ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଚାହିଁଥିଲେ ସରକାର ଙ୍କ ନିଦ ଭାଙ୍ଗିବା ପାଇଁ କିନ୍ତୁ ଆଜି ଆଖି ବୁଜି ଦେଇଛନ୍ତି ଦୁଷ୍ମନ୍ତ ଦାସ । ବିଧାନସଭା ଆଗରେ ଆଜି ନିଜର ହାତ କା-ଟି ଆ-ତ୍ମ-ହ-ତ୍ୟା କରିଥିବା ଯୁବକ ଙ୍କ ଏସସିବି ରେ ଚିକିତ୍ସାଧୀନ ଅବସ୍ଥାରେ ମୃ-ତ୍ୟୁ ହୋଇ ଯାଇଛି । ମୃତକ ଙ୍କ ପରିଚୟ ହେଉଛି ଦୁଷ୍ମନ୍ତ ଦାସ । କଟକ ସ୍ଥିତ ଶ୍ରୀ ରାମଚନ୍ଦ୍ର ଭଞ୍ଜ ମେଡ଼ିକାଲ କଲେଜ ହସ୍ପିଟାଲରେ ଅବହେଳା ର ଅ-ଭି-ଯୋ-ଗ ଆଣି ବିଧାନସଭା ସମ୍ମୁଖରେ ଆ-ତ୍ମ-ହ-ତ୍ୟା କରିଥିଲେ ।
ତେବେ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଅଞ୍ଚଳ ପଙ୍କପାଳ ର ଯୁବକ ଦୁଷ୍ମନ୍ତ ଦାସ ୨୦୨୦ ମସିହାରେ ଏକ ଆକ୍ସିଡେଣ୍ଟ ର ସମ୍ମୁଖୀନ ହୋଇଥିଲେ । ଏହାପରେ ତାଙ୍କ ଚିକିତ୍ସା କୁ ନେଇ ଅନେକ ଥର ସାହାଯ୍ୟ ଭିକ୍ଷା ମଧ୍ୟ କରିଥିଲେ । ପ୍ରଶାସନ ତରଫରୁ ତାଙ୍କୁ ଚିକିତ୍ସା ପ୍ରତିଶ୍ରୁତି ଦିଆ ଯାଇଥିଲା । କିନ୍ତୁ କୌଣସି ବି ଚିକିତ୍ସା ହୋଇପାରି ନଥିଲା । ଅନ୍ୟ ପଟେ ଭୁଲ ଚିକିତ୍ସା ନେଇ ସେ ମଧ୍ୟ ଅ-ଭି-ଯୋ-ଗ ଆଣିଥିଲେ ।
ଏସସିବି ରେ ଚିକିତ୍ସା ଅବହେଳା କୁ ନେଇ ସେ ବି-ରୋ-ଧ କରିବା ସହିତ ନିଜର ହା-ତ କା-ଟି ଆ-ତ୍ମ-ହ-ତ୍ୟା କରିବାର ଉଦ୍ୟମ କରିଥିଲେ ବିଧାନସଭା ସମ୍ମୁଖରେ । ଏହା ସହିତ ବି-ଷ ପିଇବାକୁ ମଧ୍ୟ ଉଦ୍ୟମ କରିଥିଲେ । ତେବେ ଘଟଣା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଥିଲା । ରାଜ୍ୟ ସରକାର କୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ସ୍ୱତନ୍ତ୍ର ସଚିବ ଙ୍କ ନିର୍ଦ୍ଧେଶ କ୍ରମେ ଗତ ୧୬ ତାରିଖରେ ଦୁଷ୍ମନ୍ତ ଙ୍କୁ ଏସସିବି ରେ ଅସ୍ଥି ସୈଲ୍ୟ ବିଭାଗ ରେ ଭର୍ତ୍ତି ବି କରାଯାଇଥିଲା ।
ତେବେ ପୂର୍ବରୁ ଏଠାରେ ତ୍ରୁଟି ପୂର୍ଣ୍ଣ ଅ-ସ୍ତ୍ରୋ-ପ-ଚା-ର ଯୋଗୁଁ ଚାଲିବାକୁ ସେ ଅକ୍ଷମ ହୋଇ ପଡିଥିଲେ ଏବଂ ତାଙ୍କ ବାମ ଗୋଡ଼ ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇ ପଡିଥିଲା । ତେବେ ରାଜ୍ୟ ସରକାର ଙ୍କ ସହଯୋଗ ପରେ ପୁଣି ସୁସ୍ଥ ହେବେ ବୋଲି ତାଙ୍କୁ ଆଶ୍ୱାସନା ମିଳିଥିଲା ଏବଂ ବଡ଼ ମେଡ଼ିକାଲ ବି ଆସିଥିଲେ । କିନ୍ତୁ ସେଠାରେ ୨୧ ଦିନ ପ-ଡ଼ି ରହିବା ପରେ ବି ତାଙ୍କର ଚିକିତ୍ସା ହୋଇପାରି ନଥିଲା ।
ଶେଷରେ ଦୁଷ୍ମନ୍ତ ଆଉ ବଂଚିବାକୁ ଚାହିଁ ନଥିଲେ । ଇଚ୍ଛା ମୃତ୍ୟୁ ପାଇଁ ମଧ୍ୟ କହିଥିଲେ । ସରକାର ଙ୍କୁ ମଧ୍ୟ ସେ ଭ-ତ୍ସ-ନା କରିଥିଲେ । ପରିଶେଷରେ ଗତକାଲି ସେ ଆ-ତ୍ମ-ହ-ତ୍ୟା ଉଦ୍ୟମ କରିବା ସମୟରେ ତାଙ୍କୁ ଉଦ୍ଧାର କରାଯାଇଥିଲା ଏବଂ ତାଙ୍କୁ ଉଦ୍ଧାର କରାଯାଇ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା । ମେଡ଼ିକାଲ ରେ କାଲୀ ରାତିରେ ତାଙ୍କର ଚିକିତ୍ସାଧୀନ ସମୟରେ ହିଁ ମୃ-ତ୍ୟୁ ହୋଇଯାଇଛି । ତେବେ ଲୋକ ଙ୍କର ଚିକିତ୍ସା ଏବଂ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ନେଇ ସରକାର ଙ୍କ ଉଦାସୀନ ମନୋଭାବ କୁ ନେଇ ସାଧାରଣ ରେ ବର୍ତ୍ତମାନ ପ୍ରତିକ୍ରିୟା ସୃଷ୍ଟି ହୋଇଛି ।