Vastu Shastra – ଧନକୁ ଚୁମ୍ବକ ପରି ଟାଣିଥାଏ ଏହି ଗଛର ଚେର, କେବଳ କରନ୍ତୁ ଏହି ଉପାୟ

ବନ୍ଧୁଗଣ ଏହି ଦିବ୍ୟ ଏବଂ ଚମତ୍କାରୀ ଚେର ଧନକୁ ଚୁମ୍ବକ ପରି ଟାଣି ଆଣି ଥାଏ । ଏହାର ବ୍ୟବହାର କିପରି ହୋଇଥାଏ ଆଜି ଆମେ ଜାଣିବା । ବନ୍ଧୁଗଣ ଏହି ଦିବ୍ୟ ଏବଂ ଚମତ୍କାରୀ ଗଛର ନାମ ହେଉଛି ମହାକାଳ ଲତା । କୁହାଯାଏ କି ଏହି ଲତାର ଚେରକୁ ଭଗବାନ ମହାକାଳଙ୍କର ବିଶେଷ ବରଦାନ ମିଳିଛି । ଏଥିପାଇଁ ଏହି ଲତାକୁ ମହାକାଳ କୁହାଯାଏ । ଏହି ମହାକାଳ ଲତା ସମସ୍ତ ପ୍ରକାରର ଗଛରେ ଲଟକିଥାଏ । ଏହାର ଫଳ ଲାଲ ରଙ୍ଗର ଓ ଗୋଲାକାର ହୋଇଥାଏ ।

ଏହା ଅତ୍ୟନ୍ତ ସୁନ୍ଦର ହୋଇଥାଏ । କିନ୍ତୁ ତାର ଭିତରେ କଳା ରଙ୍ଗର ସସ ଏବଂ ମଞ୍ଜି ରହିଥାଏ । ଯାହା ଫଳରେ କି ଏହା ଖାଦ୍ୟ ଯୋଗ୍ୟ ହୋଇ ନଥାଏ । କିନ୍ତୁ ଏହି ଲତାର ଚେର ଅତ୍ୟନ୍ତ ଦିବ୍ୟ ଏବଂ ଚମତ୍କାରୀ ହୋଇଥାଏ । ଏହି ମହାକାଳର ଚେରକୁ ରବି ପୁଷ୍ୟା ନକ୍ଷତ୍ର ରେ ଅର୍ଥାତ ରବିବାର ଦିନ ଯଦି ପୁଷ୍ୟା ନକ୍ଷତ୍ର ପଡିଥାଏ ସେହିଦିନ ଯଦି ବିଧି ପୂର୍ବକ ପୂଜା କରି ଖୋଳି ଆଣିବାକୁ ପଡିଥାଏ ।

ସେହି ମହାକାଳ ମୂଳକୁ ଆଣିବା ପରେ ତାହାକୁ ଗଙ୍ଗାଜଳ ଓ ଗାଈ କ୍ଷୀରରେ ଧୋଇ ଧୂପ ଦୀପ ଦ୍ଵାରା ପୂଜା କରିବେ ଓ ମହାକାଳ ମନ୍ତ୍ର 7 ବାର ଜପ କରିବେ । ତେବେ ଏହି ଚେର ସିଦ୍ଧି ହୋଇଥାଏ ବା ଜୀବନ୍ୟାସ ପାଇଥାଏ । ଏହି ମହାକାଳ ମନ୍ତ୍ର ହେଉଛି

ଓଁ ମହାକାଳ ମହାକାୟ
ମହାକାଳ ଜଗତ୍ପତେ
ମହାକାଳ ମହାଯୋଗିନଃ
ମହାକାଳ ନାମସ୍ତୁତେ

ବନ୍ଧୁଗଣ ଏହି ମହାକାଳ ର ଚେରକୁ ନିଜ ପାଖରେ ରଖିବା ଦ୍ଵାରା ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ । ମହାକାଳ ମୂଳର ଏକ ଖଣ୍ଡ ଚେରକୁ ନେଇ ଭୁତ ପ୍ରେତ ଗ୍ରସ୍ତ ଲୋକଙ୍କର ଗଳାରେ ପିନ୍ଧାଇବା ଦ୍ଵାରା ଭୁତ ପ୍ରେତ ଗ୍ରସ୍ତ ବାଧା ତୁରନ୍ତ ଦୂର ହୋଇଥାଏ । ଏହି ଚେରକୁ ସାଧାରଣ ଲୋକ ଗଳାରେ ଧାରଣ କଲେ ଆଖିର ସମ୍ମୋହନ ଶକ୍ତି ବଢିଯାଏ । ଯାହାର ପ୍ରଭାବରେ ସାମ୍ନା ରେ ଥିବା ଲୋକଟି ସମ୍ମୋହନ ହୋଇଥାଏ । ବା ନିଜର ବଶବର୍ତ୍ତୀ ହୋଇଥାଏ ।

ମହାକାଳ କୁ ଚନ୍ଦନ ପରି ଘୋରି ମଥାରେ ତିଳକ ପରି ଲଗାଇ ଯାହାକୁ ଚାହିଁବେ ସେହି ଲୋକ ବଶବର୍ତ୍ତୀ ହୋଇଥାଏ । ମହାକାଳ ଫଳକୁ କଳା କପଡାରେ ଗୁଡାଇ ଦୋକାନରେ ଟାଙ୍ଗିବା ଦ୍ଵାରା ବ୍ୟବସାୟରେ ଉନ୍ନତି ହୋଇଥାଏ ବା ପ୍ରଚୁର ଲାଭ ହୋଇଥାଏ । ଛାତ୍ର ଛାତ୍ରୀମାନେ ଏଇ ଚେରକୁ ଗଳାରେ ଧାରଣ କଲେ ପାଠ ପଢାରେ ମନ ଲାଗିବା ସହିତ ପଢିଥିବା ପାଠ ମନେ ରହିଥାଏ ।

ମହାକାଳ ମୂଳକୁ ପୂଜା ସ୍ଥାନରେ ରଖି ପୂଜା କଲେ ଘରକୁ କୌଣସି ପ୍ରକାରର ନକରାତ୍ମକ ଉର୍ଜ୍ଜା ପ୍ରବେଶ କରି ପାରିନଥାଏ ଓ ଘରେ ଧନ ସୁଖ ସମୃଦ୍ଧି ପ୍ରଚୁର ମାତ୍ରାରେ ବୃଦ୍ଧି ପାଇଥାଏ । ବା ଧନ ସୁଖ ସମୃଦ୍ଧିକୁ ଚୁମ୍ବକ ପରି ଏହା ଟାଣି ଆଣିଥାଏ । ସବୁ ପ୍ରକାରର ଦୁଃଖ ଦୁର୍ଦଶା ଦୂର ହୋଇଯାଇଥାଏ ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *