ବନ୍ଧୁଗଣ ନବରାତ୍ରି ହିନ୍ଦୁ ମାନଙ୍କର ଏକ ବିଶେଷ ପର୍ବ ଅଟେ । ଏହି ନବରାତ୍ରି ରେ ମାତା ଦୂର୍ଗା ଙ୍କର 9 ଟି ରୂପର ପୂଜା କରାଯାଏ । ଆପଣଙ୍କୁ କହି ଦେଉଛୁ କି ନବରାତ୍ରି ଏକ ବହୁତ ମହତ୍ବପୂର୍ଣ୍ଣ ଓ ବଡ ପର୍ବ ଅଟେ ଯାହାକୁ ପୁରା ଭାରତ ବର୍ଷରେ ପୁରା ଉତ୍ସାହ ର ସହିତ ପାଳନ କରାଯାଏ । କିନ୍ତୁ କଣ ଆପଣ ଜାଣିଛନ୍ତି ଏମିତି କିଛି ମହିଳା ଅଛନ୍ତି ଯେଉଁମାନେ ଏହି ବ୍ରତ କରିବା ଉଚିତ ନୁହେଁ । ଆଜି ଆମେ ଯେଉଁ ମହିଳାଙ୍କ ବିଷୟରେ ଆପଣଙ୍କୁ କହିବାକୁ ଯାଉଛୁ ସେମାନଙ୍କୁ ନବରାତ୍ରି ବ୍ରତ କରିବା ଠାରୁ ବଞ୍ଚିବା ଆବଶ୍ୟକ ନ ହେଲେ ମାତା ରାଣୀ ତାଙ୍କ ଉପରେ କ୍ରୋଧିତ ହୋଇ ପାରନ୍ତି । ଆପଣଙ୍କ ସହିତ କିଛି ଖରାପ ହୋଇପାରେ ଓ ଆପଣଙ୍କ ସ୍ବାମୀଙ୍କ ଉପରେ ବି କିଛି ସଙ୍କଟ ଆସିପାରେ । ତେବେ ଚାଲନ୍ତୁ ଜାଣିବା ।
୧.ଛାଡପତ୍ର ହୋଇସାରିଥିବା ମହିଳା – ଶାସ୍ତ୍ର ଅନୁସାରେ ମହିଳା କିମ୍ବା ପୁରୁଷ ଯଦି ନିଜ ବିବାହ ବନ୍ଧନରୁ ଅଲଗା ହେଇ ସାରିଛନ୍ତି ତେବେ ନବରାତ୍ରି ବ୍ରତ କେବେ ବି କରିବା ଉଚିତ ନୁହେଁ । ମହିଳାଙ୍କ ସହିତ ପୁରୁଷ ମାନେ ମଧ୍ୟ ଧ୍ୟାନ ରଖିବେ ଯଦି ଆପଣଙ୍କର ଛାଡପତ୍ର ହେଇ ସାରିଛି ତେବେ ଏହି ବ୍ରତ କେବେ ବି ରଖନ୍ତୁ ନାହିଁ ।
କାରଣ ଏମିତି କରିବା ଦ୍ଵାରା ମାତା ରାଣୀ ଖୁସି ହୁଅନ୍ତି ନାହିଁ ବରଂ କ୍ରୋଧିତ ହୋଇ ଯାଆନ୍ତି । କାରଣ ବିବାହର ବନ୍ଧନ କୁ ପାଳନ କରିବା ବି ଏକ ବ୍ରତ ସମାନ ଅଟେ । ଯଦି ଆପଣ ତାହାକୁ ପାଳନ କରି ପାରି ନାହାଁନ୍ତି ତେବେ ଏମିତିରେ ଆପଣଙ୍କର ପୂଜାକୁ ସ୍ଵୀକାର କରା ଯାଏ ନାହିଁ । ମାତା ରାଣୀ ଏହି ବ୍ରତକୁ ସ୍ଵୀକାର କରନ୍ତି ନାହିଁ । ଏମିତି କରିବା ଅନର୍ଥ ର କାରଣ ମଧ୍ୟ ହୋଇପାରେ ।
୨. ବେଶ୍ୟା
ଗୋଟିଏ ବେଶ୍ୟାକୁ ନବରାତ୍ରି ବ୍ରତ କେବେ ବି ରଖିବା ଉଚିତ ନୁହେଁ । ଯେତେବେଳେ ବ୍ୟକ୍ତି ର ଶରୀରର ପବିତ୍ରତା ଶେଷ ହୋଇଯାଏ ସେତେବେଳେ ସେ ମଇଳା ହିଁ ନୁହେଁ ବରଂ ପାପୀ ମଧ୍ୟ ହୋଇଯାଏ । ଏମିତିରେ ଆପଣଙ୍କ ପୂଜା କେବେ ବି ସଫଳ ହୋଇ ପାରି ନଥାଏ । ଏହି ପ୍ରକାରର ମହିଳାଙ୍କୁ ଏହି ବ୍ରତ କେବେ ବି ରଖିବା ଉଚିତ ନୁହେଁ ।
୩. ରୋଗୀ ଲୋକଙ୍କୁ
ଯଦି ଆପଣଙ୍କୁ କୌଣସି ଘାତକ ରୋଗ ଅଛି ତେବେ ଏହି କଥାର ଧ୍ୟାନ ରଖିବେ କି ଆପଣଙ୍କୁ ଏହି ବ୍ରତ ରଖିବା ଉଚିତ ନୁହେଁ । ଶାସ୍ତ୍ର ରେ ତ ଏମିତି କୌଣସି ପ୍ରତିବନ୍ଧକ ନାହିଁ କିନ୍ତୁ ଉଦାହରଣ ସ୍ୱରୂପ ଯଦି ଆପଣଙ୍କୁ ସୁଗାର ରୋଗ ଅଛି କିମ୍ବା ବ୍ଲଡ ପ୍ରେସର ଅଛି କିମ୍ବା ଅନ୍ୟ କୌଣସି ଗମ୍ଭୀର ରୋଗ ଅଛି ଏମିତିରେ ବ୍ରତ କରିବା ଦ୍ଵାରା ଆପଣଙ୍କ ସହିତ କିଛି ବି ହୋଇପାରେ । କାରଣ ସ୍ୱାସ୍ଥ୍ୟ କୁ କ୍ଷତି ପହଞ୍ଚାଇ ମାତା ରାଣୀ ଙ୍କ ପୂଜା କଲେ ମାତା ରାଣୀ ପ୍ରସନ୍ନ ହୁଅନ୍ତି ନାହିଁ ।
୪. ଲୋକ ଦେଖାଣିଆ ଭାବେ ବ୍ରତ କରିବା
ଯଦି ଆପଣ କୌଣସି ବି ବ୍ରତକୁ ଲୋକ ଦେଖାଣିଆ ହୋଇ କରନ୍ତି ତେବେ ଏହାକୁ ଶାସ୍ତ୍ର ଅନୁସାରେ ଘୋର ପାପ ବୋଲି କୁହାଯାଏ । ଏମିତି କରିବା ଦ୍ଵାରା ଆପଣ ଦେବତା ମାନଙ୍କର ମଜାକ କରିଥାନ୍ତି ଓ ଏହା ସହିତ ଆପଣ ପାପ ର ଭାଗୀଦାର ମଧ୍ୟ ହୋଇ ଥାନ୍ତି । ଦେବୀ ଦେବତା ଏମିତି ଲୋକଙ୍କ ଉପରେ ପ୍ରସନ୍ନ ହୁଅନ୍ତି ନାହିଁ ବରଂ ଏହି ଲୋକଙ୍କୁ ବରବାଦ କରି ଦିଅନ୍ତି ।
୫. କଟୁ କଥା କହୁଥିବା ମହିଳା
ଯଦି ଆପଣ କଥା କଥାରେ କଟୁ ଶବ୍ଦ ବ୍ୟବହାର କରନ୍ତି ତେବେ ଆପଣ ଏହି ବ୍ରତକୁ କରିବା ଉଚିତ ନୁହେଁ କାରଣ ଆପଣ କଟୁ ଶବ୍ଦ କହି ଲୋକଙ୍କ ହୃଦୟକୁ କଷ୍ଟ ଦେଇଥାନ୍ତି । ଏମିତିରେ ମାତା ରାଣୀ ଏହିପରି ଲୋକଙ୍କ ଉପରେ କେବେ ବି ପ୍ରସନ୍ନ ହୁଅନ୍ତି ନାହିଁ ଯେଉଁମାନେ ଅନ୍ୟକୁ କଷ୍ଟ ଦେଇଥାନ୍ତି ବରଂ ଏପରି ଲୋକ ମାତା ରାଣୀ ଙ୍କ କ୍ରୋଧର ଶିକାର ହୋଇଥାନ୍ତି ।
ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ