ଭାରତୀୟ ଗ୍ରାହକଙ୍କ ସୁରକ୍ଷା ନିମନ୍ତେ ଭାରତୀୟ ଜୀବନ ବୀମା ନିଗମ ସବୁବେଳେ କିଛି ନା କିଛି ନୂଆ ତଥା ଆକର୍ଷଣୀୟ ଇଂସୁରାନ୍ସ ପ୍ଳାନ ଲଞ୍ଚ କରିଥାଏ । ନିକଟରେ LIC ଏକ ସ୍ଵତନ୍ତ୍ର ଯୋଜନା ଆରମ୍ଭ କରିଛି । ଯେଉଁଥିରେ ଥରେ ମାତ୍ର ଟଙ୍କା ଲଗାଇ ସାରା ଜୀବନ ଆୟ କରିବାର ସୁବିଧା ରଖା ଯାଇଛି । ତେବେ LIC ର ଏହି ବିଶେଷ ପ୍ଳାନ ର ନାଁ ଅଟେ ଜୀବନ ଅକ୍ଷୟ ।
ଯଦି ଆପଣ ବୃଦ୍ଧାବସ୍ଥାରେ ପେନସନ ର ଆଶା ରଖୁଛନ୍ତି ତେବେ ଆପଣ ଚାହିଁଲେ ଏହି LIC ପ୍ଳାନ ର ଲାଭ ଉଠାଇ ପାରିବେ । ଆପଣ ଚାହିଁଲେ ଉଭୟ ଅନଲାଇନ ଓ ଅଫଲାଇନ ରେ ଏହି ଯୋଜନା କୁ କିଣି ପାରିବେ । ଏବେ ଆସନ୍ତୁ ଜାଣିବା LIC ର ଏହି ନୂଆ ଯୋଜନା ସମ୍ପର୍କରେ ।
LIC ର ଏହି ପ୍ଳାନ ର ନାଁ ରହିଛି ଜୀବନ ଅକ୍ଷୟ VI, ପ୍ଳାନ ନମ୍ବର 857 । ଏହା ସିଙ୍ଗିଲ ପ୍ରିମିୟମ ବିଶିଷ୍ଟ ଅଣଲିଙ୍କ ଅଂଶଗ୍ରହଣକାରୀ ଏବଂ ବ୍ୟକ୍ତିଗତ ବାର୍ଷିକ ଯୋଜନା । ଭାରତୀୟ ବୀମା ନିଗମ ର ଏହି ପଲିଶି ଚଳିତ ବର୍ଷ ଅଗଷ୍ଟ 25 ତାରିଖରୁ ଆରମ୍ଭ ହୋଇଛି । LIC ର ଏହି ପ୍ଳାନ ଟି 30 ରୁ 85 ବର୍ଷର ବୟସ୍କ ବ୍ୟକ୍ତିଙ୍କ ପାଇଁ ଉଦ୍ଧିଷ୍ଟ ।
ସେହିଭଳି LIC ର ଏହି ପଲିସି ରେ ଆପଣ ସର୍ବନିମ୍ନ 1 ଲକ୍ଷ ଟଙ୍କା ନିବେଶ କରି ପାରିବେ ଓ ସର୍ବାଧିକ ନିବେଶର କୌଣସି ସୀମା କମ୍ପାନୀ ପକ୍ଷରୁ ସ୍ଥିର ହୋଇ ନାହିଁ । ଯଦି ଆପଣ 4 ଲକ୍ଷ 72 ହଜାର ଟଙ୍କା ନିବେଶ କରୁଛନ୍ତି ତେବେ ଆପଣଙ୍କୁ ଏଥିପାଇଁ ପ୍ରତି ମାସରେ 19 ହଜାର ଟଙ୍କା ପେନସନ ବାବଦକୁ ମିଳିବ ବୋଲି କମ୍ପାନୀ ତରଫରୁ ସୂଚନା ଦିଆ ଯାଇଛି ।
ତେବେ ଏଲଆଇସି ର ଏହି ପ୍ଳାନ କୁ ଆପଣ ମାସିକିଆ 3 ମାସିଆ, 6 ମାସିଆ ଏବଂ ବର୍ଷକ ପାଇଁ ବାର୍ଷିକ ମୋଡ ରେ କିଣି ପାରିବେ । ଏଥିରେ ବର୍ଷକୁ ସର୍ବନିମ୍ନ 12 ହଜାର ଟଙ୍କା ପର୍ଯ୍ୟନ୍ତ ପେନସନ ବାବଦକୁ ମିଳିବ । ସେହିଭଳି ଏହି ପଲିସି ରେ ଗୋଟିଏ ପରିବାରରୁ ଦୁଇ ଜଣ ସଦସ୍ୟ ସ୍ଵାମୀ-ସ୍ତ୍ରୀ କିମ୍ବା ଭାଇ-ଭଉଣୀ ମଧ୍ୟରେ ଜୟେନ୍ଟ ଲାଇଫ ରେ କିଣି ପାରିବେ ।
ତେବେ କୌଣସି ବି ବାର୍ଷିକ ଯୋଜନାରେ ନିବେଶ କରା ଯାଇଥିବା ଅର୍ଥରାଶି ଉପରେ ସୁଧ ଲଗାଇ ଏକ ନିର୍ଦ୍ଧିଷ୍ଟ ସମୟ ପରେ ଇନକମ ମିଳିଥାଏ । ଏହି ଯୋଜନାରେ ପ୍ରତି ମାସରେ ଆପଣ ରୋଜଗାର ମଧ୍ୟ କରି ପାରିବେ ।
ଦେଶ ବିଦେଶର ସମସ୍ତ ଖବର ସହ ଅପଡେଟ ରହିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ