ଆଗକୁ ଆସୁଛି ପାର୍ବଣ ଋତୁ, ସତର୍କ କରେଇଲେ ମୁଖ୍ୟମନ୍ତ୍ରୀ Naveen Patnaik, ପୁଣି ହେଇପାରେ ଲକଡାଉନ ? ଦେଖନ୍ତୁ ସେ କଣ କହିଲେ …

ନମସ୍କାର ବନ୍ଧୁଗଣ ଆପଣ ମାନେ ଏହି ଦୁଇ ବର୍ଷ ହେଲା ଦେଶ ଏବଂ ବିଶ୍ଵ ରେ ହେଉଥିବା ମହାମାରୀ କରୋନା ସମ୍ପର୍କରେ ତ ନିଶ୍ଚୟ ଜାଣିଥିବେ । ଯାହା ଯୋଗୁଁ ଅନେକ ପରିବାର ଛାରଖାର ହୋଇଯାଇଛି । ତେବେ ବର୍ତ୍ତମାନ କିଛି ମାତ୍ରାରେ ରେ ଏହାର ପ୍ରକୋପ କମିବା ସହିତ କିଛି ସ୍ଥାନ ଏପରି ଅଛି ଯେଉଁଠି ଏପର୍ଯ୍ୟନ୍ତ ମଧ୍ୟ ଏହି କରୋନା ର ପ୍ରକୋପ କମି ନାହିଁ । ତେବେ ସରକାର ଏହି ସବୁରୁ ବଞ୍ଚିବା ପାଇଁ ସ୍କୁଲ,କଲେଜ ଆଦି ବନ୍ଦ କରି ଦେଇଥିଲେ ଏବଂ ଅନଲାଇନ ମାଧ୍ୟମରେ ପାଠପଢା ଏବଂ ପରୀକ୍ଷା କରାଇଥିଲେ ।

ତେବେ ବର୍ତ୍ତମାନ ର ହାଲତ ଦେଖି ଏବଂ କରୋନା ର କିଛି ମାତ୍ରାରେ କମି ଯାଉଥିବାରୁ ଏବେ କିଛି କିଛି ସ୍ଥାନରେ ସ୍କୁଲ କଲେଜ ଖୋଲି ଯାଇଛି । ତେବେ ବର୍ତ୍ତମାନ ପିଲାମାନେ ସବୁଦିନ ସ୍କୁଲ କଲେଜ ଯାଉ ଛନ୍ତି । ତେବେ ବର୍ତ୍ତମାନ ସୁଧା ଅଳ୍ପ ପରିମାଣ ରେ ପିଲାମାନେ ମଧ୍ୟ ସ୍କୁଲ ଆସୁଛନ୍ତି । ତେବେ ବର୍ତ୍ତମାନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକ ଘୋଷଣା ମଧ୍ୟ କରିଛନ୍ତି । ତେବେ ଆସନ୍ତୁ ଜାଣିନେବା ମୁଖ୍ୟମନ୍ତ୍ରୀ ଙ୍କ ସେହି ଘୋଷଣା ବିଷୟରେ ।


ତେବେ ରାଜ୍ୟ ର କୋଭିଡ ସ୍ଥିତି ସମୀକ୍ଷା ଅବସର ରେ ମୁଖ୍ୟମନ୍ତ୍ରୀ ଘୋଷଣା କିମ୍ବା ନିର୍ଦେଶ ଦେଇଛନ୍ତି ଆମେରିକା ଠାରୁ କେରଳ ପର୍ଯ୍ୟନ୍ତ ଏହି ତୃତୀୟ ଲହରୀ ବ୍ୟାପିବାରେ ଲାଗିଛି ତେବେ ଯଦି ଲୋକମାନେ କୋଭିଡ ନିୟମ ନମାନିଲେ କିମ୍ବା କୌଣସି ଅବହେଳା କଲେ ତେବେ ଫୁଣି ଥରେ ଲକଡାଉନ କରା ଦିଆଯିବ । ଏହା ଛଡା ସ୍କୁଲ କଲେଜ ରେ କୋଭିଡ଼ ର କଡା ନିୟମ ପାଳନ କରାଯିବା ଉଚିତ ଏବଂ ଅଚାନକ ତଦାରଖ କରିବା ପାଇଁ ମଧ୍ୟ ନିର୍ଦେଶ ମିଳିଛି ।


ଏହା ଛଡା ଯଦି କୌଣସି ଗଡ଼ବଡ଼ କିମ୍ବା ଅବହେଳା ହୁଏ ତେବେ ଅନୁଷ୍ଠାନ ର ମୁଖ୍ୟ ଦାୟୀ ରହିବେ । ତେବେ ସମସ୍ତେ ଟୀକା ନିଅନ୍ତୁ ଏବଂ ଛୋଟ ପିଲାଙ୍କ ପାଳି ଆସିଲେ ସେମାନେ ନିହାତି ଟୀକାକରଣ କରାଇବା ଆବଶ୍ୟକ ଏବଂ ତୃତୀୟ ଲହରୀ ରୁ ବଞ୍ଚିବା ଏହି ସବୁ ନିୟମ ମାନିବା ଉଚିତ । ତେବେ ଏହା ଛଡା ଆଗକୁ ପାର୍ବଣ ମଧ୍ୟ ଆସୁଛି ତେଣୁ ମୁଖ୍ୟମନ୍ତ୍ରୀ କଡା ନିର୍ଦେଶ ଦେଇଛନ୍ତି ଯେ ଯଦି ଲୋକମାନେ କୋଭିଡ ପ୍ରୋଟୋକଲ କୁ ଠିକ ଭାବରେ ନ ମାନିବେ ତେବେ ସେ ଫୁଣି ଥରେ ଲକଡାଉନ କରି ପାରିବେ ।

Leave a Reply

Your email address will not be published. Required fields are marked *