ଅଜହର ଲଗାଇଥିଲେ ୬୨ଟି ବଳରେ ଶତକ, କିନ୍ତୁ ଭାରତୀୟ ଦର୍ଶକ ଦେଖି ପାରି ନ ଥିଲେ ସେହି ଐତିହାସିକ ମ୍ୟାଚକୁ

ଆଜି ଆମେ ଭାରତୀୟ ଟିମର ପୂର୍ବ କ୍ୟାପଟେନ ମୋହମ୍ମଦ ଅଜହରୁଦ୍ଦୀନଙ୍କ ବିଷୟରେ କଥା ହେବାକୁ ଯାଉଛୁ । କହିବାକୁ ଗଲେ ମୋହମ୍ମଦ ଅଜହରୁଦ୍ଦୀନଙ୍କ କ୍ରିକେଟ କ୍ୟାରିୟର ବହୁତ ଲମ୍ବା ରହିଛି ଓ ସେ ଭାରତୀୟ ଟିମର କ୍ୟାପଟେନ ହୋଇ ବହୁତ ମ୍ୟାଚ ବି ଜିତିଛନ୍ତି । ଏହା ମଧ୍ୟରେ ତାଙ୍କର ଏକ ଇଣ୍ଟରଭିୟୁ ସାମ୍ନାକୁ ଆସିଛି । ଯେଉଁଥିରେ ସେ କହିଲେ କି ଇଣ୍ଟରନ୍ୟାସନାଲ ଲେବୁଲରେ ସେ ଯେଉଁ ସମସ୍ତ ମ୍ୟାଚ ଖେଳିଛନ୍ତି ଓ ସେଥିରେ ଯେଉଁ ୩୦ ଟି ଶତକ ମାରିଥିଲେ ସେଥିମଧ୍ୟରୁ ସେ ୧୦ – ୧୨ଟି ଶତକକୁ ମନେ ରଖିଛନ୍ତି ।

କିନ୍ତୁ ୩୧ ବର୍ଷ ପୂର୍ବେ ସେ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ୱାଣ୍ଡେରେ ୬୨ଟି ବଲରେ ଯେଉଁ ଶତକର ପାରି ଖେଳି ଥିଲେ ତାହା ତାଙ୍କ ଜୀବନର ସବୁଠୁ ମହତ୍ଵପୂର୍ଣ ଓ ସ୍ମରଣୀୟ ମ୍ୟାଚ ଅଟେ । ଆପଣଙ୍କୁ କହିଦେଉଛୁ କି ଡିସେମ୍ବର ୧୯୮୮ରେ ମୋହମ୍ମଦ ଅଜହରୁଦ୍ଦୀନ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ଖେଳି ୬୨ଟି ବଲରେ ୧୦୦ ରନ କରିଥିଲେ । ଯାହା ସେହି ସମୟର ୱାଣ୍ଡେ କ୍ରିକେଟରେ ଭାରତର ସବୁଠୁ ଜଲ୍ଦି ଶତକ ଥିଲା ।

ସେହି ସମୟରେ ଦୂରଦର୍ଶନରେ ଏହି ମ୍ୟାଚର ସିଧା ପ୍ରସାରଣ ବି ହୋଇଥିଲା । ଦୁଃଖର କଥା ଏହା ଅଟେ କି ଏହି ମ୍ୟାଚର କୌଣସି ଫୁଟେଜ ଉପଲବ୍ଧ ନାହିଁ । କିନ୍ତୁ ଏହି ମ୍ୟାଚରେ ଯେତେବଳେ ଭାରତ ବ୍ୟାଟିଙ୍ଗ କରୁଥିଲା ତେବେ ସେହି ସମୟରେ ଟ୍ରାଂସମିଶନ ଲିଙ୍କ ଚାଲି ଗଲା ଓ ଏହି କାରଣରୁ ଦର୍ଶକ ଟିଭିରେ ମୋହମ୍ମଦ ଅଜହରୁଦ୍ଦୀନଙ୍କ ସେହି ଐତିହାସିକ ପାରିକୁ ଦେଖି ପାରି ନ ଥିଲେ ।

ବର୍ତ୍ତମାନ ସମୟରେ ମୋହମ୍ମଦ ଅଜହରୁଦ୍ଦୀନ ନିଜର ଏହି ପାରିକୁ ମନେ ପକାଇ କହିଲେ କି ଏହି ମ୍ୟାଚ ମୋତୀ ବାଗ ପ୍ୟାଲେସ ପଡିଆରେ ଖେଳା ଯାଇଥିଲା । ପଡିଆରେ ଦର୍ଶକମାନଙ୍କ ପାଇଁ ବହୁତ ଭଲ ବ୍ୟବସ୍ଥା ବି କରାଯାଇଥିଲା । ମୁଁ ନିଜ ପାରିରେ ୩ ଟି ଚଉକା ଓ ୪ ଟି ଛକା ମାରିଥିଲି । ଯେଉଁଥିରୁ ଦୁଇ ଥର ବଲ ପଡିଆ ବାହାରକୁ ଯାଇଥିଲା ଓ ଗୋଟିଏ ଗଛରେ ଲାଗିଥିଲା ।

ସେହି ସମୟରେ ମୋତେ ଏମିତି ଲାଗୁଥିଲା ଯେମିତି ମୁଁ ଖେଳ ସମୟରେ କୌଣସି ପ୍ରକାରର ଭୁଲ କରିବି ନାହିଁ ଓ ମୋତେ ଲାଗିଲା ହିଁ ନାହିଁ କି ମୁଁ ୬୦ ଟି ବଲରେ ନିଜର ଶତକ ପୁରା କରି ଦେଇଛି । ଏହି ମ୍ୟାଚରେ କପିଲ ଦେବ ଖେଳି ନ ଥିଲେ । ଏମିତିରେ ଭାରତୀୟ ବୋଲର ବହୁତ ମାଡ ବି ଖାଇଥିଲେ । ଏହା ପରେ ମୋହମ୍ମଦ ଅଜହରୁଦ୍ଦୀନ କହିଲେ କି ଆମକୁ ୨୭୯ ରନର ଟାର୍ଗେଟ ମିଳିଥିଲା ।

କିନ୍ତୁ ସେହି ସମୟରେ ଏମିତି ଲାଗୁଥିଲା କି ଯେମିତି ଆଜି ଆମେ ୩୪୦ ର ପିଛା କରିବୁ । ସେହି ମ୍ୟାଚରେ ମୁଁ ଷଷ୍ଠ ସ୍ଥାନରେ ବ୍ୟାଟିଙ୍ଗ କରିବାକୁ ଆସିଥିଲୁ ଓ ଅଜୟ ଶର୍ମା ବି ମୋ ସହିତ ଭଲ ପାର୍ଟନରଶିପ କରିଥିଲେ ଓ ଆମେ ଦୁଇ ଜଣ ମିଶି ବହୁତ ଜଲ୍ଦି ୧୦୦ ରନ ପୁରା କରିଦେଲୁ ଓ ଦୁଇଟି ୱିକେଟରେ ମ୍ୟାଚକୁ ନିଜ ନାମରେ କରିଦେଲୁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଶେୟାର କରି ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହିତ ଯୋଡି ହୋଇ ରୁହନ୍ତୁ ।

Leave a Reply

Your email address will not be published. Required fields are marked *