ଡେଲିଭରିର ଏତିକି ଦିନ ପର୍ଯ୍ୟନ୍ତ ରଖନ୍ତୁ ନାହିଁ ଶାରିରୀକ ସମ୍ବନ୍ଧ, ହେଇଥାଏ ଏହି ବଡ କ୍ଷତି

କହିବାକୁ ଗଲେ ଦୁନିଆର ସବୁଠୁ ଖୁସିର କଥା ହେଉଛି ଯେତେବେଳେ ଗୋଟିଏ ଦମ୍ପତି ମାତା ପିତା ହୋଇଥାନ୍ତି । କିନ୍ତୁ ଗୋଟିଏ ଝିଅ ପାଇଁ ମା ହେବାର ଖୁସି ଦୁନିଆର ସବୁଠୁ ବଡ ଖୁସିର କଥା ହୋଇଥାଏ । ଗୋଟିଏ ଝିଅ ସେତେବେଳେ ହିଁ ସମ୍ପୂର୍ଣ ହୋଇଥାଏ ଯେତେବେଳେ ସେ ମା ହୋଇଥାଏ । ଭାଗ୍ୟଶାଳୀ ହୋଇଥାନ୍ତି ସେହି ମହିଳାମାନେ ଯେଉଁମାନେ ମା ହେବାର ସୁଖ ପ୍ରାପ୍ତ କରିଥାନ୍ତି । କାରଣ ଏହି ଦୁନିଆରେ ଏମିତି ବି ମହିଳା ଅଛନ୍ତି ଯେଉଁମାନେ ମା ହୋଇ ପାରନ୍ତି ନାହିଁ । ଗୋଟିଏ ଶିଶୁକୁ ଜନ୍ମ ଦେବା ପାଇଁ ଗୋଟିଏ ମା’କୁ ଅସହନୀୟ ଯନ୍ତ୍ରଣା ମଧ୍ୟ ଦେଇ ଗତି କରିବାକୁ ପଡିଥାଏ । ସେହି ସମୟରେ ସେହି ମାର ଯନ୍ତ୍ରଣାକୁ ଦୁନିଆର କୌଣସି ବି ବ୍ୟକ୍ତି ଅନ୍ଦାଜ ବି ଲଗାଇ ପାରିବ ନାହିଁ ।

ଯେଉଁଠି ଗୋଟିଏ ପୁରୁଷ ସାମାନ୍ୟ ଯନ୍ତ୍ରଣାକୁ ସହି ପାରେ ନାହିଁ, ଅନ୍ୟ ପଟେ ଗୋଟିଏ ମହିଳାର ସହନଶକ୍ତି ଏତେ ହୋଇଥାଏ କି ସେ ନିଜର ସନ୍ତାନକୁ ଜନ୍ମ ଦେବା ସମୟରେ ସେହି ସମୟର ଯନ୍ତ୍ରଣାକୁ ହସି ହସି ସହି ନିଏ । କିନ୍ତୁ ନିଜର ସନ୍ତାନକୁ ଜନ୍ମ ଦେବା ପରେ ମା’ର ଶରୀର ବହୁତ କମଜୋର ହୋଇଯାଏ । ସେଥିପାଇଁ ଡେଲିଭରି ପରେ ମା’ର ସ୍ୱାସ୍ଥ୍ୟ ପ୍ରତି ଖାସ ଧ୍ୟାନ ଦେବା ଉଚିତ ।

ଡେଲିଭରି ପରେ ମହିଳାମାନଙ୍କ ଶରୀରରେ କିଛି ଚେଞ୍ଜେସ ଆସିଥାଏ

ଯେତେବେଳେ ଗୋଟିଏ ମହିଳା ନିଜର ସନ୍ତାନକୁ ଜନ୍ମ ଦେଇଥାଏ ତେବେ ତା’ର ଶରୀର ଏତେ କମଜୋର ପଡିଯାଏ କି ସେ କିଛି ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ପର୍କ କରିବା ଅବସ୍ଥାରେ ନ ଥାଏ । ଡେଲିଭରି ପରେ ଗୋଟିଏ ମହିଳାର ଶରୀରରେ ବହୁତ କିଛି ଚେଞ୍ଜେସ ଆସିଥାଏ । ଏମିତିରେ ସ୍ଵାମୀମାନେ ନିଜ ପତ୍ନୀଙ୍କ ଖାସ ଧ୍ୟାନ ରଖିବା ଉଚିତ । କୁହନ୍ତି କି ଡେଲିଭରିର କିଛି ଦିନ ପର୍ଯ୍ୟନ୍ତ ସ୍ଵାମୀ ଓ ସ୍ତ୍ରୀଙ୍କୁ ଶାରୀରିକ ସମ୍ବନ୍ଧ କରିବା ଉଚିତ ନୁହେଁ ଓ ଯଦି ସେମାନେ ଏହିଭଳି କିଛି କରୁଛନ୍ତି ତେବେ ଏହା ଦ୍ଵାରା ମହିଳାର ଜୀବନ ପ୍ରତି ବି ଭୟ ରହିପାରେ ।

ତେବେ ବର୍ତ୍ତମାନ ଆପଣ ସମସ୍ତଙ୍କ ମନରେ ଏହି ପ୍ରଶ୍ନ ଉଠୁଥିବ କି ଡେଲିଭରିର କେତେ ଦିନ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ କରିବା ଉଚିତ ନୁହେଁ । ଆଜି ଆମେ ଆପଣଙ୍କ ପାଇଁ ଏହି ପ୍ରଶ୍ନର ଜବାବ ନେଇ ଆସିଛୁ ।

ସଂକ୍ରମଣର ଡର

ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଡେଲିଭରି ଦୁଇ ପ୍ରକାରର ହୋଇଥାଏ – ନର୍ମାଲ ଡେଲିଭରି ଓ ସିଜେରିୟନ ଡେଲିଭରି । ଯେଉଁ ମହିଳାମାନଙ୍କର ନର୍ମାଲ ଡେଲିଭରି ହୋଇଥାଏ ସେମାନଙ୍କୁ ଶାରୀରିକ ସମ୍ବନ୍ଧ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । କାରଣ ପିଲାମାନଙ୍କୁ ଜନ୍ମ ଦେବା ପରେ ତାଙ୍କର ଶରୀର କମଜୋର ପଡିଯାଏ କି ତାଙ୍କ ଶରୀରରେ ଏତେ ବି ଶକ୍ତି ନ ଥାଏ କି ସେମାନେ ଶାରୀରିକ ସମ୍ବନ୍ଧ କରି ପାରିବେ । ଏହା ଛଡା ସଂକ୍ରମଣର ବି ଭୟ ରହିଥାଏ ।

ଷ୍ଟିଚ ଭରିବା ଦରକାର

ଅନ୍ୟ ପଟେ ଯଦି କୌଣସି ମହିଳାର ସିଜେରିୟନ ଡେଲିଭରି ହେଉଛି ତେବେ ଏଥିରେ ପେଟକୁ କାଟି ପିଲାକୁ ବାହାର କରାଯାଏ ଓ ପରେ ପେଟକୁ ସିଲେଇ କରି ଦିଆଯାଏ । ଏହା ଏକ ପ୍ରକାରର ଖଣ୍ଡିଆ ହୋଇଥାଏ ଯାହା ଧୀରେ ଧୀରେ ଭଲ ହୋଇଥାଏ । ଏହିଭଳି ସ୍ଥିତିରେ ସିଲେଇ ଶୁଖିବା ବହୁତ ଜରୁରୀ ଅଟେ ଓ ସେତେ ଦିନ ପର୍ଯ୍ୟନ୍ତ ମହିଳାକୁ ନିଜ ଶରୀରକୁ ଆରାମ ଦେବା ଉଚିତ ।

ଯଦି ଏହା ମଧ୍ୟରେ ଆପଣ ସମ୍ବନ୍ଧ କରିବାକୁ ଚେଷ୍ଟା କରିବେ ତେବେ ମହିଳାଙ୍କ ଜୀବନ ପ୍ରତି ଭୟ ରହିଥାଏ । ସେଥିପାଇଁ କୁହାଯାଏ କି ଅପରେସନ ହେବାର କମ ସେ କମ ୭ ସପ୍ତାହ ପର୍ଯ୍ୟନ୍ତ ଶାରିରୀକ ସମ୍ବନ୍ଧ କରିବା ଉଚିତ ନୁହେଁ । ଯଦି ଆପଣ ବର୍ତ୍ତମାନ ମା ହୋଇଛନ୍ତି କିମ୍ବା ଆସନ୍ତା ସମୟରେ ମା ହେବାକୁ ଯାଉଛନ୍ତି ତେବେ କମ ସେ କମ 2-3 ମାସ ପର୍ଯ୍ୟନ୍ତ ଶାରୀରିକ ସମ୍ବନ୍ଧ କରନ୍ତୁ ନାହିଁ । ଏହାକୁ ଅନ୍ୟମାନଙ୍କ ସହିତ ଶେୟାର କରନ୍ତୁ ଓ ଏହିପରି ଅନେକ କଥା ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *