ODRAF ଟୀମ ମେମ୍ବର କହିଲେ ବୋଟ ବୁଡିଲା ବେଳର ଅଙ୍ଗେ ନିଭେଇଥିବା ଅନୁଭୂତି, ଶୁଣିଲେ ଆପଣଙ୍କ ଛାତି ଥରି ଉଠିବ, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ ତେବେ ଆଜି ର ଦୁ-ର୍ଘ-ଟ-ଣା ବିଷୟ ରେ ଆପଣ ନିଶ୍ଚିତ ସୂଚିତ ଥିବେ । ଓଟିଭି ର ଜଣେ ବରିଷ୍ଠ ସାମ୍ବାଦିକ ଏବଂ ଜଣେ ନିର୍ଭୀକ ଏବଂ ସାହାସି ବ୍ୟକ୍ତି । ଯିଏ ନିଜର କର୍ତ୍ତବ୍ୟ ରେ କେବେବି ଅବହେଳା କରେ ନାହିଁ । ଯିଏ ବର୍ଷା, ତୋଫାନ, ବନ୍ୟା ଆଦି କିଛି ନ ମାନି ସେହି ସ୍ଥାନରେ ପହଁଚି ସାମ୍ବାଦିକତା କରିଥାନ୍ତି ଏବଂ ଲୋକ ମାନଙ୍କ ପାଖରେ ସର୍ଵଦା ସଠିକ ଖବର ପହଞ୍ଚାଇ ଥାଆନ୍ତି ।

ସେହି ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଦାସ ଆଜି ଏହି ଦୁନିଆରେ ଆଉ ନାହାନ୍ତି । ତାଙ୍କର ଅ-କା-ଳ ମୃ-ତ୍ୟୁ ଘ-ଟି-ଛି । ତେବେ ଖବର ଅନୁଯାୟୀ ମୁଣ୍ଡୁଳି ରେ ଫ-ସି ଯାଇଥିବା ହାତୀ ଉଦ୍ଧାର କରିବା ପାଇଁ ଓଡ୍ରାଫ ଟିମ ଙ୍କ ସହ ଓଟିଭି ର ପ୍ରତିନିଧି ଭାବରେ ଅରିନ୍ଦମ ଏବଂ କ୍ୟାମେରା ମ୍ୟାନ ଯାଇଥିଲେ କିନ୍ତୁ ସେଠାରେ ହାତୀ ଉଦ୍ଧାର କରିବା ସମୟରେ ଏକ ଦୁ-ର୍ଘ-ଟ-ଣା ଘ-ଟି ଓଡ୍ରାଫ ଟିମ ର ବୋଟ ଟି ଓ-ଲ-ଟି ପଡି ଯାଇଥିଲା ।

ସେହିଠାରେ ହିଁ ସମସ୍ତେ ବୁ-ଡି ରହିଥିଲେ ଏବଂ ଉଦ୍ଧାର ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ କିନ୍ତୁ ସେହି ହସ୍ପିଟାଲରେ ହିଁ ବରିଷ୍ଠ ସାମ୍ବାଦିକ ଅରିନ୍ଦମ ଙ୍କ ର ମୃ-ତ୍ୟୁ ହୋଇଥିଲା । ତେବେ ହସ୍ପିଟାଲରେ ଗୁରୁତର ଅବସ୍ଥାରେ ଥିବା ଓଡ୍ରାଫ ଟିମ ର ଜଣେ ସଦସ୍ୟଙ୍କ କହିବା ଅନୁସାରେ ସେମନେ ହାତୀ କୁ ଉଦ୍ଧାର କରିବାର ଚେଷ୍ଟା କରିଥିଲେ କିନ୍ତୁ ହଠାତ ବୋଟ ଟି ପାଣି ର ସୁଅ ଯୋଗୁଁ ଓଲଟି ଯାଇଥିଲା ଏବଂ ଭଅଁର ଯୋଗୁଁ ସେମାନେ ସେହିଠାରୁ ଉଠି ପାରୁ ନଥିଲେ ।

ଯାହାଯୋଗୁଁ ସେମାନେ ସେହି ଭଅଁର ରେ ସାତ ମିନିଟ ପର୍ଯ୍ୟନ୍ତ ବୁଡି ରହିଥିଲେ । ତେବେ ପରେ ଟିମ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା କିନ୍ତୁ ଦୁଃଖ ର ବିଷୟ ଆଜି ଆମେ ଜଣେ ବରିଷ୍ଠ ଜଣେ ସାହାସି ସାମ୍ବାଦିକ ଙ୍କୁ ହରେଇଛୁ ଯାହା କି ଓଡ଼ିଆ ଗଣମାଧ୍ୟମ ପାଇଁ ଏକ ଅପୁରଣୀୟ କ୍ଷତି ଅଟେ ।

Leave a Reply

Your email address will not be published. Required fields are marked *