ବନ୍ଧୁଗଣ ଆଜି ହେଉଛି ନୂଆଖାଇ ଓ ଏହି ନୂଆଖାଇ ଅବସରରେ ଚାଷୀ ମାନଙ୍କୁ ‘କାଳିଆ’ ଯୋଜନାର ଟଙ୍କା ମିଳିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଭିଡିଓ କନଫରେନ୍ସ ଜରିଆରେ ଏହି ଟଙ୍କା ପ୍ରଦାନର ଶୁଭଆରମ୍ଭ କରିବେ । ୩୭ ଲକ୍ଷରୁ ଅଧିକ ଚାଷୀଙ୍କୁ ୭୪୨ କୋଟି ଟଙ୍କା ପ୍ରଦାନ କରାଯିବ । ପ୍ରତ୍ୟେକ ଚାଷୀଙ୍କ ଆକାଉଣ୍ଟକୁ ୨ ହଜାର ଟଙ୍କା ଲେଖାଏଁ ଯିବ । ବନ୍ଧୁଗଣ ଗତ ଏପ୍ରିଲ ୧ ତାରିଖରେ ଚାଷୀ ମାନଙ୍କୁ କାଳିଆ ଯୋଜନାର ଗୋଟିଏ କିସ୍ତି ମିଳିଥିଲା ।
ମିଡିଆ ରିପୋର୍ଟସ ଅନୁସାରେ ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କା ପଠାଯାଇଥିଲା । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ଚାଷୀର ତ୍ୟାଗ ଓ ସ୍ୱାଭିମାନ ହିଁ ଆଜି ଓଡିଶାର ସ୍ୱାଭିମାନ ବୃଦ୍ଧି କରିଛି । ଓଡିଶାର ଚାଷୀ ଆଜି ଅନ୍ୟ ରାଜ୍ୟକୁ ଖାଦ୍ୟ ଯୋଗାଉଛି ଏବଂ କୃଷି କର୍ମଣ ପୁରସ୍କାର ପାଇ ଓଡିଶାକୁ ଗର୍ବିତ କରୁଛି । ଏହାସହ ମୁଁ ସବୁବେଳେ ଚାଷୀ ଭାଇଭଉଣୀମାନଙ୍କ ସହ ରହିଛି ।
ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି । ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ , ଏହା ଚାଷୀର ହକ୍ । ଚାଷୀକୁ ତାର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିବ’ । ତେବେ, କାଳିଆ ଯୋଜନାରେ ଏ ପର୍ଯ୍ୟନ୍ତ ୩୬ ଲକ୍ଷ ୯୮ ହଜାର ୧୮ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୧୭ ଲକ୍ଷ ୮୯ ହଜାର ୧୦୩ ଜଣ ଭୂମିହୀନ କୃଷକ ପରିବାରଙ୍କୁ ସହାୟତା ରାଶି ପ୍ରଦାନ କରାଯାଇଛି । ଏହି ହିତାଧିକାରୀଙ୍କ ମଧ୍ୟରେ ମୋଟ୍ ୫୭,୬୧୪ ଜଣ ଭାଗଚାଷୀ ପରିବାର ଅଛନ୍ତି । ଗଞ୍ଜାମରେ ସର୍ବାଧିକ ୧୪,୫୩୧ ଓ ଦେବଗଡ଼ରେ ସର୍ବନିମ୍ନ ୫୦ ଜଣ ଭାଗଚାଷୀ ପରିବାର ସହାୟତା ପାଇଛନ୍ତି ।
ବିଧାନସଭାରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ କୃଷି ମନ୍ତ୍ରୀ ଅରୁଣ କୁମାର ସାହୁ ଏହି ସୂଚନା ଦେଇଛନ୍ତି । ସମସ୍ତ ଚାଷୀ ବର୍ତ୍ତମାନ ଲାଭବାନ ହେବାକୁ ଯାଉଛନ୍ତି ଓ କୃଷି କରି ଏକ ସୁଖମୟ ଜୀବନ ଅତିବାହିତ କରିବାକୁ ଯାଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏହି ଖବରଟି କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।