ପୋଲିସ ହେବ ତ ଏମିତି ! ଅଟୋ ବାଲା ପାଇଁ କରିଲେ କିଛି ଏମିତି କାମ ଶୁଣିଲେ ଆପଣ ବି କରିବେ ପ୍ରଶଂସା, ଦେଖନ୍ତୁ Video

ବନ୍ଧୁଗଣ, ନାଗପୁର ପୋଲିସ ମାନବିକତା ଏବଂ ଉଦାରତା ଏବେ ସୋ-ସି-ଆ-ଲ ମି-ଡି-ଆ ରେ ଚର୍ଚ୍ଚାର ବିଷୟ ପାଲଟିଛି । ଅଟୋ ଡ୍ରାଇଭର ଙ୍କୁ ୨୦୦୦ ଟଙ୍କା ଜୋ-ରି-ମା-ନା ଲାଗୁ କରା ଯାଇଥିଲା । କିନ୍ତୁ ଅଟୋ ଡ୍ରାଇଭରଙ୍କ ଆର୍ଥିକ ପରିସ୍ଥିତି କୁ ନଜରରେ ରଖି ଜୋ-ରି-ମା-ନା ରାଶିକୁ ବହନ କଲେ, ନାଗପୁରର ଜଣେ ପୋଲିସ ଅଧିକାରୀ । ନାଗପୁର ର ସୀତାବୁଲିଡ ଅଞ୍ଚଳରେ ଟ୍ରାଫିକ ନିୟମ ଭ-ଙ୍ଗ କରିଥିବାରୁ ରୋହିତ ଖାଟଶେ ନାମକ ଜଣେ ଅଟୋ ଡ୍ରାଇଭର ଉପରେ ବରିଷ୍ଠ ପୋଲିସ ଅଧିକାରୀ ଅଜୟ ମାଲଭିଆ ୨୦୦୦ ଟଙ୍କାର ଜୋ-ରି-ମା-ନା ଲଗାଇଥିଲେ ।

ପୋଲିସ ଅଟୋ କୁ ଜବତ କରି ଜୋ-ରି-ମା-ନା ଟଙ୍କା ଆଦାୟ କରିବାକୁ କହିଥିଲେ । ମାତ୍ର ଡ୍ରାଇଭର ପାଖରେ ନିର୍ଦ୍ଧାରିତ ଟଙ୍କା ନଥିବାରୁ ଘରୁ ନିଜ ପୁଅର ସଞ୍ଚିତ କୁମ୍ପି କୁ ନେଇ ପୋଲିସ ଷ୍ଟେସନ ରେ ପହଞ୍ଚିଥିଲେ । ଏହାକୁ ଦେଖି ବରିଷ୍ଠ ଥାନା ଅଧିକାରୀ ଚକିତ ହୋଇ ଯାଇଥିଲେ ଏବଂ କୁମ୍ପି କୁ ଥାନାକୁ ଆଣିବାର କାରଣ ପଚାରିଥିଲେ । ଅଟୋଚାଳକ ଜଣକ କହିଲେ ଯେ ଜୋ-ରି-ମା-ନା ରାଶି ଦେବାକୁ ତାଙ୍କ ପାଖରେ ଟଙ୍କା ନଥିବାରୁ ବାଧ୍ୟ ହୋଇ ନିଜ ପୁଅର କୁମ୍ପି ଆଣିଛନ୍ତି ବୋଲି ଅଧିକାରୀ ଙ୍କୁ ସଫା ସଫା କହିଥିଲେ ।

ଏହା ଶୁଣି ଅଧିକାରୀ ଙ୍କ ହୃଦୟ ତରଳି ଯାଇଥିଲା । ପୋଲିସ ଅଧିକାରୀ ଜଣକ ନିଜ ପକେଟ ରୁ ଅଟୋ ଚାଳକଙ୍କ ଫାଇନ ଭରିବା ସହିତ ଅଟୋ ଚାଳକ ଙ୍କ ପୁଅ କୁ ଡକାଇ କୁମ୍ପି କୁ ଫେରସ୍ଥ କରିଥିଲେ । ପୋଲିସ ଅଧିକାରୀ “ଅମିତ ମାଲଭିଆ” ଙ୍କୁ ଲୋକେ ବହୁତ ପ୍ରଶଂସା କରିଛନ୍ତି । ଏହି ଘଟଣା କୁ ନାଗପୁର ପୋଲିସ ଟ୍ଵିଟ କରିବା ପରେ ସୋ-ସି-ଆ-ଲ ମି-ଡି-ଆ ରେ ଏହାକୁ ବହୁଳ ଭାବରେ ସେ-ୟା-ର ମଧ୍ୟ କରା ଯାଇଅଛି ।

ଏ ନେଇ ବରିଷ୍ଠ ଅଧିକାରୀ “ଅମିତ ମାଲଭିଆ” କହିଛନ୍ତି ଯେ ଅଟୋ ଡ୍ରାଇଭର ରିକ୍ସା କୁ ନୋ ପାର୍କିଂ ଜାଗାରେ ପାର୍କିଂ କରିଥିବାରୁ ତାଙ୍କ ଉପରେ ୨୦୦୦ ଟଙ୍କା ଜୋ-ରି-ମା-ନା ଲାଗୁ ହୋଇଥିଲା । ସେତେବେଳେ ଜାଣିବାକୁ ମିଳିଥିଲା ଯେ ରୋହିତ ଙ୍କ ନାମରେ ପୂର୍ବରୁ ଏକ ଫାଇନ ରହିଅଛି ଏଣୁ ଅଟୋ ଜବତ କରା ଯାଇଥିଲା ।

ସେ ୫ ଟଙ୍କିଆ, ୧୦ ଟଙ୍କିଆ ଆଦି ଖୁଚୁରା ଟଙ୍କା ସହିତ ଫାଇନ ଭରିବାକୁ ଆସିଥିଲେ । ଅଟୋ ଚାଳକ କହିଛନ୍ତି ଯେ ସେ ଭବିଷ୍ୟତ ରେ ଏଭଳି ଭୁଲ କରିବେନି ଏବଂ ଟ୍ରାଫିକ ନିୟମ କୁ କଡାକଡି ଭାବରେ ପାଳନ କରିବେ । ବନ୍ଧୁଗଣ ଆପଣ ମାନଙ୍କୁ ଏହି ବିବରଣୀ ଟି କିଭଳି ଲାଗିଲା ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *