ବ୍ୟକ୍ତିର ଗ୍ରହ ଦଶା ଅନୁସାରେ କେଉଁ ଦିନ କେଉଁ ସମୟରେ କେଉଁ ରତ୍ନ କେଉଁ ଆଙ୍ଗୁଠିରେ ପିନ୍ଧିବେ ଆସନ୍ତୁ ଜାଣିବା

ରତ୍ନ କୁ ଧାରଣ କରିବାର ଏକ ଉଦ୍ଦେଶ୍ୟ ଏହା ଅଟେ କି ଯଦି କୌଣସି ଗ୍ରହ ଖରାପ ପ୍ରଭାବ ଦେଉଛି, ତ ଏହା ଦ୍ଵାରା ତାର ପ୍ରଭାବକୁ ଶୁଭ କରାଯାଏ । ଯଦି କୌଣସି ଶକ୍ତିଶାଳୀ ଗ୍ରହ ନକରାତ୍ମକ ରୂପରେ ଆପଣଙ୍କୁ ପ୍ରଭାବିତ କରିଥାଏ ତ ତାକୁ ଶାନ୍ତ କରି ସକରାତ୍ମକ କରାଯାଏ । ଏହିପରି ଯଦି କୁଣ୍ଡଳୀରେ କୌଣସି ଶୁଭ ଗ୍ରହ କମଜୋର୍ ଥାଏ ତ ତାକୁ ମଝବୁତ୍ ମଧ୍ୟ କରାଯାଏ । ରତ୍ନ ବିଭିନ୍ନ ପ୍ରକାରର ଥାଏ । ଆସନ୍ତୁ ଜାଣିବା କେଉଁ ରତ୍ନ କେଉଁ ଦିନ କେଉଁ ଆଙ୍ଗୁଠିରେ ପିନ୍ଧିବା ଆବଶ୍ୟକ ଓ ଏହା କେଉଁ ଗ୍ରହ ସହ ସମ୍ବନ୍ଧିତ ଅଟେ ।

google

ସୂର୍ଯ୍ୟ ଗ୍ରହ-

ଯଦି କୌଣସି ବ୍ୟକ୍ତିର କୁଣ୍ଡଳୀରେ ସୂର୍ଯ୍ୟ ଅଶୁଭ କିମ୍ବା ସୂର୍ଯ୍ୟ ମହାଦଶା ଚାଲୁଛି ତ ଆପଣଙ୍କୁ ରବିବାର ଦିନ ଅନାମିକା ଆଙ୍ଗୁଠିରେ ମାଣିକ୍ୟ ରତ୍ନକୁ ସୂର୍ଯ୍ୟ ଉଦୟ ସମୟରେ ଧାରଣ କରିବା ଉଚିତ ।

ଚନ୍ଦ୍ର-

ଯଦି କୁଣ୍ଡଳୀରେ ଚନ୍ଦ୍ର ମହାଦଶା ଚାଲୁଛି ତ ସୋମବାର ଦିନ ସନ୍ଧ୍ୟା 5 ରୁ 7ଟା ମଧ୍ୟରେ ମୋତି ରତ୍ନକୁ ଅନାମିକା ବା କନିଷ୍ଠ ଆଙ୍ଗୁଠିରେ ଧାରଣ କରିପାରିବେ ।

ମଙ୍ଗଳ-

ଯଦି କୁଣ୍ଡଳୀରେ ମଙ୍ଗଳ ଅଶୁଭ ଅଛି ତ ମଙ୍ଗଳବାର ଦିନ ଡାହାଣ ହାତର ଅନାମିକା ଆଙ୍ଗୁଠିରେ ରେଡ କୋରାଲ ବା ରକ୍ତ ପ୍ରବାଳ ରତ୍ନକୁ ଧାରଣ କରନ୍ତୁ ।

google

ବୁଧ-

ବୁଧ ଗ୍ରହ ଅଶୁଭ ଥିଲେ ପନ୍ନା ରତ୍ନ 12ଟା ରୁ 2ଟା ଭିତରେ କନିଷ୍ଠ ଆଙ୍ଗୁଠିରେ ଧାରଣ କରନ୍ତୁ ।

ବୃହସ୍ପତି-

ବୃହସ୍ପତି ବା ଗୁରୁ ଗ୍ରହ ର ଅଶୁଭ ଶକ୍ତିକୁ ଦୂର କରିବା ପାଇଁ  ପୋଖରାଜ ରତ୍ନ ଦିନ 10 ଟା ରୁ 12 ଟା ଭିତରେ ଗୁରୁବାର ଦିନ ତର୍ଜନୀ ଆଙ୍ଗୁଠିରେ ଧାରଣ କରନ୍ତୁ ।

ଶୁକ୍ର-

ଯଦି କୁଣ୍ଡଳୀରେ ଶୁକ୍ର ମହାଦଶା ଚାଲୁଥାଏ ତ ଶୁକ୍ରବାର ଦିନ ମଧ୍ୟମା ଆଙ୍ଗୁଠିରେ 10 ଟା ରୁ 12 ଟା ଭିତରେ ହିରା ରତ୍ନ ଧାରଣ କରନ୍ତୁ ।

google

ଶନି-

ଶନିଙ୍କ ମହାଦଶାରୁ ରକ୍ଷା ପାଇବା ପାଇଁ ନିଲମ ରତ୍ନ କୁ ଶନିବାର ଦିନ ସନ୍ଧ୍ୟା 5ଟା ରୁ 7ଟା ମଧ୍ୟରେ ମଧ୍ୟମା ଆଙ୍ଗୁଠିରେ ଧାରଣ କରନ୍ତୁ ।

ରାହୁ କେତୁ-

ରାହୁ କେତୁଙ୍କ କୁ ପ୍ରଭାବରୁ ରକ୍ଷା ପାଇବା ପାଇଁ ଗୋମେଦ ରତ୍ନ ମଧ୍ୟମା ଆଙ୍ଗୁଠିରେ ଶନିବାର ଦିନ ଧାରଣ କରନ୍ତୁ ।

Leave a Reply

Your email address will not be published. Required fields are marked *