ଏବେ କେମିତି ଓ କେଉଁ ଅବସ୍ଥାରେ ଅଛନ୍ତି Amir Khan ଙ୍କ ପ୍ରଥମ ପତ୍ନୀ Reena Dutta, ଡିଭୋର୍ସ ପରେ ମିଳିଥିଲା 50 କୋଟି ଟଙ୍କା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଅଭିନେତା ଅମିର ଖାନଙ୍କୁ ନିଶ୍ଚୟ ଜାଣିଥିବେ । ଅମିର ଖାନ ହେଉଛନ୍ତି ଏକ ପ୍ରସିଦ୍ଧ ଅଭିନେତା ଯିଏ ବଲିଉଡରେ ଅନେକ ସୁପର ହିଟ ଫିଲ୍ମ କରି ସଫଳତା ହାସଲ କରିଛନ୍ତି ।

୯୦ ଦଶକରୁ ବର୍ତ୍ତମାନ ପର୍ଯ୍ୟନ୍ତ ସେ ଅନେକ ସୁପର ହିଟ ଫିଲ୍ମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ତାଙ୍କ ଅଭିନୟ ଓ ଷ୍ଟାଇଲ ଦେଖିବାକୁ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଅମିର ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତ କିଛି ସମୟ ହେବ ଅମିର ଓ କିରନଙ୍କ ତଲାକ ଖବର ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ଖବର ଜାଣିବା ପରେ ସମସ୍ତ ଲୋକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଅମିର ଓ କିରନ ଏକ ସହ ନିଜ ୧୫ ବର୍ଷ ସମ୍ପର୍କକୁ ଭାଙ୍ଗିବାର ଖୁଲାସା କରିଛନ୍ତି ।

ଅମିର ଓ କିରନ ୨୦୦୫ ମସିହାରେ ବିବାହ କରିଥିଲେ । ଏହି ଦୁଇଜଣଙ୍କ ଯୋଡିକୁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରୁଥିଲେ । ଏହି ଦୁଇଜଣଙ୍କର ଏକ ପୁଅ ମଧ୍ୟ ଅଛି । ହେଲେ ବର୍ତ୍ତମାନ ଏହି ଦୁଇଜଣ ତଲାକ ନେବାର ନିଷ୍ପତ୍ତି ନେଇ ସାରିଛନ୍ତି । କିରନ ହେଉଛନ୍ତି ଅମିରଙ୍କର ଦ୍ଵିତୀୟ ପତ୍ନୀ । କିରନଙ୍କ ପୂର୍ବରୁ ଅମିର ରିନା ଦତ୍ତଙ୍କ ସହ ବିବାହ କରିଥିଲେ । ହେଲେ ୧୬ ବର୍ଷ ପରେ ଏହି ସମ୍ପର୍କ ମଧ୍ୟ ଭାଙ୍ଗି ଯାଇଥିଲା । ଆଜିଆମେ ଆପଣ ମାନଙ୍କୁ ଅମିରଙ୍କ ପ୍ରଥମ ପତ୍ନୀ ରିନା ଦତ୍ତଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଅମିର ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେବା ପୂର୍ବରୁ ୧୯୮୬ ମସିହାରେ ରିନାଙ୍କ ସହ ବିବାହ କରିଥିଲେ । ସେତେବେଳେ ରିନା ୧୯ ବର୍ଷର ଥିବା ବେଳେ ଅମିର ମାତ୍ର ୨୧ ବର୍ଷର ଥିଲେ । ହେଲେ କିଛି ବର୍ଷ ଏକା ସହ ରହିବା ପରେ ୨୦୦୨ ମସିହାରେ ଏହି ଦୁଇଜଣଙ୍କର ତଲାକ ହୋଇଯାଇଥିଲା ।

ଆମିର ଓ ରିନା ଦୁଇଟି ଛୁଆଙ୍କ ମାତା ପିତା ଅଟନ୍ତି । ତାଙ୍କ ପୁଅର ନାମ ହେଉଛି ଯୁନେଦ ଓ ଝିଅର ନାମ ହେଉଛି ଆୟାରା ଖାନ । ତଲାକ ପରେ ଦୁଇ ଛୁଆ ରିନାଙ୍କ ପାଖରେ ରହିଥିଲେ । ଏହି ତଲାକ ଦ୍ଵାରା ଅମିର ରିନାଙ୍କୁ ୫୦ କୋଟି ଟଙ୍କା ଦେଇଥିଲେ ଓ ନିଜ ଛୁଆ ମାନଙ୍କ ସହ ସାକ୍ଷାତ କରୁଥିଲେ । ତଲାକ ପରେ ମଧ୍ୟ ଅମିର ରିନା ଓ ତାଙ୍କ ଦୁଇ ଛୁଆଙ୍କର ସମସ୍ତ ଖର୍ଚ ଉଠାଇ ଥିଲେ ।

ତଲାକ ପରେ ରିନା ମୁମ୍ବାଇରେ ଅମିରଙ୍କ ଘର ପାଖରେ ଏକ ଫ୍ଲାଟ ନେଇ ରହିବାକୁ ଲାଗିଲେ । ଏହି ଦୁଇଜଣଙ୍କର ତଲାକ ହୋଇଥିଲେ ମଧ୍ୟ ଏମାନଙ୍କ ସମ୍ପର୍କ ଭଲ ଥିଲା । ଅମିର ଯେତେବେଳେ କିରନଙ୍କ ସହ ବିବାହ କରିଲେ ସେତେବେଳେ ରିନା ଏକା ନିଜ ଛୁଆ ମାନଙ୍କୁ ପାଳି ଥିଲେ । କିରନଙ୍କ ସହ ମଧ୍ୟ ରିନାଙ୍କର ଭଲ ସମ୍ପର୍କ ଥିଲା । ବର୍ତ୍ତମାନ ରିନା ନିଜ ଦୁଇ ଛୁଆଙ୍କ ସହ ବହୁତ ଖୁସିରେ ରହୁଛନ୍ତି ।

ତା ହେଲେ ବନ୍ଧୁଗଣ ଅମିରଙ୍କ ତଲାକ ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *