ରାକେଶ ଙ୍କ ସହ କିପରି ଗଢି ଉଠିଥିଲା ଝରାଫୁଲଙ୍କ ପ୍ରେମ ସମ୍ପର୍କ, ଖୋଲୁଚି ଝରାଫୁଲ ଡେଥ ସସପେନ୍ସ

ସମାଜ ରେ ନାରୀ ମାନଙ୍କ ସ୍ଥାନ ବହୁତ ଉଚ୍ଚ ରେ ଥିଲେ ମଧ୍ୟ ତାଙ୍କୁ ସେତିକି ପରିମାଣ ର ସମ୍ମାନ ମିଳୁ ନାହିଁ । ସେହିଭଳି ଓଡ଼ିଶାର ଏକ ଝିଅ ଝରାଫୁଲ । ଝରାଫୁଲ ମୃତୟୁ ମାମଲା ଵିଷୟ ରେ ତ ଆପଣ ବହୁତ କିଛି ଜାଣିଥିବେ କିନ୍ତୁ ବର୍ତ୍ତମାନ ସମୟ ରେ ତାଙ୍କ ବାପା ଙ୍କ ପ୍ରତିକ୍ରିୟା ଆସି ପହଂଚି ଯାଇଛି । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଝରାଫୁଲ ଙ୍କ ବାପା ଙ୍କ ପ୍ରତିକ୍ରିୟା ସମ୍ପର୍କରେ ଜଣାଇବାକୁ ଯାଉଛୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ବିଷୟ ରେ ।

ଝରାଫୁଲ ମୃତୟୁ ମାମଲା ରେ ବର୍ତ୍ତମାନ ସମୟ ରେ ଏକ ନୂଆ ମୋଡ଼ ଆସିଥିବାର ଦେଖିବାକୁ ମିଳିଛି । ବର୍ତ୍ତମାନ ସମୟ ରେ ତାଙ୍କ ବାପା ଏକ ବଡ଼ ଖୁଲାସା କରିଛନ୍ତି । ରାକେଶ ଙ୍କ ସହିତ ଝରାଫୁଲ ଙ୍କ ର ପ୍ରେମ ସମ୍ପର୍କ ଥିବା ଜଣା ପଡିବା ପରେ ଝରାଫୁଲ ଙ୍କ ବାପା ରମାକାନ୍ତ ଝିଅ ର ସିମ ବଦଳାଇ ନିଜ ସିମ ଝିଅ ର ଫୋନ ରେ ରଖିଥିଲେ ।

ଷଷ୍ଠ ଶ୍ରେଣୀ ରୁ ଝରାଫୁଲ ଭୁବନେଶ୍ବର ରେ ରହି ପାଠ ପଢୁଥିଲେ ଏହି ଲକଡାଉନ ରେ ସେ କିଛି ଦିନ ପାଇଁ ଗାଁ କୁ ଯାଇଥିଲେ । ସେହି ସମୟ ରେ ସେଠାରେ ପାଇପ କାମ କରୁଥିବା ରାକେଶ ଙ୍କ ସହିତ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଦୁଇ ଜଣ ଙ୍କ ମଧ୍ୟ ରେ ପ୍ରାୟ ୯ ମାସ ହେବ ପ୍ରେମ ସମ୍ପର୍କ ରହିଥିବାର ସୂଚନା ଦେଇଛନ୍ତି ଝରାଫୁଲ ଙ୍କର ବାପା ।


ଝିଅ ଭଲ ପାଠ ପଡ଼ୁଥିବାରୁ ଝିଅ କୁ ନେଇ ଅନେକ ସ୍ୱପ୍ନ ଦେଖିଥିଲେ ଝରାଫୁଲ ର ବାପା ରମାକାନ୍ତ ନାୟକ । କିନ୍ତୁ ତାଙ୍କ ସ୍ୱପ୍ନ ଅଧା ରେ ହିଁ ରହିଯାଇଥିଲା । ଏହି ସମୟ ରେ ତାଙ୍କ ବାପା ଗଣମାଧ୍ୟମ କୁ ପ୍ରତିକ୍ରିୟା ଦେଇଛନ୍ତି । ତାଙ୍କ ବାପା କହିଛନ୍ତି ଯେ ଘଟଣା ଘଟିବାର ପ୍ରାୟ ପାଞ୍ଚ ଦିନ ହୋଇ ଯାଇଛି । ତଥାପି ତାଙ୍କୁ ବର୍ତ୍ତମାନ ବିଶ୍ୱାସ ହେଉ ନାହିଁ ଯେ ତାଙ୍କ ଝିଅ ତାଙ୍କ ପାଖରେ ନାହିଁ । ସେ କହିଛନ୍ତି ଯେ ଘଟଣା ପଛ ରେ ଥିବା ପ୍ରକୃତ ରହସ୍ୟ ସମ୍ପର୍କରେ ବର୍ତ୍ତମାନ କେହି ମଧ୍ୟ ଜାଣିନାହାନ୍ତି । ପୋଲିସ ଅନୁସନ୍ଧାନ ପରେ ପ୍ରକୃତ ଦୋଷୀ ଧରାପଡିବ ଏବଂ ତାଙ୍କ ଝିଅ ଙ୍କୁ ଉଚିତ ନ୍ୟାୟ ମିଳିବ ବୋଲି ସେ ଆଶା ବାନ୍ଧି ବସିଛନ୍ତି ।


ସେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେତେବେଳେ ତାଙ୍କ ଝିଅ ସହିତ ଶେଷ ଥର ପାଇଁ କଥା ହୋଇଥିଲେ ଝରାଫୁଲ କହିଥିଲେ ଯେ ତାଙ୍କ ଶରୀର ବହୁତ ଅସୁସ୍ଥ ଲାଗୁଛି । ତାଙ୍କର ବାନ୍ତି ଓ ଝାଡା ହେଉଥିବାର ମଧ୍ୟ ତାଙ୍କ ବାପା ଙ୍କୁ କହିଥିଲେ । ସେ କହିଥିଲେ ତାଙ୍କୁ ଭଲ ଲାଗିଲେ ସେ ପୁଣି ଥରେ କଲ କରିବେ । ଏହା କହି ସେ ଫୋନ କାଟି ଦେଇଥିଲେ । କିନ୍ତୁ କିଛି ସମୟ ପରେ ତାଙ୍କ ପିତା ପୁଣି କଲ କରିଥିଲେ ମଧ୍ୟ ସେ କଲ ଉଠାଇ ନ ଥିଲେ ।

ତାଙ୍କର ମଋତ ଶରୀର ମିଳିବା ପର୍ଯ୍ୟନ୍ତ ସେ ବହୁତ ଥର କଲ କରିଥିଲେ କିନ୍ତୁ କିଛି ଉତ୍ତର ଆସି ନ ଥିଲା । ଏହା ପରେ ତାଙ୍କୁ ପୋଲିସ ଫୋନ କରି ତାଙ୍କ ଝିଅ ର ମୃତୟୁ ସମ୍ପର୍କରେ ଜଣାଇଥିଲେ । ଏହା ଶୁଣି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ବର୍ତ୍ତମାନ ସମୟ ରେ ସେ ଝିଅ ର ମୃତୟୁ ରେ ସମ୍ପୂର୍ଣ୍ଣ ଭାବରେ ଦୁଃଖ ରେ ଭାଙ୍ଗି ପଡିଛନ୍ତି ।

ଏହା ଉପରେ ଆପଣ ମାନଙ୍କ ମତାମତ ଆମକୁ ନିଶ୍ଚିତ ଭାବରେ ଜଣାନ୍ତୁ ଓ ଆଗକୁ ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *