Vastu Shastra- ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଦେଇଥାନ୍ତି ଏହି 5 ଟି ଗୁପ୍ତ ସଙ୍କେତ, ହୋଇ ଯାଆନ୍ତୁ ସତର୍କ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ ଶ୍ରୀକୃଷ୍ଣ ଙ୍କ ବାଣୀ ରେ ଥିବା ଏଭଳି କିଛି ସଂକେତ ସମ୍ବନ୍ଧରେ କହିବୁ ଯାହା ଖରାପ ସମୟ ଆସିବା ପୂର୍ବରୁ ଦେଖିବାକୁ ମିଳିଥାଏ। ବନ୍ଧୁଗଣ ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ର ଜୀବନ ରେ ଖରାପ ସମୟ ଆସିବା ପୂର୍ବରୁ କିଛି ସଂକେତ ମିଳିଥାଏ ଏବଂ ସେହି ସଂକେତ ଗୁଡ଼ିକୁ ଧ୍ୟାନ ରଖି ଆମକୁ ସାବଧାନ ରହିବା ନିହାତି ଜରୁରୀ ହୋଇଥାଏ। ନଚେତ ଆମକୁ ତା’ର କୁପରିଣାମ ଭୋଗ କରିବାକୁ ପଡ଼ିଥାଏ।

ବନ୍ଧୁଗଣ ସମସ୍ତ ମନୁଷ୍ୟ କୁ ନିଜର କର୍ମ ଅନୁସାରେ ହିଁ ଫଳ ଭୋଗ କରିବାକୁ ପଡ଼ିଥାଏ। ଭଗବାନ ଶ୍ରୀକୃଷ୍ଣ ଙ୍କ ଅନୁସାରେ ପ୍ରତ୍ୟେକ ବ୍ୟକ୍ତି ଜୀବନ ରେ ଯେଉଁ କର୍ମ କରିଥାଏ ପରବର୍ତ୍ତୀ ସମୟରେ ସେହି କର୍ମ ର ଫଳ ତାକୁ ମିଳିଥାଏ। ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୫ଟି ସଂକେତ ସମ୍ବନ୍ଧରେ କହିବୁ। ଯେଉଁ ସଂକେତ ଖରାପ ସମୟ ଆସିବା ପୂର୍ବରୁ ଦେଖୁବାକୁ ମିଳିଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା।

୧. ବନ୍ଧୁଗଣ ପ୍ରଥମ ସଂକେତ ଟି ହେଲା, ତୁଳସୀ ବୃକ୍ଷ ମଉଳି ଯିବା। ବନ୍ଧୁଗଣ ହିନ୍ଦୁ ଧର୍ମର ଶାସ୍ତ୍ରରେ ତୁଳସୀ ବୃଷ ରୁ ସବୁଠାରୁ ପଵିତ୍ର ବୋଲି ମାନି ନିଆ ଯାଇଥାଏ।ଯେଉଁ ଘରେ ତୁଳସୀ ବୃଷ ରହିଥାଏ ସେହି ଘରେ ସର୍ବଦା ସୁଖ ସମୃଦ୍ଧି ସ୍ଥାପନ ହୋଇଥାଏ ଏବଂ ଘରେ ସର୍ବଦା ଶାନ୍ତି ପ୍ରତିଷ୍ଠିତ ହୋଇଥାଏ। କିନ୍ତୁ ବନ୍ଧୁଗଣ ଯଦି କୌଣସି କାରଣ ବଶତଃ ତୁଳସୀ ବୃକ୍ଷ ଶୁଖିଯାଏ ବା ମଉଳି ଯାଏ ତେବେ ତାହା ଅତ୍ୟନ୍ତ ଅଶୁଭ ହୋଇଥାଏ। ଏହାଦ୍ବାରା ଘରେ ବିଭିନ୍ନ ପ୍ରକାର ବିପଦ ଆସିଥାଏ ଏବଂ ଅଶାନ୍ତି ସୃଷ୍ଟି ହୋଇଥାଏ। ତେଣୁ ବନ୍ଧୁଗଣ ସର୍ବଦା ତୁଳସୀ ବୃକ୍ଷରେ ଜଳ ଅର୍ପଣ କରନ୍ତୁ ଏବଂ ଏହି ପବିତ୍ର ବୃକ୍ଷ କୁ ମଉଳିବାକୁ ଦିଅନ୍ତୁ ନାହିଁ।

୨. ବନ୍ଧୁଗଣ ଦ୍ଵିତୀୟ ସଂକେତ ଟି ହେଉଛି, ଘରର ଦ୍ୱାରକୁ ଗାଈ ନ ଆସିବା। ବନ୍ଧୁଗଣ ଗାଈ କୁ ଦେବୀଙ୍କ ସ୍ୱରୂପ ବୋଲି ମାନି ନିଆ ଯାଇଥାଏ ଏବଂ ସେମାନେ ସର୍ବଦା ପବିତ୍ର ସ୍ଥାନକୁ ହିଁ ଯାଇଥାନ୍ତି। ଯେଉଁ ଘରେ ପାପ ରହିଥାଏ ସେହି ଘରର ଦ୍ୱାର ମୁହଁକୁ କେବେବି ଗୋମାତା ଯାଇ ନଥାନ୍ତି। ତେଣୁ କେବେବି କୁକର୍ମ କରନ୍ତୁ ନାହିଁ ଏବଂ ପାପର ଭାଗିଦାର ହୁଅନ୍ତୁ ନାହିଁ।

୩. ବନ୍ଧୁଗଣ ତୃତୀୟ ସଂକେତ ଟି ହେଉଛି, ଝାଡୁ ବାରମ୍ବାର ଭାଙ୍ଗି ଯିବା। ବନ୍ଧୁଗଣ ଝାଡ଼ୁ କୁ ମାତା ଲକ୍ଷ୍ମୀ ଙ୍କ ପ୍ରିୟ ଜିନିଷ ବୋଲି ବିବେଚନା କରାଯାଏ। ଯଦି ଘର ସଫା କରୁଥିବା ସମୟରେ ବାରମ୍ବାର ଝାଡ଼ୁ ଭାଙ୍ଗି ଯାଏ ତେବେ ଏହା ଅତ୍ୟନ୍ତ ଅଶୁଭ ହୋଇଥାଏ।ବାରମ୍ବାର ଯେଉଁ ଝାଡୁ ଭାଙ୍ଗି ଯାଇଥାଏ ତାକୁ ତୁରନ୍ତ ବଦଳାଇ ଦିଅନ୍ତୁ। ନଚେତ ଏହାଦ୍ବାରା ମାତା ଲଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ଏବଂ ଘରେ ଆର୍ଥିକ ସମସ୍ୟା ଦେଖା ଦେଇଥାଏ।

 

 

୪. ବନ୍ଧୁଗଣ ଚତୁର୍ଥ ସଂକେତ ଟି ହେଉଛି, ପୂଜା କରୁଥିବା ସମୟରେ ପୂଜାଥାଳି ପଡ଼ିଯିବା। ବନ୍ଧୁଗଣ ଆପଣ ଯଦି ପୂଜା କରୁଥିବା ସମୟରେ ଆପଣଙ୍କ ହାତରୁ ପୂଜା ଥାଳି ଖସି ପଡ଼ିଯାଏ ତେବେ ତାହା ବହୁତ ଅଶୁଭ ହୋଇଥାଏ। ଏହାର ଅର୍ଥ ଆପଣଙ୍କ ଉପରେ ଦେବୀ ଦେବତା ମାନେ ଅସନ୍ତୁଷ୍ଟ ଅଛନ୍ତି ଏବଂ ଆପଣ ପୂଜା ଵିଧି ରେ କୌଣସି ଭୁଲ କରୁଛନ୍ତି। ତେବେ ବନ୍ଧୁଗଣ ଆପଣ ନିଜ ପୂଜା ବିଧି ରେ କରୁଥିବା ତ୍ରୁଟିକୁ ତୁରନ୍ତ ସୁଧାରନ୍ତୁ।

୫. ବନ୍ଧୁଗଣ ପଞ୍ଚମ ସଂକେତ ଟି ହେଉଛି, କାଚ ଭାଙ୍ଗିବା। ବନ୍ଧୁଗଣ ଯଦି ହଠାତ ଆପଣଙ୍କ ହାତରୁ କାଚ ତଳେ ପଡିଯାଇ ଭାଙ୍ଗିଯାଇ ଥାଏ ତେବେ ତାହା ଅଶୁଭ ବୋଲି ମାନି ନିଆ ଯାଇଥାଏ। କାଚ ଭାଙ୍ଗିବା ଦ୍ୱାରା ଏହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ। ତେଣୁ ଯେଉଁ ବ୍ୟକ୍ତି ଙ୍କ ହାତ ରୁ କାଚ ଭାଙ୍ଗି ଯାଇଛି ସେମାନେ ନିଜ ସ୍ୱାସ୍ଥ୍ୟ ର ଧ୍ୟାନ ରଖନ୍ତୁ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *