ମହାମାରୀ ସହ ମହାଯୁଦ୍ଧରେ ଭିଲୱାଡା ମଡେଲ, ଯାହାର ଚର୍ଚା ହେଉଛି ପୁରା ଦେଶସାରା, ବୁହାନ ବନିବାରୁ ରୋକିଲା ଏମିତି

ଦେଶର ସବୁଠାରୁ ପ୍ରଥମେ ଭିଲବାଡ ଭାଇରସ ବିରୁଦ୍ଧରେ ମହାଯୁଦ୍ଧ ଜିଟିଛି । ଏହି ସହର କୋରୋନାକୁ ୨୦ଦିନରେ ହରାଇ ଦେଲା । କଲେକ୍ଟ୍ରତ କର୍ମଚାରୀ ମାନେ ଦିନ ରାତି କାମ କରି ଭିଲବାଡ କୁ ଉତ୍ତମ କରିଦେଲେ । ରାଜସ୍ଥାନରେ ୨୭ ଜଣ ରୋଗୀ ଆସିବାରୁ ଏଠାର ପରିସ୍ଥିତି ବିଗିଡି ଯାଇଥିଲା । ସେମାନେ ଗୋଟିଏ ମେଡିକାଲ ର ଷ୍ଟାଫ ଏବଂ ରୋଗୀ ଥିଲେ । ପ୍ରଶାସନ କହିଛନ୍ତି କି ଭିଲବାଡ ରେ ପରିସ୍ଥିତି ସ୍ତିର ଅଛି । ପ୍ରଥମେ ୧୯ ତାରିଖ ଦିନ ଜଣେ ରୋଗୀ ଆସିଥିଲା ଏବଂ ତାପର ଦିନ ୫ଜଣ ରୋଗୀ ଆସିବାରୁ କଲେକ୍ଟର ରାଜେନ୍ଦ୍ର ଭଟ୍ଟ ସେଠାରେ କର୍ଫ୍ଯୁ ଘୋଷଣା କଲେ । ୩ ଏପ୍ରିଲ ଠାରୁ ୧୦ଦିନର ମହାକର୍ଫ୍ଯୁ ଘୋଷଣା କରିଛନ୍ତି ।

ଶେଷରେ ବୁହାନର ଜିତ ହେଲା । ସେଠାର ଡକ୍ଟର ମାନଙ୍କର ଅଧିକ ପରିଶ୍ରମ ଦ୍ଵାରା ସେମାନେ କୋରୋନାକୁ ହରାଇ ଦେଇଛନ୍ତି । ବର୍ତମାନ ପର୍ଯ୍ୟନ୍ତ ୩ଜଣ ଡକ୍ଟର ମିଶି ୨୧ ଜଣ ରୋଗୀଙ୍କୁ ଠିକ କରି ଦେଇଛନ୍ତି ଏବଂ ଏବେ ୪ଜଣ ରୋଗି ଅଛନ୍ତି । କୋରୋନା ଠାରୁ କିପରି ମୁକ୍ତି ମିଳିବ ତାହା ଭିଲୱାଡା ଠାରୁ ଶିଖିବା ଦରକାର ।

ଦୁଇ ଥର ସେନେଟାଇଜେଶନ

ସହରର ୫୫ଟି ୱାର୍ଡରେ ସହର ନିଗମ ଦ୍ଵାରା ହାଇପୋକ୍ଲୋରାଇଡ କୁ ନେଇ ସବୁ ଗଳି ଏବଂ କଲୋନୀରେ ଦୁଇ ଥର ଛିଞ୍ଚା ଯାଇଥିଲା ।

ସଂକ୍ରମଣ ଖେଳାଉ ଥିବା ମେଡିକାଲ ସିଲ

ପ୍ରଥମେ ସଂକ୍ରମିତ ଷ୍ଟାଫ ଥିବା ମେଡିକାଲକୁ ସିଲ କଲେ । ୨୨ ଫେବୃୟାରୀ ରୁ ୧୯ ମାର୍ଚ ଭିତରେ ଆସିଥିବା ରୋଗୀଙ୍କର ସୂଚନା ବାହାର କଲେ । ୪ଟି ରାଜ୍ୟର ୩୬ ଏବଂ ରାଜସ୍ଥାନ ର ୧୫ଟି ଜିଲ୍ଲାର ୪୯୮ଜଣ ରୋଗୀ ଆସିଲେ । ଏଥି ମଧ୍ୟରେ ତାଙ୍କ କେଲେକ୍ଟରଙ୍କୁ ସୂଚନା ଦେଇ ମେଡିକାଲ ର ୨୫୩ କର୍ମଚାରୀ ଏବଂ ୭ଜଣ ରୋଗୀଙ୍କୁ ପରୀକ୍ଷା କରାଗଲା ।

ପ୍ରଥମ ଥର ୨୫ଲକ୍ଷ ଙ୍କର ପରୀକ୍ଷା

ଛଅ ହଜାର କର୍ମଚାରୀଙ୍କ ଦ୍ଵାରା ୨୫ଲକ୍ଷ ଲୋକଙ୍କର ପରୀକ୍ଷା କରାଯାଇ ଥିଲା । ସେଥିରୁ ସନ୍ଦେହଯୁକ୍ତ ୭ହଜାରରୁ ଅଧିକ ଲୋକଙ୍କୁ ହୋମ କ୍ଵାରେନଟାଇନ ରଖାଗଲା ।

ରାତି ୩ଟା ପର୍ଯ୍ୟନ୍ତ ଡାଟା ସଂଗ୍ରହ

ଏଡିଏମ ରାକେଶ କୁମାର ଙ୍କ ଉପରେ ଦିଆଯାଇଥିଲା ଏହି ଡାଟା ସଂଗ୍ରହର ଦାୟିତ୍ଵ । କୋର ଟିମର ମିଳିତ ଉଦ୍ୟମ ଦ୍ଵାରା ରାତି ୩ଟା ପର୍ଯ୍ୟନ୍ତ କାମ କରି ସକାଳେ କଲେକ୍ଟରଙ୍କ ଟେବୁଲ ଉପରେ ରିପୋର୍ଟ ରଖିଥାନ୍ତି ।

ଆଇସୋଲେସନ ୱାର୍ଡର କର୍ମଚାରୀଙ୍କୁ ବଦଲା ଯାଏ

ରାଜକୀୟ ମେଡିକାଲ ର କର୍ମଚାରୀ ଏବଂ ଡକ୍ଟରଙ୍କୁ ସାତ ଦିନ କାମ କରିବା ପରେ ତାଙ୍କୁ ୧୪ ଦିନ ପାଇଁ କ୍ଵାରେନଟାଇନ ରେ ରଖାଯାଇ ଥାଏ । ବର୍ତମାନ ପର୍ଯ୍ୟନ୍ତ କୌଣସି ଜଣେ ଷ୍ଟାଫ ସଂକ୍ରମିତ ହୋଇ ନାହାଁନ୍ତି ।

ସଫଳତା ର କାହାଣୀ

୬ଟି ପଜେଟିଭ ମିଳିବା ପରେ ୨୦ମାର୍ଚ ରେ ଭିଲୱାଡା ସହରରେ କର୍ଫ୍ଯୁ ଏବଂ ୧୪ ଦିନ ପରେ ୩ରୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ମହାକାର୍ଫ୍ଯୁର ଘୋଷଣା କରାଯାଇଛି । ଏହାଦ୍ବାରା ଗୋଷ୍ଠୀ ସଂକ୍ରମଣ କୁ ରୋକାଯାଇ ପାରିଛି । ଯେଉଁଠାରେ କୋରୋନା ରୋଗି ଚିହ୍ନଟ କରାଯାଇଛି ସେହି ସମସ୍ତ ଜାଗାକୁ କଡାକଡି ଭାବେ କର୍ଫ୍ଯୁ ଘୋଷଣା କରାଯାଇଛି । ଜିଲ୍ଲାର ସବୁ ସୀମାକୁ ମଧ୍ୟ ବନ୍ଦ ରଖାଯାଇଛି । ସହରର ସବୁ ଯାନବାହାନ କୁ ବି ବନ୍ଦ କରାଯାଇଛି ।

ଲୋକଙ୍କ ସହଯୋଗ ଦ୍ଵାରା ଏହା ସମ୍ଭବ ହୋଇଛି

ସରକାର ଙ୍କ ଦ୍ଵାରା ତେଜରାତି, ପନିପରିବା, କ୍ଷୀର ଏବଂ ଅନନ୍ୟ ଆବଶ୍ୟକୀୟ ସାମଗ୍ରୀ ଘରେ ଘରେ ବଣ୍ଟନର ସୁବିଧା କରିବା ସହିତ ଅସହାୟ ଲୋକଙ୍କୁ ଖାଇବା ଯୋଗାଇ ଦେଇଛନ୍ତି । ରାଜେନ୍ଦ୍ର ଭଟ୍ଟ କହିଛନ୍ତି -ବର୍ତମାନ ପର୍ଯ୍ୟନ୍ତ ୨୧ଜଣ ରୋଗିରୁ ୧୫ଜଣ ଙ୍କୁ ଆରୋଗ୍ଯ କରି ଘରକୁ ପଠାଯାଇଛି । ସବୁ ଟିମ ସହଯୋଗରେ କୋରୋନା ବିରୁଦ୍ଧରେ ଆମେ ଜିତ ହାସଲ କରିପାରିଛୁ । ଏବେ ଏହି ଯୁଦ୍ଧର ଦିତୀୟ ପାଦରେ ଅଛି ଏବଂ ଏହାକୁ ବି ଆମେ ମାନେ ଏକାଠି ହୋଇ ଜିତିବୁ । ଅପଡେଟ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *