କ୍ରିକେଟ ପଡିଆରେ ତିନି ଚାରୋଟି ପିଚ କାହିଁକି ହେଇଥାଏ, ଜାଣିଲେ ଆଶ୍ଚର୍ଯ୍ୟ ହେଇଯିବେ

କ୍ରିକେଟ ସମସ୍ତ ଭାରତୀୟଙ୍କ ପସନ୍ଦିତା ଖେଳ ଅଟେ । ସବୁ ଭାରତୀୟ କ୍ରିକେଟ ଖେଳିବାକୁ ଓ କ୍ରିକେଟ ଖେଳ ଦେଖିବାକୁ ବହୁତ ହିଁ ପସନ୍ଦ କରନ୍ତି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଅନ୍ୟ ଦେଶମାନଙ୍କ ତୁଳନାରେ ଭାରତରେ ଅଧିକ କ୍ରିକେଟ ଖେଳା ଯାଏ । ଏମିତିରେ ଆଜି ଆମେ ଆପଣଙ୍କୁ ଏହି କ୍ରିକେଟ ଖେଳ ସହ ସମ୍ବନ୍ଧିତ ଏକ ରୋଚକପୂର୍ଣ କଥା ବିଷୟରେ କହିବାକୁ ଯାଉଛୁ ।

କହିବାକୁ ଗଲେ କ୍ରିକେଟ ଖେଳ ପାଇଁ ସ୍ଵତନ୍ତ୍ର ପଡିଆ ତିଆରି କରାଯାଏ ଓ ଦର୍ଶକମାନେ ଏହି ପଡିଆ ଚତୁର୍ପାର୍ଶ୍ୱରେ ବସି ଖେଳ ଦେଖନ୍ତି କିମ୍ବା କେତେକ ଦର୍ଶକମାନେ ଟିଭିରେ ଖେଳ ଦେଖନ୍ତି । ଆପଣମାନେ ସମସ୍ତେ ଖେଳ ଦେଖୁଥିବା ସମୟରେ ଏହା ନିଶ୍ଚିତ ଦେଖିଥିବେ କି ଗୋଟିଏ ପଡିଆରେ ୩ – ୪ ଟି ପିଚ ହୋଇଥାଏ । କିନ୍ତୁ ଆପଣ କେବେ ଚିନ୍ତା କରିଛନ୍ତି କି ଏହିଭଳି କାହିଁକି ହୋଇଥାଏ ।

ଯଦି ଆପଣ ଚିନ୍ତା କରୁଛନ୍ତି କି ଖେଳିବା ସମୟରେ ଗୋଟିଏ ପିଚ ଖରାପ ହୋଇଯାଏ ତେବେ ତାହା ପାଖରେ ଥିବା ଦ୍ଵିତୀୟ ପିଚରେ ଖେଳିବା ପାଇଁ ୩ – ୪ଟି ପିଚ ତିଆରି କରାଯାଇଥାଏ, ତେବେ ଆମେ ଆପଣଙ୍କୁ କହିଦେଉଛୁ କି ଏହା ସମ୍ପୂର୍ଣ ଭୁଲ ଅଟେ । ଆଜି ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ କହି ଦେଉଛୁ ।

କହିବାକୁ ଗଲେ ଯେଉଁ ପିଚରେ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳା ଯିବାର ଥାଏ ତେବେ ସେହି ପିଚକୁ ଅଲଗା ତିଆରି କରାଯାଏ ଓ ଏହି ପିଚକୁ ଇଣ୍ଟରନ୍ୟାସନାଲ କ୍ରିକେଟ ମ୍ୟାଚକୁ ଧ୍ୟାନରେ ରଖି ପିଚ କ୍ୟୁରେଟର ପିଚକୁ ମ୍ୟାଚ ପୂର୍ବରୁ ପୁଣିଥରେ ତିଆରି କରିଥାନ୍ତି । ଅନ୍ୟ କିଛି ପିଚ ଗୁଡିକରେ ଘରେଲୁ ମ୍ୟାଚ ଓ ସିରିଜ ଖେଳା ଯାଇଥାଏ । ଯେମିତି ରଣଜୀତ ଟ୍ରଫି ଓ ଦିଲୀପ ଟ୍ରଫି ।

ଆପଣଙ୍କୁ କହିଦେଉଛୁ କି ଘରେଲୁ ମ୍ୟାଚ ପାଇଁ ପିଚ ଅଲଗା ହୋଇଥାଏ । ଏହା ଛଡା ଖେଳାଳିମାନଙ୍କ ନେଟ ଅଭ୍ୟାସ ପାଇଁ ବି ଏକ ଅଲଗା ପିଚ ତିଆରି କରାଯାଇଥାଏ । ଅର୍ଥାତ ଷ୍ଟାଡିୟମରେ ଗୋଟିଏରୁ ଅଧିକ ପିଚ ଏଥିପାଇଁ ଥାଏ କାରଣ ଗୋଟିଏ ପିଚରେ ଇଣ୍ଟରନ୍ୟାସନାଲ ମ୍ୟାଚ, ଅନ୍ୟ ପିଚରେ ଘରେଲୁ ସିରିଜ ଓ ଅନ୍ୟ ପିଚ ନେଟ ଅଭ୍ୟାସ ପାଇଁ ତିଆରି କରାଯାଇଥାଏ ।

କାରଣ ଏହି ସମସ୍ତ କାମ ଗୋଟିଏ ପିଚରେ କରିବା ଅସମ୍ଭବ ଅଟେ । ଯଦି ଗୋଟିଏ ହିଁ ପିଚରେ ସବୁ କାମ କରାଯିବ ତେବେ ସେହି ପିଚ ଅଧିକ ଦିନ ପର୍ଯ୍ୟନ୍ତ କୌଣସି କାମରେ ଆସିବ ନାହିଁ । ଏହିପରି କ୍ରିକେଟ ଦୁନିଆର ରୋମାଞ୍ଚକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *