ହେ ଭଗବାନ ! ଟିଭି ଦୁନିଆରେ ରେ ପୁଣି ଶୋକର ଛାୟା, ଏକ କାର ଆକ୍ସିଡେଣ୍ଟ ରେ ଦୁନିଆ ଛାଡି ଚାଲିଗଲେ ବିଗ ବସ 14 ର ଏହି କଳାକାର

ବର୍ତ୍ତମାନ ରିଆଲିଟି ସୋ ବିଗ୍ ବସ୍ ସହିତ ଜଡିତ ଏକ ବଡ ଦୁଃଖଦ ଖବର ସାମ୍ନା କୁ ଆସୁଛି । ବିଗ୍ ବସ୍ ର ଟ୍ୟାଲେନ୍ଟ ମ୍ୟାନେଜର ପିସ୍ତା ଧାକଡଙ୍କ ପର ଲୋକ ହୋଇଛି । ଶେଷ ସମୟକୁ ପିସ୍ତାଙ୍କୁ ମାତ୍ର 24 ବର୍ଷ ହୋଇଥିଲା । ଶୁକ୍ରବାର ବିଳମ୍ବିତ ରାତିରେ ଏକ କାର ଦୁର୍ଘଟଣାରେ ପିସ୍ତାଙ୍କର ପର ଲୋକ ଘଟିଛି । ସୂଚନା ଅନୁଯାୟୀ, ‘ବିଗ୍ ବସ୍ 14’ ୱିକେଣ୍ଡ କା ବାର ପରେ ପିସ୍ତା ନିଜ ଟୀମ ସହିତ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ।

ସ୍ପଟ୍ ବଏ ୱେବସାଇଟ୍ ରିପୋର୍ଟ ଅନୁଯାୟୀ, ପିସ୍ତା ୱିକେଣ୍ଡ୍ କା ବାର୍ ସାରିଲା ପରେ ବାଇକ ରେ ନିଜର ଜଣେ ଆସିଷ୍ଟାଣ୍ଟ ଙ୍କ ସହିତ ଯାଉଥିବା ବେଳେ କାରଟି ହଠାତ୍ ଏକ ଗାଡ ଭିତରକୁ ଚାଲିଗଲା ଓ ଉଭୟ ତଳେ ପଡି ଯାଇଥିଲେ ।

ଏହା ପରେ ଅଜାଣତରେ ପଛରୁ ଆସୁଥିବା ଏକ ଭ୍ୟାନିଟି ଭ୍ୟାନ୍ ପିସ୍ତାଙ୍କ ଉପରେ ଚଢାଇ ଦେଇଥିଲା ଯାହା ଦ୍ଵାରା ତାଙ୍କର ପର ଲୋକ ହୋଇ ଯାଇଥିଲା । ପିସ୍ତା ଦୀର୍ଘ ସମୟ ଧରି ଏଣ୍ଡେମୋଲ ଙ୍କ ସହିତ କାମ କରୁଥିଲେ । ପିସ୍ତା ଧାକଡ୍ ‘ବିଗ୍ ବସ୍’ ବ୍ୟତୀତ ଶୋ ‘ଖତରୋଂ କେ ଖିଲାଡି’ ରେ ମଧ୍ୟ କାମ କରିଛନ୍ତି ।

ପିସ୍ତାଙ୍କ ପର ଲୋକ କେବଳ ପ୍ରଡକ୍ସନ ହାଉସ ପାଇଁ ନୁହେଁ ଟୀମ ପାଇଁ ମଧ୍ୟ ଏକ ବଡ଼ ଝଟକା ଦେଇଛି । ପିସ୍ତାଙ୍କ ପର ଲୋକହେବା ପରେ ଷ୍ଟାର ମାନେ ସୋସିଆଲ ମିଡିଆରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି । ‘ବିଗ୍ ବସ୍ 13′ ରେ ନଜର ଆସିଥିବା ସେହନାଜ କୌର ଗିଲ ଟ୍ୱିଟ୍ କରି କହିଛନ୍ତି- ସେ ଜଣେ ଚମତ୍କାର ଏବଂ ଖୁସମିଞ୍ଜାସ ଝିଅ ଥିଲେ। ତୁମେ ସବୁବେଳେ ମନେ ପଡିବ । ଇଶ୍ଵର ତୁମ ଆତ୍ମାକୁ ​​ଶାନ୍ତି ଦିଅନ୍ତୁ ।’

ହିମାଂଶୀ ଖୁରାନା ଇନଷ୍ଟାଗ୍ରାମରେ ସଲମାନ ଖାନଙ୍କ ସହ ପିସ୍ତାଙ୍କର ଏକ ଫଟୋ ସେୟାର କରି କ୍ୟାପସନରେ ଲେଖିଛନ୍ତି – ‘ଭଗବାନ ତୁମର ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ…ପିସ୍ତା … ତୁମ ପର ଲୋକ ବିଷୟରେ ଜାଣିବାକୁ ପାଇଲି … ଏ ପର୍ଯ୍ୟନ୍ତ ଶକ ରେ ଅଛି ।’

Leave a Reply

Your email address will not be published. Required fields are marked *