କରୋନା ରେ ସବୁଠୁ ଅଧିକ ମହତ୍ବପୂର୍ଣ୍ଣ ପଞ୍ଚମ ଓ ଦଶମ ଦିନ କାହିଁକି ? Dr. B. K. Mishra

ବନ୍ଧୁଗଣ ବର୍ତ୍ତମାନ ଦେଶର ଅବସ୍ତା ବହୁତ ଜଟିଳ ରହିଛି । ଦିନକୁ ଦିନ କରୋନା ମହାମାରୀର ସଂକ୍ରମଣ ବଢିବାରେ ଲାଗିଛି । ବହୁତ ଲୋକ ହସ୍ପିଟାଲରେ ଚିକିତ୍ସା ନେଉଥିବା ବେଳେ ହଜାର

ହଜାର ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇ ନିଜର ପ୍ରାଣ ହରାଇ ବସିଛନ୍ତି । ବନ୍ଧୁଗଣ ଗତବର୍ଷ ଅପେକ୍ଷା ଏହି ବର୍ଷ କରୋନା ମହାମାରୀର ଦ୍ଵିତୀୟ ଲହର ଏକ ଭୟଙ୍କର ରୂପ ନେଇ ଆସିଛି । ଏହି ଭାଇରସଟି ବହୁତ ଶକ୍ତିଶାଳି ହେବା ସହିତ ବହୁତ ଶୀଘ୍ର ସଂକ୍ରମଣ ହେଉଛି । ସାଧାରଣତଃ ଲୋକ ମାନେ ଏହି ଭାଇରସରେ ଆକ୍ରାନ୍ତ ହେବା ପରେ କଣ କରିବେ କିଛି ବୁଝି ପାରୁ ନାହାନ୍ତି ।

ହେଲେ ବନ୍ଧୁଗଣ ଯଦି ଆପଣ ମାନେ କୌଣସି କରୋନା ସଂକ୍ରମଣ ବ୍ୟକ୍ତିର ସଂସ୍ପର୍ଶରେ ଆସିଯାଇଛନ୍ତି ତା ହେଲେ ଆପଣ ମାନଙ୍କୁ ଟାଇମଲାଇନ ଉପରେ ଅଧିକ ଗୁରୁତ୍ଵ ଦେବା ଉଚିତ । ଯଦି ଆପଣ ଟାଇମଲାଇନ ଉପରେ ଅଧିକ ଗୁରୁତ୍ଵ ଦେବେ ତା ହେଲେ କରୋନା ଆପଣ ମାନଙ୍କର ପ୍ରାଣ ନେଇ ପାରିବ ନାହିଁ । କରୋନା ସଂକ୍ରମଣ ହେବା ପରେ ସବୁଠାରୁ ମୁଖ୍ୟ ଦିନ ଗୁଡିକ ହେଉଛି ପଞ୍ଚମ ଦିନ ଓ ଦଶମ ଦିନ ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଯଦି କୌଣସି ବ୍ୟକ୍ତି କରୋନା ଭାଇରସରେ ଆକ୍ରାନ୍ତ ହୋଇଛି ତା ହେଲେ ତାକୁ ରିକୋଭର ହେବା ପାଇଁ କମ ସେ କମ ୧୪ ଦିନ ସମୟ ଲାଗିଥାଏ । ହେଲେ କିଛି କେସରେ ବହୁତ କମ ଲୋକ କମ ଦିନରେ ମଧ୍ୟ ସୁସ୍ଥ ହୋଇଛନ୍ତି । ବନ୍ଧୁଗଣ ଯଦି ଆପଣ ମାନଙ୍କୁ କରୋନା ଆକ୍ରାନ୍ତ କରିସାରିଛି ତା ହେଲେ ଆପଣ ଟାଇମଲାଇନ ଉପରେ ଅଧିକ ଗୁରୁତ୍ଵ ଦିଅନ୍ତୁ । ଆପଣଙ୍କୁ ଏହାର ଲକ୍ଷଣ ଆକ୍ରାନ୍ତ ହେବାର ପଞ୍ଚମ ଦିନରେ ଦେଖାଯିବ । ଡାକ୍ତର ଭିକେ ମିଶ୍ରଙ୍କ ମତରେ ପଞ୍ଚମ ଦିନ ମଧ୍ୟରେ ଆପଣ ମାନଙ୍କୁ ଜ୍ଵର, କାସ ଓ ନିଶ୍ଵାସ ପ୍ରଶ୍ଵାସରେ ଅସୁବିଧା ହେବା ଆଦି ଲକ୍ଷଣ ଦେଖାଯିବ ।

ହେଲେ ଚିନ୍ତାର ବିଷୟ ହେଉଛି ଯଦି ଷଷ୍ଠ ଓ ସପ୍ତମ ଦିନରେ ଆପଣଙ୍କର ଶରୀର ଅଧିକ ଜଟିଳ ହୋଇଯାଉଛି ତା ହେଲେ ଆପଣଙ୍କୁ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନେବା ଉଚିତ । ପଞ୍ଚମ ଦିନରୁ ଦଶମ ଦିନ ମଧ୍ୟରେ ହେଉଥିବା ସମସ୍ତ ଲକ୍ଷଣ ଗୁଡିକୁ ଆପଣ ମାନେ ଧ୍ୟାନ ପୂର୍ବରୁ ଗୁରୁତ୍ଵ ଦେବା ଉଚିତ । ପଞ୍ଚମ ରୁ ୧୦ ଦିନ ମଧ୍ୟରେ ରୋଗୀଙ୍କର ଶରୀର ଯଦି ଅଧିକ ଶୋଚନୀୟ ହୋଇଯାଉଛି ତା ହେଲେ ସେହି ଲୋକ ମାନଙ୍କୁ ହସ୍ପିଟାଲରେ ଚିକିତ୍ସା ନେବା ଉଚିତ ।

ବନ୍ଧୁଗଣ ଏହି ଲୋକ ମାନଙ୍କୁ ହୋମ ଆୟୁସୁଲେସନରେ ନରହି ହସ୍ପିଟାଲରେ ଚିକିତ୍ସା ନେବା ନିହାତି ଆବଶ୍ୟକ । କାରଣ ଏହି ସବୁ ଲକ୍ଷଣ ଦ୍ଵାରା ଜଣା ପଡିଥାଏ ଯେ, ରୋଗୀର ଜୀବନ ଉପରେ ବହୁତ ଅଧିକ ବିପଦ ରହିଛି । ତେଣୁ ବନ୍ଧୁଗଣ ଆପଣ ମାନେ ମଧ୍ୟ ଏହି ପଞ୍ଚମ ରୁ ଦଶମ ଦିନ ମଧ୍ୟରେ ହେଉଥିବା ସମସ୍ତ ଲକ୍ଷଣ ଗୁଡିକୁ ଧ୍ୟାନରେ ରଖନ୍ତୁ ଯଦି ଆପଣଙ୍କ ଶରୀର ଅଧିକ ଶୋଚନୀୟ ହୋଇଯାଉଛି ତା ହେଲେ ଆପଣ ଶୀଘ୍ର ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *