Arindam ଙ୍କ ପରିବାର କୁ 20 ଲକ୍ଷ ଟଙ୍କା ର ସହାୟତା ରାଶି ଘୋଷଣା କଲେ OTV ଫାଉଣ୍ଡର Jagi Mangat Panda, ଦେଖନ୍ତୁ ସେ କଣ କହିଲେ, ଆପଣ ବି କରିବେ ପ୍ରଶଂସା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଯେଭଳି କି ଆପଣ ମାନେ ଜାଣିଛନ୍ତି ଯେ, ମହାନଦୀ ରେ ହାତୀ କୁ ଉଦ୍ଧାର କରୁଥିବା ସମୟରେ ଓଡ୍ରାଫ ଟିମ ର ବୋଟ ଟି ଓଲଟି ଯାଇଥିଲା ଏବଂ ସବୁ ଗୁରୁତର ଅବସ୍ଥାରେ ବଡ଼ ମେଡ଼ିକାଲ ରେ ଚିକିତ୍ସିତ ହେଉଛନ୍ତି କିନ୍ତୁ ଓଟିଭି ର ବରିଷ୍ଠ ରିପୋର୍ଟର ଅରିନ୍ଦମ ଦାସ ଙ୍କ ମେଡ଼ିକାଲ ରେ ହିଁ ଅ-କା-ଳ ବି-ୟୋ-ଗ ଘ-ଟି-ଛି । ଏହା ଆମ ଓଡ଼ିଆ ତଥା ଓଡିଶା ଗଣମାଧ୍ୟମ ଙ୍କ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ।

ତେବେ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଙ୍କ ପରିବାର କୁ ୨୦ ଲକ୍ଷ ଟଙ୍କା ର ସହାୟତା ଘୋଷଣା କରିଛି ଓଟିଭି । ଓଟିଭି ଏମଡ଼ି ଜାଗି ମଙ୍ଗତ ପଣ୍ଡା ଏହି ଘୋଷଣା କରିଛନ୍ତି । ଶୋକ ବାର୍ତ୍ତା ରେ ଜାଗି କହିଛନ୍ତି ଯେ, ଅରିନ୍ଦମ ଙ୍କ ଅ-କା-ଳ ବିୟୋଗ କେବଳ ମୋ ପାଇଁ ନୁହେଁ ବରଂ ସାରା ଅନୁଷ୍ଠାନ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ । ଅନ୍ୟ ଜଣେ ଅରିନ୍ଦମ କେବେ ମଧ୍ୟ ସୃଷ୍ଟି ହୋଇ ପାରିବେ ନାହିଁ ।

କୌଣସି ପ୍ରକାର ଆର୍ଥିକ ସହାୟତା ଏହି ଅପୁରଣୀୟ କ୍ଷତି କୁ ପୂରଣ କରି ପାରିବ ନାହିଁ । ଅରିନ୍ଦମ ଙ୍କ ପରିବାର ବର୍ତ୍ତମାନ ଆମ ପରିବାର । ତାଙ୍କ ପରିବାର ର ସମସ୍ତ ଦାୟିତ୍ୱ ଏବେ ଆମର ବୋଲି କହିଛନ୍ତି ଜଗି ମଙ୍ଗତ ପଣ୍ଡା । ସେ ଏହା ମଧ୍ୟ କହିଛନ୍ତି ଯେ, ସମଗ୍ର ଓଡ଼ିଶା ରେ ଏଭଳି ସାହାସି ରିପୋର୍ଟର କେଉଁଠି ମଧ୍ୟ ସେ ଦେଖି ନାହାନ୍ତି । ଏଭଳି ଜଣେ ସାହସୀ ବ୍ୟକ୍ତି ଙ୍କୁ ଜନ୍ମ ଦେଇଥିବା ସେହି ମାଆ ଙ୍କୁ ମୁଁ ସଲାମ କରୁଛି ଏବଂ ସେ ଅରିନ୍ଦମ ଙ୍କ ମାଆ ଙ୍କୁ ଏତିକି ଜଣାଇବାକୁ ଚାହୁଁଛନ୍ତି ଯେ, ସେ କେବେବି ଏକୁଟିଆ ନାହାନ୍ତି ।

ତାଙ୍କ ପାଇଁ ସର୍ବଦା ସେ ଝିଅ ହୋଇ ରହିବେ ଏବଂ ସମସ୍ତ ଦାୟିତ୍ୱ ବହନ କରିବେ । ବାସ୍ତବରେ ଓଟିଭି ର ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ପ୍ରକୃତ ହିରୋ ଅଟନ୍ତି । ଏଭଳି ମହାନ ବ୍ୟକ୍ତି ଙ୍କ ତ୍ୟାଗ ପାଇଁ ଆମେ ତାଙ୍କ ଆତ୍ମା ର ସଦ୍ଗତି କାମନା କରୁଛୁ ଏବଂ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ ।

Leave a Reply

Your email address will not be published. Required fields are marked *