଉପରେ ଅଛି । ବନ୍ଧୁଗଣ ବର୍ତ୍ତମାନ ପେଟ୍ରୋଲ ସହ ଜଡିତ ଏକ ବଡ ଖବର ସାମ୍ନାକୁ ଆସୁଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ତେଲ ଦର ବୃଦ୍ଧି ନେଇ କେନ୍ଦ୍ର ରାଜ୍ୟ ମୁହାଁ ମୁହିଁ ହୋଇଛନ୍ତି ।

ଅଧିକ ଟିକସ ନେଇ କେନ୍ଦ୍ର ଖାଉଟିଙ୍କୁ ଶୋଷଣ କରୁଛି । ଏବେ ରାଜ୍ୟ ମାନେ ଭାଟ କମାଇବାକୁ କହିଲେ କେନ୍ଦ୍ର ଅର୍ଥ ମନ୍ତ୍ରୀ ବିରୋଧୀ କହିଲେ କେନ୍ଦ୍ର ଅଧିକ ଟିକସ କମାଉ । ପେଟ୍ରୋଲ ଓ ଡିଜେଲ ଦର ଆହୁରି ଶସ୍ତା ହେବ ଯଦି କେନ୍ଦ୍ର ସରକାର ଉତ୍ପାଦନ ଶୁଳ୍କ କମାଇବେ । ତେଣୁ କେନ୍ଦ୍ରକୁ ବିଚାର କରିବା ଉଚିତ ବୋଲି ବିରୋଧୀ ଦଳ ଦାବି କରୁଛନ୍ତି । କେନ୍ଦ୍ର ଯେଉଁ ହାରରେ ଟିକସ ବଢାଇଛି ସେହି ହାରରେ ଟିକସ କମାଇବା କଥା ହେଲେ କମାଇବା ବେଳକୁ କଷ୍ଟ ହେଉଛି ।

ଯେଉଁ ଟିକସ କେନ୍ଦ୍ର କମାଇଛି ତାହା କିଛି ନୁହେଁ ବୋଲି ବିରୋଧୀ କହିଛନ୍ତି । ସେହି ଭଳି ରାଜ୍ୟ ଗୁଡିକରେ ଭାଟ କମା ଯାଉ ବୋଲି ଅପିଲ କରିଛନ୍ତି କେନ୍ଦ୍ର ଅର୍ଥ ମନ୍ତ୍ରୀ । ଏନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଚାଲିଛି ମୁହାଁ ମୁହିଁ । ଅନ୍ୟ ପକ୍ଷରେ ପେଟ୍ରୋଲ ଓ ଡିଜେଲକୁ ଜିଏସଟି ପରିସର ଭୁକ୍ତ କରିବାକୁ ଅର୍ଥ ମନ୍ତ୍ରୀ ନିର୍ମାଳା ସିତାରମନ କହିଛନ୍ତି । ଜିଏସଟି ମନ୍ତ୍ରୀ ପରିଷଦ ହିଁ ଏହା ଉପରେ ନିଷ୍ପତ୍ତି ନେବ ଏହା ସହିତ ସେ ଅପିଲ କରିଛନ୍ତି ଯେ ଲୋକମାନେ ନିଜ ନିଜ ରାଜ୍ୟରେ ଟିକସ କମାଇବା ପାଇଁ କୁହନ୍ତୁ ।

ବିଭିନ୍ନ ଆଡୁ ସମାଲୋଚନାର ଶିକାର ହେବା ସହିତ ଉପନିର୍ବାଚନ ଫଳାଫଳ ଚାପ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଯଥା କ୍ରମେ ୫ ଟଙ୍କା ଓ ୧୦ ତାଙ୍କ କମାଇ ଥିଲେ । କିଛି ରାଜ୍ୟ ମଧ୍ୟ ଟିକସ କମାଇଛନ୍ତି ହେଲେ କେନ୍ଦ୍ର ଅଧିକ ଟିକସ କମାଉ ବୋଲି ରାଜ୍ୟ ଦାବି କରିଛନ୍ତି । ରାଜ୍ୟ ଅପେକ୍ଷା କେନ୍ଦ୍ର ପାଖରେ ଟିକସ କମାଇବାର ପରିସର ଅଧିକ ରହିଛି । ତେଣୁ କେନ୍ଦ୍ର ଯଦି ଟିକସ କମାଇବ ତା ହେଲେ ଏହାର ପ୍ରଭାବ ରାଜ୍ୟ ଉପରେ ପଡିବ ।

Leave a Reply

Your email address will not be published. Required fields are marked *