ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ବଲିଉଡ ଓ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ସେହି ଅଭିନେତା ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ସୋନୁ ସୂଦ ।
ବନ୍ଧୁଗଣ ସୋନୁ ସୂଦ ନିଜର ଅଭିନୟ ସହିତ ନିଜର ଭଲ ସ୍ଵଭାବ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଗତବର୍ଷ ସୋନୁ କରୋନା ମହାମାରୀ ସମୟରେ ଅନେକ ଗରିବ ଲୋକଙ୍କୁ ସାହାର୍ଯ୍ୟ କରିଥିଲେ ।
ଲୋକ ମାନଙ୍କୁ ରୋଜଗାର ଦେବା ସହିତ ଅନେକ ପ୍ରକାରର ସାହାର୍ଯ୍ୟ କରିଥିଲେ । ବର୍ତ୍ତମାନ କରୋନାର ଦିତୀୟ ଲହରୀ ଚାଲିଥିବା ସମୟରେ ସୋନୁ ପୁଣି ଏକ ଭଲ କାର୍ଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି । ବନ୍ଧୁଗଣ ସୋନୁ ସୂଦ ନିଜ ଟ୍ବିଟର ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ବନ୍ଧୁଗଣ ସୋନୁ ସରକାରଙ୍କୁ ଏକ ବଡ ଅପିଲ କରିଛନ୍ତି ।
କରୋନା ମହାମାରୀରେ ଯେଉଁ ଛୁଆ ମାନଙ୍କ ମାତା ପିତା ନିଜର ପ୍ରାଣ ହରାଇ ଛନ୍ତି ସେହି ଅନାଥ ଛୁଆ ମାନଙ୍କୁ ମାଗଣା ଶିକ୍ଷା ଦେବା ପାଇଁ ସୋନୁ ସରକାରଙ୍କୁ ଅପିଲ କରିଛନ୍ତି । ସୋନୁଙ୍କ ମତରେ ଛୁଆ ମାନେ ବିନା କୌଣସି କଷ୍ଟରେ ଯେମିତି ନିଜର ପାଠ ପଢାକୁ ପୂରଣ କରିପାରିବେ । ସୋନୁ ସୂଦ ଏହି ଭିଡିଓରେ କହିଛନ୍ତି ଯେ, ‘ନମସ୍କାର ଆଜି ମୁ ସରକାର ଓ ସମସ୍ତ ଲୋକଙ୍କୁ ଏକ ଅପିଲ କରୁଛି ।
ଯେଉଁ ମାନେ ଏହି ସମୟରେ ସାହାର୍ଯ୍ୟ କରିବା ପାଇଁ ଚାହୁଁ ଛନ୍ତି ସେମାନେ ଦୟାକରି କରନ୍ତୁ । କରୋନା ପାଇଁ ଦେଶରେ ଥିବା ଅନେକ ଲୋକ ନିଜ ପରିବାରର ମୁଖ୍ୟ ସଦସ୍ୟ ମାନଙ୍କୁ ହରାଇ ଛନ୍ତି । କେତେକ ଛୁଆ ନିଜ ମାତା ପିତାଙ୍କୁ ହରାଇ ଛନ୍ତି’ । ଏହାପରେ ଆଗକୁ ସୋନୁ କହିଲେ, ‘କେତେକ ଛୁଆଙ୍କ ମା ଚାଲିଯାଇଛନ୍ତି ତ କେତେକ ଛୁଆଙ୍କ ବାପା ଓ ଅନେକ ଛୁଆ ମାନଙ୍କ ବୟସ ବହୁତ କମ ଅଛି । ମୁ ସେହି ଛୁଆ ମାନଙ୍କ ଭବିଷ୍ୟ ବିଷୟରେ ଭାବି ବହୁତ ଚିନ୍ତାରେ ଅଛି ।
पूरे देश को मिल के इस मुहिम में जुड़ना है। @EduMinOfIndia pic.twitter.com/ei9QJYtDcF
— sonu sood (@SonuSood) April 29, 2021
ମୁ ସବୁ ରାଜ୍ୟର ସରକାରଙ୍କୁ ଏହା ଅପିଲ କରୁଛି ଯେ, ଏକ ନିୟମ ବନାନ୍ତୁ । କରୋନା ମହାମାରୀ ପାଇଁ ଯେଉଁ ଛୁଆ ମାନେ ନିଜ ମା ବାପାକୁ ହରାଇଛନ୍ତି ସ୍ମେଅନଙ୍କ ସ୍କୁଲ ଠାରୁ ଆରମ୍ଭ କରି କଲେଜ ପର୍ଯ୍ୟନ୍ତ ସମସ୍ତ ପାଠ ପଢା ମାଗଣା ହେବା ଉଚିତ । ସେହି ଛୁଆ ମାନେ ସରକାରୀ ସ୍କୁଲରେ ପଢନ୍ତୁ ବା ପ୍ରାଇଭେଟ ସ୍କୁଲରେ ତାଙ୍କର ସମସ୍ତ ଖର୍ଚ ସରକାର ଉଠାଇବା ଉଚିତ’ ।
ଏହାପରେ ଆଗକୁ ସୋନୁ କହିଲେ, ‘ଏହି ଛୁଆ ମାନେ ନିଜ ମା ବାପାକୁ ହରାଇଛନ୍ତି ତେଣୁ ସେମାନେ ଯଦି ପାଠ ପଢିବେ ତା ହେଲେ ସେମାନଙ୍କ ଭବିଷ୍ୟତ ସୁରକ୍ଷିତ ରହିବ । ତେଣୁ ଏହି ଛୁଆ ମାନଙ୍କ ପାଇଁ ସରକାର ଏହି ନିୟମ ବନାଇବା ନିହାତି ଆବଶ୍ୟକ । ଏହା ସହିତ ମୁ ସେହି ସମସ୍ତ ଲୋକଙ୍କୁ ଅପିଲ କରୁଛି ଯେଉଁ ମାନେ ଏହି ସମୟରେ ସାହାର୍ଯ୍ୟ କରିବା ପାଇଁ ଚହୁଁଛନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ