ବନ୍ଧୁଗଣ ବରଗଡ ଜିଲ୍ଲା ନିକଟ ବାର ପାହାଡ ଜଙ୍ଗଲରେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସାମ୍ନାକୁ ଆସିଛି । ଏହି ସ୍ଥାନରେ ବୃଦ୍ଧା କୌଶଲ୍ୟା ବେହେରାଙ୍କୁ ଖୋଜିବାରେ ଲାଗିଛନ୍ତି ବରଗଡର ସେଚ୍ଚା ସେବି ଅନୁଷ୍ଠାନ ସଙ୍କଳ୍ପ ପରିବାରର କିଛି ସ୍ଵେଚ୍ଛା ସେବି ମାନେ । କିଛି ବାଟ ମୋଟର ସାଇକେଲରେ ଓ ତା ପରେ କିଛି ବାଟ ଚାଲି ଚାଲି ଯିବା ପରେ ଶେଷରେ ମିଳିଛି ବଣ ମଝିରେ ଥିବା ଏକ କୁଡିଆ ଘର । ଘଞ୍ଚ ଜଙ୍ଗଲ ଭିତରେ ଲୁଗା ଘେରା ହୋଇ ତିଆରି ହୋଇଥିବା ଏକ ପତର କୁଡିଆରେ ଏକ ଦଉଡି ଖଟିଆରେ ପଡି ରହିଥିଲେ ରୋଗିଣା ବୃଦ୍ଧା କୌଶଲ୍ୟା ବେହେରା ।
ଆପଣ ମାନେ ନିଶ୍ଚୟ ଏହି ଘଟଣା ବିଷୟରେ ଜାଣି ଆଶ୍ଚର୍ଯ୍ୟ ହେଉଥିବେ । ବୁଢୀ ଲୋକଟି କାହିଁକି ଏମିତି ଘଞ୍ଚ ଜଙ୍ଗଲରେ ପଡି ରହିଛନ୍ତି । ୮୦ ବର୍ଷୀୟ ଏହି ବୁଢୀ ମାର ଦୁଃଖ କଥା ଜାଣିଲେ ଆପଣଙ୍କ ଆଖିରୁ ଲୁହ ଝରି ଯିବ । ବନ୍ଧୁଗଣ କୌଶଲ୍ୟା ଯେଉଁ ଜଙ୍ଗଲରେ ରହୁଛନ୍ତି ସେଠି ଚିତା ବାଘ, ଭାଲୁ ଓ ସାପ ଅଛନ୍ତି । ସେହି ଜଙ୍ଗଲରେ ତାଙ୍କ ସାହାରା ହେବା ପାଇଁ ମଧ୍ୟ କେହି ନାହାନ୍ତି । ଗତ ୧୫ ଦିନ ହେବ ଜଙ୍ଗଲର ଏହି କୁଡିଆରେ ରହୁଥିଲେ ୮୦ ବର୍ଷୀୟ କୌଶଲ୍ୟା ।
ଘର ତାଙ୍କର ଅତାପୀର ଥାନା ଅନ୍ତର୍ଗତ ଖରାମୁଣ୍ଡା ପଞ୍ଚାୟତର ଘନ ଘାଟି ଗାଁରେ ଅଛି । ତାଙ୍କର ଦୁଇଟି ପୁଅ ଓ ତିନୋଟି ଝିଅ ଅଛନ୍ତି । ଝିଅ ମାନେ ବିବାହ କରିସାରିଛନ୍ତି ଓ ବଡ ପୁଅର ମୃ-ତ୍ୟୁ ହୋଇସାରିଛି । ଘରେ କୌଶଲ୍ୟାଙ୍କ ସାନ ପୁଅ ବୋହୁ ଓ ନାତି ନତୁଣୀ ଅଛନ୍ତି । କିଛି ଦିନ ତଳେ କୌଶଲ୍ୟାଙ୍କ ମୁଣ୍ଡରେ ଏକ ଆଘାତ ଲାଗି ଘା ହୋଇଥିଲା ଓ ହାତରେ କିଛି ଧଳା ଦାଗ ସୃଷ୍ଟି ହୋଇଥିଲା । ଏହା ହିଁ ଥିଲା କୌଶଲ୍ୟାଙ୍କ ଦୋଷ । ଏହା ପରେ ପୁରା ଗାଁ ଲୋକ ପରିବାରକୁ ବାସନ୍ଦ କରିଥିଲେ ।
କିଛି ଉପାୟ ନପାରି ପରିବାର କୌଶଲ୍ୟାଙ୍କୁ ଏକ ଘଞ୍ଚ ଜଙ୍ଗଲରେ ଏକ ଅସ୍ଥାୟୀ କୁଡିଆ କରି ଛାଡି ଦେଇଥିଲେ । ସ୍ଵେଚ୍ଛା ସେବି ମାନେ ତାଙ୍କୁ ଖୋଜିବା ପରେ ଜଙ୍ଗଲରୁ ତାଙ୍କ ହସ୍ପିଟାଲ ନେଇ ଯାଇଥିଲେ । କୌଶଲ୍ୟାଙ୍କ ସହ ଡାକ୍ତର ଖଣା ଯିବା ପାଇଁ ମଧ୍ୟ ପରିବାର ଲୋକ ରାଜି ହୋଇନଥିଲେ । କୌଶଲ୍ୟାଙ୍କୁ ଜଙ୍ଗଲରେ ଛାଡି ଆସିବା ପରେ ସେମାନେ ବହୁତ କଷ୍ଟରେ କୁକୁଡା ଭୋଜି ଦେଇ ଗାଁ ସହ ମିଶି ଥିଲେ । ଏବେ ଡାକ୍ତର ଖଣା ଗଲେ ପୁଣି ସାହି ଭାଇ ଘେରିବେ ଓ ତାଙ୍କୁ ବାସନ୍ଦ କରିଦେବେ ।
ବାସନ୍ଦ ହେବା ଭୟରେ ଯେଉଁ ପୁଅ ବୋହୁ ନିଜ ମାକୁ ଜଙ୍ଗଲରେ ଛାଡି ଆସୁଛନ୍ତି ସେମାନଙ୍କୁ ଆମେ କଣ କହିବା । ତା ହେଲେ ବନ୍ଧୁଗଣ ଏହି ଘଟଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।