ମାଷ୍ଟର ବିଟ୍ଟୁ ସମେତ ଫିଲ୍ମରେ ନିଜର ନଟଖଟ ଅଭିନୟ ପାଇଁ ଫେମସ ହୋଇଥିବା Bollywood ର ଏହି 5 Child Actor ଆଜି ଦେଖା ଯାଆନ୍ତି କିଛି ଏମିତି…

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ ଏକ ନୂତନ ଵିଷୟ ସମ୍ବନ୍ଧରେ । ଆଜି ଆମେ ଆପଣ ମାନଙ୍କୁ କହିବୁ ବଲିଉଡ ଇଣ୍ଡଷ୍ଟ୍ରୀ ସମ୍ୱନ୍ଧୀୟ କିଛି ଖବର ସମ୍ପର୍କରେ ।

ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, କୌଣସି ଭି ଫିଲ୍ମ ରେ ନାୟକ ନାୟିକା ଏବଂ ଖଳନାୟକ ର ଚରିତ୍ର ଯେତେ ଗୁରୁତ୍ୱପୂର୍ଣ୍ଣ ସେହିପରି ଫିଲ୍ମ ରେ ଅଭିନୟ କରୁଥିବା ବାଲ୍ୟ କଳାକାର ଙ୍କ ଭୂମିକା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କାରଣ ସେମାନେ ଫିଲ୍ମ କୁ ଅଧିକ ମନୋହର ତଥା ଆଗ୍ରହ ଜନକ ବନାଇ ଦିଅନ୍ତି । ସେଥିପାଇଁ ତ ଆଜିକାଲି ବଡ଼ ପରଦା ରେ ଏହି ବାଲ୍ୟ କଳାକାର ମାନଙ୍କୁ ଦେଖିବାକୁ ମିଳୁଛି ।

ଏହା ଛଡା ପୁରୁଣା ସିନେମା ରେ ନାୟକ ଏବଂ ନାୟିକା ମାନଙ୍କ ର ଚରିତ୍ର ଟି ଛୋଟ ବେଳୁ ହିଁ ଆରମ୍ଭ ହୋଇ ଥାଏ । ସେଥିପାଇଁ ସେତେବେଳେ ବାଲ୍ୟ କଳାକାର ଙ୍କ ଡିମାଣ୍ଡ ବହୁତ ଅଧିକ ଥିଲା ।

କିନ୍ତୁ ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ରେ ଅଭିନୟ କରି ଫିଲ୍ମ କୁ ଅଧିକ ରୋମାଞ୍ଚକ ବନାଉଥିବା ଏହି ବାଲ୍ୟ କଳାକାର ବର୍ତ୍ତମାନ ସମୟ ସହ ନିଜକୁ ମଧ୍ୟ ବଦଳାଇ ସାରିଛନ୍ତି ଏବଂ ବର୍ତ୍ତମାନ ଏହି ବାଲ୍ୟ କଳାକାର ବଡ଼ ହୋଇସାରିଛନ୍ତି । କିନ୍ତୁ ତାଙ୍କୁ ଏବେ ବଲିଉଡ ସିନେମା ରେ ଆଉ ଦେଖିବାକୁ ମିଳୁନାହିଁ ତେବେ ଆସନ୍ତୁ ଜାଣିନେବା ସେହି ପୁରୁଣା ସିନେମା ର ଲୋକପ୍ରିୟ ଏବଂ ପ୍ରସିଦ୍ଧ ବାଲ୍ୟ କଳାକାର ଙ୍କ ବିଷୟରେ ।

୧- ପ୍ରଥମ କଳାକାର ହେଉଛନ୍ତି ମାଷ୍ଟର ମଂଜୁନାଥ । ମାଲଗୁଡି ଡେସ ଧାରାବାହିକ ରେ ଅଭିନୟ କରି ଏବଂ ୬୮ ସିନେମା ରେ ଅଭିନୟ କରି ବାଲ୍ୟ କଳାକାର ଭାବେ ସେ ଅନେକ ପ୍ରସିଦ୍ଧି ଲାଭ କରିଥିଲେ । କିନ୍ତୁ ୧୯ ବର୍ଷରେ ନିଜ ବଲିଉଡ ଜଗତ ଠାରୁ ଦୂରତା ରଖି ନିଜ ପାଠ ପଢ଼ା ରେ ଅଧିକ ଧ୍ୟାନ ଦେବାକୁ ଲାଗିଲେ । ଏହି ବାଲ୍ୟ କଳାକାର ମଂଜୁନାଥ ଏବେ ବହୁତ ବଡ଼ ହୋଇ ଗଲେଣି ଏବଂ ୪୦ ବର୍ଷ ଅତିକ୍ରମ କରି ସାରିଲେଣି । ଏବଂ ତାଙ୍କର ପତ୍ନୀ ଙ୍କ ନାମ ହେଉଛି ସ୍ଵର୍ଣ ରେଖା ନାୟକର । ଏବଂ ଏବେ ସେ ଏକ ଖୁସୁ ଜୀଵନ ଯାପନ କରୁଛନ୍ତି ।

୨- ଦ୍ଵିତୀୟ କଳାକାର ହେଉଛନ୍ତୁ ମାଷ୍ଟର ରବି । ସେ ଫକୀରା ସିନେମା ରୁ ନିଜ ଅଭିନୟ ଜୀଵନ ଆରମ୍ଭ କରିଥିଲେ । ସେ ଅନେକ ସିନେମା ରେ ସୁପରଷ୍ଟାର ଅମିତାଭ ଵଚନ ଙ୍କ ବାଲ୍ୟ ବେଳର ଭୂମିକା କରିଛନ୍ତି । ସେ ନିଜ କ୍ୟାରିଅର ରେ ୩୦୦ ରୁ ଅଧିକ ସିନେମା ରେ କାମ କରି ଲୋକ ପ୍ରିୟତା ହାସଲ କରିଛନ୍ତି । ଏବେ ସେ ବହୁତ ବଡ଼ ହୋଇ ଗଲେଣି ଏବଂ ବେଙ୍ଗାଳୁରୁ ରେ ନିଜର ବ୍ୟବସାୟ କରୁଛନ୍ତି ।

୩- ତୃତୀୟ କଳାକାର ହେଉଛନ୍ତି ମାଷ୍ଟର ରାଜୁ । ଚିଚୋର, ବାବରଚି, ନଫରତ ଭଳି ଅନେକ ସିନେମା ରେ ନିଜ ଅଭିନୟ ରେ ଏବଂ ଭୋଳାପଣ ରେ ଲୋକ ମାନଙ୍କ ହୃଦୟ ରେ ଘର କରି ପାରି ଥିଲେ । ତାଙ୍କର ସୁନ୍ଦର ଅଭିନୟ ରେ ଲୋକମାନେ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରନ୍ତି । ଏବେ ସେ ମଧ୍ୟ ବହୁତ ବଡ଼ ହୋଇ ଗଲେଣି ଏବଂ ଏବେ ପର୍ଯ୍ୟନ୍ତ ମଧ୍ୟ ସେ ନିଜର ଅଭିନୟ ଜୀଵନ କୁ ବଜାୟ ରଖିଛନ୍ତି ସେ ବର୍ତ୍ତମାନ ଅନେକ ସିନେମା ଏବଂ ଧାରାବାହିକ ରେ କାମ କରିବାର ନଜର ଆସୁଛନ୍ତି ।

୪- ଚତୁର୍ଥ କଳାକାର ହେଉଛନ୍ତି ମାଷ୍ଟର ସତ୍ୟଜିତ । ୮୦ ଦଶକ ରେ ବହୁତ ଲୋକ ପ୍ରିୟ ବାଲ୍ୟ କଳାକାର ଥିଲେ ମାଷ୍ଟର ସତ୍ୟଜିତ । ସେ ଖିଲୋନା, ଶୋର, ସମାଧି, ଧର୍ମା କର୍ମା,ଭଳି ଅନେକ ସିନେମା ରେ ବଡ଼ ବଡ଼ କଳାକାର ମାନଙ୍କ ସହିତ କାମ କରିଛନ୍ତି । ଏହା ଛଡା ସେ ତ୍ରିଦେଵ, ଶୋଲା ଓର ସବନମ, ଭଳି ଅନେକ ସିନେମା ରେ ଅଭିନୟ କରିଛନ୍ତି । ଏବେ ସେ ବହୁତ ବଡ଼ ହୋଇ ଯାଇଛନ୍ତି ଏବଂ ଏବେ ସେ ସିନେମା ରେ ନିର୍ଦେଶନ ଦେଉଛନ୍ତି । ସେ ତାଙ୍କ ପତ୍ନୀ ରିତା ଙ୍କ ସହିତ ଖୁସିରେ ଅଛନ୍ତି ।

୫- ପଞ୍ଚମ କଳାକାର ହେଉଛନ୍ତି ମାଷ୍ଟର ବିଟୁ । ୭୦ ଏବଂ ୮୦ ଦଶକ ରେ ପ୍ରାୟତଃ ସବୁ ସିନେମା ରେ ସେ ବାଲ୍ୟ କଳାକାର ଭାବେ ନଜର ଆସନ୍ତି । ତାଙ୍କର ଅସଲି ନାମ ବିଶାଲ ଦେଶାଇ । ସେ ନିଜର ସୁନ୍ଦର ଅଭିନୟ ରେ ଲୋକ ମାନଙ୍କ ହୃଦୟ କୁ ଜିଣିବାରେ ସଫଳ ମଧ୍ୟ ହୋଇଥିଲେ । ସେ ବର୍ତ୍ତମାନ ବହୁତ ବଡ଼ ହୋଇ ଗଲେଣି ଏବଂ ଏବେ ମଧ୍ୟ ସେ ସିନେମା ରେ ସକ୍ରିୟ ଅଛନ୍ତି କିନ୍ତୁ ଅଭିନେତା ଭାବେ ନୁହେଁ ପ୍ରଯୋଜକ ଭାବେ ଏବଂ ଭୂତ ନାଥ ଭଳି ଅନେକ ସିନେମା ରେ ସେ ପ୍ରଯୋଜନା ଦେଇ ଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *