ରାଜ୍ୟରେ ବଢିଲା ଲକଡାଉନ ସମୟସୀମା, କ୍ୟାବିନେଟ ବୈଠକରେ ନିଆଗଲା ବଡ ନିଷ୍ପତ୍ତି

ବର୍ତ୍ତମାନ ସାରା ଦେଶରେ ୨୧ ଦିନିଆ ଲକ ଡାଉନ ଚାଲିଥିବାବେଳେ ବର୍ତ୍ତମାନ ରାଜ୍ୟ ସରକାର ଏକ ବଡ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ବଢୁଥିବା କରୋନା ଭୟାଭୟକୁ ନଜରରେ ରଖି ରାଜ୍ୟ ସରକାର ଲକ ଡାଉନର ଅବଧିକୁ  ୩୦ ଏପ୍ରିଲ ପର୍ଯ୍ୟନ୍ତ ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । କ୍ୟାବିନେଟ ବୈଠକରେ ରାଜ୍ୟ ସରକାର ରାଜ୍ୟବାସୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପ୍ରିଲ ୧୪ ପରିବର୍ତ୍ତେ ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକ ଡାଉନର ସମୟ ସୀମାକୁ ବଢାଇ ଦେଇଛନ୍ତି ।

ଏହା ସହିତ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି କି ରାଜ୍ୟର ସମସ୍ତ ସ୍କୁଲକୁ ଜୁନ ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ । ରାଜ୍ୟରେ କରୋନାର ଭୟାଭୟକୁ ଦୃଷ୍ଟିରେ ରଖି ଆଜି ଭିଡିଓ ବାର୍ତ୍ତା ଜରିଆରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ କ୍ଯାବିନେଟ ବୈଠକ ଅନୁଷ୍ଠିତ ହୋଇଥିଲା ଓ ଏହା ପରେ ମୁଖ୍ୟ ମନ୍ତ୍ରୀ ଭିଡିଓ ବାର୍ତ୍ତା ଜରିଆରେ ରାଜ୍ୟବାସୀଙ୍କୁ ସୂଚନା ଦେଇ କହିଥିଲେ କି ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଲକଡାଉନ ଲାଗୁ ରହିବ ।

ରାଜ୍ୟର ସମସ୍ତ ସ୍କୁଲ କଲେଜ ଜୁନ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ଏହା ସହିତ କେନ୍ଦ୍ରକୁ ସୁପାରିଶ କରି ମୁଖ୍ୟମନ୍ତ୍ରୀ ଟ୍ରେନ ଓ ବିମାନ ଯାତାୟାତ ସେବାକୁ ଲକ ଡାଉନ ସମୟରେ ସ୍ଥଗିତ ରଖିବା ପାଇଁ କହିଛନ୍ତି । ଦେଶ ଦୁନିଆର ସମସ୍ତ ଖବର ସହିତ ନିଜକୁ ଅପଡେଟ ରଖିବା ପାଇଁ ପେଜକୁ ଲାଇକ କରି ଦିଅନ୍ତୁ।

Leave a Reply

Your email address will not be published. Required fields are marked *