ମହାରଥୀଙ୍କ ପରେ ବର୍ତ୍ତମାନ ଓଲିଉଡରେ ଗଭୀର ଶୋକର ଛାୟା, ଏହି କିଛି ସମୟ ମଧ୍ୟରେ ଓଡିଶାର ଜଣେ ବରିଷ୍ଠ ଅଭିନେତାଙ୍କର ହେଲା ଦେହାନ୍ତ

ବର୍ଷ ୨୦୨୦ ଟି ଏବେ କାହା ପାଇଁ ମଧ୍ୟ ଭଲ ରହି ନାହିଁ । ବଲିଉଡ ଠାରୁ ନେଇ ଓଲିଉଡ ଜଗତ ପର୍ଯ୍ୟନ୍ତ ସବୁଠାରେ ଦୁଃଖଦ ଖବର ଶୁଣିବାକୁ ମିଳୁଛି । ବର୍ତ୍ତମାନ ବିଜୟ ମହାନ୍ତି ଓ ଅଜିତ ଦାଶଙ୍କ ମୃତ୍ୟୁ ପରେ ପୁଣି ଅଲିଉଡ ଜଗତରୁ ଆସିଛି ଆଉ ଏକ ଦୁଃଖ ଖବର । ଖବର ଅନୁସାରେ ସୋମବାର ଦିନ ଅଲିଉଡ ର ଆଉ ଜଣେ ପ୍ରସିଦ୍ଧ କଳାକାରଙ୍କର ମୃତ୍ୟୁ ହୋଇଛି । ତାଙ୍କର ହଠାତ ଏପରି ମୃତ୍ୟୁ ପରେ ସାରା ଓଲିଉଡ ଇଣ୍ଡଷ୍ଟ୍ରି ଶୋକ ପ୍ରକାଶ କରିଛନ୍ତି ।

ଆପଣଙ୍କୁ ଆମେ ଯେଉଁ କଳାକାରଣଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହଁନ୍ତି ସେ ହେଉଛନ୍ତି ଓଲିଉଡ ର ବରିଷ୍ଠ ଅଭିନେତା ସନ୍ତୋଷ ନାୟକ । ଖବର ଅନୁସାରେ ଜଣା ପଡିଛି କି ସେ କରୋନା ରେ ପୀଡିତ ଥିଲେ ଓ ସେ ଭୁବନେଶ୍ବରର ଓ କୋଭିଡ ହସ୍ପିଟଲ ରେ ଚିକିତ୍ସିତ ହେଉଥିଲେ । ଚିକିତ୍ସିତ ଅବସ୍ଥାରେ ସୋମବାର ଦିନ ଅପରାହ୍ନ ୨.୪୫ ମିନିଟ ରେ ତାଙ୍କର ଦେହାନ୍ତ ହୋଇ ଯାଇଛି ।

ତାଙ୍କର ମୃତ୍ୟୁ ର ଖବର ପାଇଁ ଓଲିଉଡ ଇଣ୍ଡଷ୍ଟ୍ରିରେ ଏବେ ଶୋକର ଛାୟା । ତାଙ୍କର ବନ୍ଧୁ ତଥା ସଂଳାପକାର ଡ. ରଜନୀ ରଞ୍ଜନ ଦାଶ ତାଙ୍କର ମୃତ୍ୟୁ ହୋଇଯିବାର ସୂଚନା ଦେଇଛନ୍ତି । ତାଙ୍କର ଜନ୍ମ ନୟାଗଡ ଜିଲ୍ଲାରେ ହୋଇଥିଲା ଓ ସେ ଦୀର୍ଘ ୩୦ ବର୍ଷ ଧରି ଅଭିନୟ କରି ଆସୁଥିଲେ । ପିଲାଟି ଦିନରୁ ସେ ଅଭିନୟ ପ୍ରତି ଆକ୍ରୁଷ୍ଟ ଥିଲେ ଓ ସେ ପିଲା ଦିନରୁ ହିଁ ନାଟକ ଆରମ୍ଭ କରି ଦେଇଥିଲେ ।

ସେ ୨୦୦ ରୁ ଅଧିକ ରେଡିଓ ଓ ଦୂରଦର୍ଶନ ପ୍ରୋଗ୍ରାମ, ୭୫ ରୁ ଅଧିକ ଓଡିଆ ଫିଲ୍ମ ଓ ୩୦ ରୁ ଅଧିକ ଓଡିଆ ଧାରାବାହିକ ମଧ୍ୟ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୫୦ ବର୍ଷ ହୋଇଥିଲା । ଏତେ କମ ବୟସରେ ହଠାତ ସେ ଦୁନିଆ ଛାଡିଦେବାର ଖବର ସମସ୍ତଙ୍କୁ ମର୍ମାହତ କରି ଦେଇଛି । ତେବେ ଶେଷରେ ଆମେ କେବଳ ଭଗବାନଙ୍କ ନିକଟରେ ଏତିକି ପ୍ରାର୍ଥନା କରିବୁ ତାଙ୍କ ଅମର ଆତ୍ମା କୁ ଶାନ୍ତି ପ୍ରଦାନ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *