ଭାରତୀୟ କ୍ରିକେଟରେ ଖେଳୁଥିବା ଖେଳାଳି ମାନେ ନିଜର ସାନଦାର ପର୍ଫୋମାଂସରେ ପୁରା ବିଶ୍ବରେ ନୂଆ ରେକର୍ଡ ସୃଷ୍ଟି କରିପାରିଛନ୍ତି । ବିଶେଷ କରି ଆପିଏଲ ମ୍ଯାଚରେ ଖେଳୁଥିବା ଖେଳାଳି ମାନେ ନିଜର ଜବରଦସ୍ତ ଖେଳ ପାଇଁ ଦର୍ଶକ ମାନଙ୍କ ହୃଦୟରେ ଅଲଗା ଜାଗା ସୃଷ୍ଟି କରି ପାରିଛନ୍ତି । ଆମ ଦେଶରେ ଯେପରି ଭାବେ ପର୍ବପର୍ବାଣି ପାଳନ କରାଯାଏ ସେହି ଭଳି ଆପିଏଲ ମ୍ଯାଚ ମଧ୍ୟ ବହୁତ ଧୂମ ଧାମ ରେ ପ୍ରତି ବର୍ଷ ପାଳନ କରାଯାଏ ।
ଯେଉଁଥିରେ ଦେଶର ସବୁ ଟିମ ଗୁଡିକ ଭାଗ ନେଇ ନିଜର ଜବରଦସ୍ତ ପର୍ଫୋମାସ ଦେଇଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଖେଳାଳିଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ ଆପିଏଲରେ ନୁହେ ବରଂ ତାଙ୍କ ସହ ହୋଇଥିବା ଏକ ଦୁର୍ଘଟଣା ଯାହାକୁ କେହି ସ୍ଵପ୍ନରେ ସୁଧା ଭାବି ନ ଥିବେ ସେହି ବିଷୟରେ କହିବାକୁ ଯାଉଛୁ । ପଞ୍ଜାବ କିଂସ ଓ ଦିଲ୍ଲୀ କ୍ୟାପିଟାଲ ମଧ୍ୟରେ ଆପିଏଲର ୨୯ତମ ମ୍ଯାଚ ଏହାମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଛି ।
ପଞ୍ଜାବ ଟିମର କପ୍ତାନ କେ ଏଲ ରାହୁଲଙ୍କର ସ୍ୱାସ୍ଥ୍ୟ ଗତ ରାତିରେ ଖରାପ ହୋଇଛି । ଗତ ରାତିରେ ତାଙ୍କର ପେଟରେ ଯନ୍ତ୍ରଣା ଅନୁଭବ ହୋଇଥିଲା । ସେଥି ପାଇଁ ତାଙ୍କୁ ଔଷଧ ଦିଆ ଯାଇଥିଲେ ମଧ୍ୟ ତାର କୌଣସି ପ୍ରଭାବ ପଡି ନ ଥିଲା । ଏହା ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଆଡ୍ମିସନ କରାଯାଇଛି । ସେଠାରେ ତାଙ୍କର ସବୁ ଟେଷ୍ଟ ହେବା ପରେ ଡାକ୍ତର ନିଜ ମତରେ କହିଥିଲେ ଯେ ତାଙ୍କର ସିଭିୟର ଆପେଣ୍ଡିକ୍ସ ହୋଇଛି ।
ସେଥି ପାଇଁ ତାଙ୍କର ସର୍ଜରୀ ହେବା ନିହାରି ଜରୁରୀ ଅଟେ । ତାଙ୍କର ଅବସ୍ଥା ବର୍ତ୍ତମାନ ବହୁତ ଗମ୍ଭୀର ଅଛି । ସେଥି ପାଇଁ ତାଙ୍କୁ କ୍ରିକେଟ ଠାରୁ ଦୂରେଇ ରହିବାକୁ ପଡିବ ବୋଲି ଡାକ୍ତର କହିଛନ୍ତି । ଏହି ଘଟଣାଟି ପଞ୍ଜାବ ଟିମ ପାଇଁ ଚିନ୍ତାର ବିଷୟ ହୋଇଛି । କାରଣ କେ ଏଲ ରାହୁଲ ଟିମ ର କପ୍ତାନ ହେବା ସହ ବହୁତ ଭଲ ଖେଳି ନିଜର ବେଷ୍ଟ ଦେଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ସେ ଆପିଏଲରେ ୩୦୦ ରନ କରି ସାରିଛନ୍ତି ।
ସେ ଆପିଏଲରେ ଆଉ ଖେଳିବେ ନାହି । ତାଙ୍କର ସର୍ଜରୀ ହେବା ପରେ ସେ ଆପିଏଲକୁ ପୁଣି ଥରେ ଫେରି ପାରନ୍ତି । ଏହି ଘଟଣାରୁ ପଞ୍ଜାବ ଟିମକୁ ବଡ ଝଟକା ଲାଗିଛି । ବର୍ତ୍ତମାନ ଚିନ୍ତାର ବିଷୟ ହେଉଛି କେ ଏଲ ରାହୁଲଙ୍କ ବଦଳରେ ଆଉ କିଏ ତିମର କପ୍ତାନୀ କରି ପାରିବେ । ଟିମ ତରଫରୁ କେ ଏଲ ରାହୁଲ ବହୁତ ଜଲ୍ଦି ସୁସ୍ଥ ହେଇଯାଆନ୍ତୁ ବୋଲି ଶୁଭକାମନା ଜଣା ଯାଇଛି ।
ବନ୍ଧୁଗଣ ଯଦି ଆପଣମାନଙ୍କୁ ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।