ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ବର୍ତ୍ତମାନ ସମୟ ରେ କରୋନା ମହାମାରୀ ର ପ୍ରଭାବ ସମଗ୍ର ବିଶ୍ୱରେ ଅଧିକ ମାତ୍ରାରେ ବଢି ଚାଲିଛି ।
ବିଶେଷ କରି ଏହାର ପ୍ରଭାବ ଭାରତ ରେ ଅଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଭାରତ ର ଅନେକ ରାଜ୍ୟ ରେ କରୋନା ଆକ୍ରାନ୍ତ ଙ୍କ ସଂଖ୍ୟା ଦିନ କୁ ଦିନ ବୃଦ୍ଧି ପାଇବା ରେ ଲାଗିଛି ଯାହା ଫଳରେ ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ ଅନେକ ଲୋକ ଭର୍ତ୍ତି ହେଉଛନ୍ତି ।
କରୋନା ପାଇଁ ଭାରତ ର ଅନେକ ସ୍ଥାନ ରେ ଅମ୍ଳଜାନ ର ଅଭାଵ ପାଇଁ ଲୋକ ମୃ-ତ୍ୟୁ ମୁଖ ରେ ପଡିବାର ଖବର ବର୍ତ୍ତମାନ ଦେଖିବାକୁ ମିଳୁଛି । ଦିଲ୍ଲୀ, ମହାରାଷ୍ଟ୍ର ଭଳି ବଡ଼ ବଡ଼ ରାଜ୍ୟ ମାନଙ୍କ ରେ ବର୍ତ୍ତମାନ କରୋନା ନିମନ୍ତେ ଅନେକ ଲୋକ ମୃ-ତ୍ୟୁ ବରଣ କରୁଛନ୍ତି । ତେବେ କରୋନା ରୁ ସୁସ୍ଥ ହେବା ପରେ ମଧ୍ୟ ଆପଣଙ୍କ ଉପରୁ ବି-ପଦ ଟଳି ନଥାଏ । ତେବେ ଆଜି ଆମେ ଆପଣଂକୁ ଜଣାଇବାକୁ ଯାଉଛୁ କରୋନା ପରେ ହେଉଥିବା ଦୁଷ୍ପରିମାଣ ରୁ ଆପଣ କିପରି ବଞ୍ଚି ପାରିବେ । ତେବେ ଆସନ୍ତୁ ସେ ବିଷୟ ରେ ଅଧିକ କିଛି ଜାଣିବା ।
ବନ୍ଧୁଗଣ କରୋନା ରୁ ସୁସ୍ଥ ହେବା ପରେ ମଧ୍ୟ ଆପଣଙ୍କ ଠାରେ କିଛି ଲକ୍ଷଣ ପରିଲକ୍ଷିତ ହୋଇଥାଏ । କରୋନା ରୁ ୧୪ କିମ୍ବା ୧୫ ଦିନ ମଧ୍ୟରେ ରକ୍ଷା ମିଳିଯିବା ପରେ ମଧ୍ୟ ଅନ୍ତତଃ ୬ମାସ ପର୍ଯ୍ୟନ୍ତ ଶରୀର ରେ କିଛି ନା କିଛି ଲକ୍ଷଣ ଏହି ଭୁତାଣୁ ପାଇଁ ଦେଖିବାକୁ ମିଳିବ । ଅନେକ ଲୋକ ବୁଝିପାରନ୍ତି ନାହିଁ କି ତାଙ୍କର ଏହି ଲକ୍ଷଣ ସହିତ କରୋନା ର କଣ ସମ୍ପର୍କ ରହିଛି । ତେବେ ଡାକ୍ତରୀ ଭାଷା ରେ ଏହାକୁ ପୋଷ୍ଟ କୋଭିଡ ସିଣ୍ଡ୍ରୋମ କୁହାଯାଏ ।
ଯେଉଁମାନଙ୍କ ଠାରେ କେବଳ କରୋନା ର ସାଧାରଣ ଲକ୍ଷଣ ଦେଖା ଯାଇଥାଏ ସେମାନଙ୍କ ଠାରେ ହିଁ ଏହି ପୋଷ୍ଟ କୋଭିଡ ସିଣ୍ଡ୍ରୋମ ଦେଖାଯାଇଥାଏ । ତେବେ ଏହାର ପ୍ରଥମ ଲକ୍ଷଣ ହେଉଛି ଶରୀର ରେ ଥକାପଣ ଦେଖାଯିବା । କରୋନା ରୁ ସୁସ୍ଥ ହେବା ପରେ ଆକ୍ରାନ୍ତ ଙ୍କର ଅଧିକ ସମୟ ମୁଣ୍ଡ ବିନ୍ଧା ମଧ୍ୟ ହେଉଛି । ଏହା ସହିତ ସେମାନଙ୍କ ର କାଶ ମଧ୍ୟ ଲାଗିରହୁଛି । ଏହା ସହିତ ହୃଦଘାତ ଭଳି ଲକ୍ଷଣ ମଧ୍ୟ ଦେଖାଦେଇଥାଏ ।
ତେବେ ବର୍ତ୍ତମାନ ଜାଣିବା ଏଥିରୁ କିପରି ଆମେ କିପରି ବଞ୍ଚି ପାରିବା । ଯଦି କରୋନା ରୁ ସୁସ୍ଥ ହେବା ପରେ ଆପଣଙ୍କ ଠାରେ ଏହି ପରି କିଛି ଲକ୍ଷଣ ଦେଖାଦେଉଛି ତେବେ ଆପଣ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଓ ପରାମର୍ଶ ଅନୁଯାୟୀ ଔଷଧ ସେବନ କରନ୍ତୁ । ଯଦି ଆପଣ ଔଷଧ ସେବନ ନ କରିବେ ତେବେ ଏହା ଆପଣଙ୍କ ଶରୀର ରେ ଏହିପରି ଭାବରେ ଚାଲିଥିବ ।
ଯଦି ଆପଣଙ୍କ ର ଡାଇବେଟିସ, ରକ୍ତଚାପ ଭଳି ରୋଗ ଅଛି ତେବେ ଆପଣ ନିଜର ଡିଡ଼ହାଇମର ପରୀକ୍ଷା କରନ୍ତୁ ଓ ଯଦି ଏହା ୫୦୦ ରୁ ଉପରକୁ ରହୁଛି ତେବେ ଆପଣ ଆଣ୍ଟି କ୍ଲୋରକ୍ୱିନ ବଟିକା କୁ ୪୦ଦିନ ପର୍ଯ୍ୟନ୍ତ ସେବନ କରନ୍ତୁ । ଯଦି ଆପଣଙ୍କ ର କୌଣସି ପ୍ରକାର ର ହୃଦୟ ଜନିତ ସମସ୍ୟା ଦେଖାଯାଉଛି ତେବେ ଆପଣ ଥରେ ଇକୋ କାର୍ଡିଓ ଗ୍ରାଫ କରାଇ ନିଅନ୍ତୁ । କାରଣ କରୋନା ବହୁତ ଲୋକଙ୍କ ର ଏହି ଭଳି ସମସ୍ୟା ଦେଖାଦେଉଛି ।
ଆପଣ ମଧ୍ୟ ଜାଣିଛନ୍ତି ଯେ ଆମ ଶରୀର ପାଇଁ ହୃଦୟ ର ଭୂମିକା କଣ ଅଟେ । ତେଣୁ ଯଦି ଆପଣଙ୍କ ର ଏହିଭଳି କିଛି ସମସ୍ୟା ଦେଖାଯାଉଛି ତେବେ ଆପଣ ତୁରନ୍ତ ଡାକ୍ତର ଙ୍କ ପରାମର୍ଶ ନିଅନ୍ତୁ ଓ ତାଙ୍କ କହିବା ଅନୁଯାୟୀ ସମସ୍ତ ପରୀକ୍ଷା କରନ୍ତୁ ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ