ଜୀବନ ଯୁଦ୍ଧରେ ହାରିଗଲେ Abhishek Mohapatra, କିନ୍ତୁ ଏବେ କେମିତି ଅଛନ୍ତି Amrit Pradhan ? ଯାହାଙ୍କୁ ସମଗ୍ର ଓଡିଶା ବାସୀ କରିଥିଲେ ସାହାର୍ଯ୍ୟ

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଧୀରେ ଧୀରେ ନିୟନ୍ତ୍ରଣ କୁ ଆସୁଛି ଅମ୍ରିତ ପ୍ରଧାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଏହା ସହ ତାଙ୍କ ଅକ୍ସୀଜେନ ର ସ୍ତର ଏବେ ୮୫-୯୦% ମଧ୍ୟରେ ରହୁଛି । ଗତ ଦୁଇ ସପ୍ତାହ ଧରି ଚେନ୍ନାଇ ର ଏକ ଘରୋଇ ହସ୍ପିଟାଲରେ ଏକମୋ ଚିକିତ୍ସା ରେ ରହୁଥିବା ଅମ୍ରିତ ପ୍ରଧାନ ଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଦୁଇ ଦିନ ହେବ ତାଙ୍କୁ ଆଉ ଭେଣ୍ଟିଲେଟର ର ଆବଶ୍ୟକ ପଡୁ ନାହିଁ । ଏହା ସହିତ ବର୍ତ୍ତମାନ ତାଙ୍କୁ ୧୦୦% ର ଆବଶ୍ୟକ ନ ହୋଇ ୭୦% ର ଏକମୋ ର ଆବଶ୍ୟକ ପଡୁଛି ।

ବର୍ତ୍ତମାନ ତାଙ୍କୁ ଖାଦ୍ୟ ଦେବା ଲାଗି ପ୍ରୟାସ ଚାଲିଛି ଯଦି ଏହା ସଫଳ ହୁଏ ତେବେ ତାଙ୍କ ଦେହରୁ ଖାଦ୍ୟ ନଳୀ କୁ ହଟା ଯିବ । ଗତ ୪ ତାରିଖ ରୁ ତାଙ୍କୁ ଏମ୍ସ ରୁ ଏୟାର ଆମ୍ବୁଲାନ୍ସ ଯୋଗେ ଚେନ୍ନାଇ ନିଆ ଯାଇଥିଲା । ତାଙ୍କ ଘର ବ୍ରହ୍ମପୁର ର ବାସୁଦେବ ନଗର ରେ ତେବେ ତାଙ୍କ ଦାଦା କହିଛନ୍ତି କି ବର୍ତ୍ତମାନ ତାଙ୍କୁ ଭେଣ୍ଟିଲେଟର ରୁ କଢ଼ା ଦିଆଯାଇଛି ଏବଂ ଏକମୋ ୭୦% ଆବଶ୍ୟକ ପଡୁଛି ।

ସେ ସମ୍ପୂର୍ଣ୍ଣ ଭଲ ହୋଇ ନଥିଲେ ବି ବର୍ତ୍ତମାନ ସେ ପୂର୍ବ ଅପେକ୍ଷା ଭଲ ଅଛନ୍ତି ଏବଂ ଆଉ ତାଙ୍କୁ ଭେଣ୍ଟିଲେଟର ର ଆବଶ୍ୟକ ମଧ୍ୟ ପଡୁ ନାହିଁ । ସେ ଆଗକୁ କହିଛନ୍ତି କି ଡାକ୍ତର କହିଛନ୍ତି କି ଏକମୋ ଚିକିତ୍ସା ଦ୍ୱାରା ତାଙ୍କ ଦେହ ଧୀରେ ଧୀରେ ସୁଧୁରିଯିବ । ତେଣୁ ପ୍ରଥମେ ଡ଼ାକ୍ତର ଆମକୁ ଏହା ୧୫ ଦିନ ଲାଗିବ ବୋଲି କହିଥିଲେ କିନ୍ତୁ ବର୍ତ୍ତମାନ ପାଖାପାଖି ଦୁଇ ମାସ ପର୍ଯ୍ୟନ୍ତ ଚାଲିପାରେ ବୋଲି କହିଛନ୍ତି । ତେବେ ଏହା ଦ୍ୱାରା ତାଙ୍କ ସ୍ୱାସ୍ଥ୍ୟ ଧୀରେ ଧୀରେ ସୁସ୍ଥ ହେବ ଏବଂ ବର୍ତ୍ତମାନ ତାଙ୍କୁ ଖାଦ୍ୟ ନଳୀ ଦ୍ୱାରା ଖାଦ୍ୟ ଦିଆଯାଉଛି ଏବଂ ଭବିଷ୍ୟତରେ ରେ ତାହା ମଧ୍ୟ ହଟିଯିବ ।

ତେବେ ଅମ୍ରିତ ପ୍ରଧାନ ଙ୍କୁ ତ ଆପଣ ନିଶ୍ଚିତ ଜାଣିଥିବେ । ତେବେ ସେ କୌଣସି ଟିଭି ସେଲିବ୍ରେଟି ନୁହେଁ କି କୌଣସି ରାଜନେତା ନୁହେଁ ସେ ହେଉଛନ୍ତି ବ୍ରହ୍ମପୁର ର ଜଣେ ଇଞ୍ଜିନିୟର ଯିଏ କି ଏହି କରୋନା ସମୟରେ ଚାକିରୀ ଛାଡ଼ି ଲୋକ ମାନଙ୍କ ସାହାଯ୍ୟ କରୁଥିଲେ । ତେବେ ପ୍ରଥମେ ତାଙ୍କ ମାଆ ସଂକ୍ରମିତ ହେଲେ ଏବଂ ପରେ ତାଙ୍କ ବାପା ତେବେ ଦୁହିଁଙ୍କ ସେବା କରିବା ପରେ ସେ ଧୀରେ ଧୀରେ ଅସୁସ୍ଥ ହେବାକୁ ଲାଗିଲେ ।

ତେବେ ତାଙ୍କୁ ପରେ ହସ୍ପିଟାଲରେ ଭର୍ତ୍ତି କରାଯାଇ ଥିଲା ଏବଂ ତାଙ୍କର ଫୁସଫୁସ ସଂକ୍ରମଣ ହୋଇ ଯାଇଥିବାରୁ ତାଙ୍କୁ ଭେଣ୍ଟିଲେଟର ରେ ରଖା ଯାଇଥିଲା ଏବଂ ପରେ ଏକମୋ ପାଇଁ ଏୟାର ଆମ୍ବୁଲାନ୍ସ ରେ ଚେନ୍ନାଇ ମଧ୍ୟ ନିଆ ଯାଇଥିଲା । ତେବେ ଆବଶ୍ୟକ ଅର୍ଥ ଅଭାବ ଯୋଗୁଁ ସେ ଲୋକମାନଙ୍କ ସାହାର୍ଯ୍ୟ ମଧ୍ୟ ଲୋଡିଥିଲେ ତେବେ ଲୋକମାନେ ସାହାର୍ଯ୍ୟ ମଧ୍ୟ କରିଥିଲେ ତେବେ ସେ ଧୀରେ ଧୀରେ ସୁସ୍ଥ ହେଉଛନ୍ତି ବୋଲି ଖବର ସମସ୍ତ ଙ୍କୁ ଖୁସି କରି ଦେଇଛି । ତେବେ ଆମେ ପାର୍ଥନା କରୁଛୁ କି ଅମ୍ରିତ ଜଲ୍ଦି ଭଲ ହୋଇ ଯାଆନ୍ତୁ । ତେବେ କିନ୍ତୁ ଅଭିଷେକ ଙ୍କ ମୃତ୍ୟୁ ସମସ୍ତଙ୍କୁ ଶୋକରେ ଭରି ଦେଇଛି ।

Leave a Reply

Your email address will not be published. Required fields are marked *