ଓଡିଆ ଜୋକ୍ସ: ସାନ୍ତା- ଯଦି ତୋର ବାହାଘର ଏକା ଭଳି ଦେଖାଯାଉଥିବା ଯାଁଳା ଝିଅଙ୍କ ମହିଳା ସହ ହୁଏ ତାହାଲେ ତୁ ତୋ ସ୍ତ୍ରୀକୁ…

ବନ୍ଧୁଗଣ ଜୀବନରେ ହସ ଖୁସିର ବହୁତ ଅବଶ୍ୟକତା ରହିଛି । ଯଦି ମଣିଷର ମନ ଖୁସି ଥାଏ, ତା ହେଲେ ସେ ନିଜର ସମସ୍ତ କାର୍ଯ୍ୟକୁ ଖୁସି ଖୁସିରେ କରିଥାଏ, ତାକୁ ନିଜ କାମରେ କୌଣସି ବାଧା ଅନୁଭବ ହୁଏ ନାହିଁ । ବନ୍ଧୁଗଣ ଆପଣ ମାନଙ୍କ ଖୁସି ପାଇଁ ଆଜି ଆମେ ଆପଣ ମାନଙ୍କ ପାଇଁ କିଛି ମଜାଦାର ଓଡିଆ ଜୋକ୍ସ ନେଇ ଆସିଛୁ । ଯାହାକୁ ପଢିବା ଦ୍ଵାରା ଆପଣ ବହୁତ ହସିବେ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଡିଆ ଜୋକ୍ସ ବିଷୟରେ ।

୧. ସ୍ତ୍ରୀ ବୁଲିବାକୁ ଯିବା ପାଇଁ ରେଡି ହୋଇ ନିଜ ସ୍ଵାମୀକୁ ପଚାରିଲା

ସ୍ତ୍ରୀ- ମୁ କେମିତି ଦେଖା ଯାଉଛି ?

ସ୍ଵାମୀ- ସତ କହିବି, ମନ କହୁଛି ତମକୁ ପାକିସ୍ତାନରେ ପକେଇ ଦେବାକୁ ।

ସ୍ତ୍ରୀ- କଣ ?

ସ୍ଵାମୀ- ପରମାଣୁ ବମ ଲାଗୁଛ, ଗୋଟେ ଧମାକାରେ ଲକ୍ଷ ଲକ୍ଷ ଲୋକ ବେହୋସ ହୋଇଯିବେ ।

୨. ପୁଅ ମାନେ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଯେତେ ଭଲ ଫଟୋ ପୋଷ୍ଟ କରିଲେ ମଧ୍ୟ ୩ ରୁ ୪ ଟି ଲାଇକ ଆସେ,

ହେଲେ ଯଦି କୌଣସି ଝିଅ ପୋଷ୍ଟ କରିଥାଏ, ତା ହେଲେ ତାକୁ ୨୦୦ ରୁ ୩୦୦ ଲାଇକ ମିଳିଥାଏ, ଏହିପରି ପକ୍ଷପାତ କାହିଁକି ହୋଇଥାଏ ।

୩. ସ୍ଵାମୀ ସ୍ତ୍ରୀଙ୍କର ଝଗଡାରେ ସ୍ତ୍ରୀ କିଛି ବଡ ବଡ କଥା କହିଦେଲା

ସ୍ଵାମୀ- ମୁ କହୁଛି ନିଜ ଶବ୍ଦକୁ ଫେରାଇ ନିଅ ।

ସ୍ତ୍ରୀ- ନେବି ନାହିଁ ।

ସ୍ଵାମୀ- ଶେଷ ଥର ପାଇଁ କହୁଛି ତମ ଶବ୍ଦ ଫେରାଇ ନିଅ, ମୁ ତମକୁ ୫ ମିନିଟ ପର୍ଯ୍ୟନ୍ତ ସମୟ ଦେଉଛି ।

ସ୍ତ୍ରୀ (ଶାନ୍ତ ହୋଇ)- ଯଦି ୫ ମିନିଟ ମଧ୍ୟରେ ମୁ ମୋ ଶବ୍ଦକୁ ନ ନେଲି ତା ହେଲେ କଣ କରିବ ?

ସ୍ଵାମୀ- ଆଛା, ତା ହେଲେ ତମକୁ କେତେ ସମୟ ଦରକାର ?

୪- ଗୋଟେ ଦିନ ପପୁର ଗାର୍ଲଫ୍ରେଣ୍ଡ ନିଜ ଘରେ ଏକା ଥିଲା ଓ ସେ ପପୁକୁ ବହୁତ ମନେ ପକାଉ ଥିଲା…

ସେ ଭବିଲା ଘରେ କେହି ନାହାନ୍ତି ପପୁକୁ ଫୋନ କରି ଘରକୁ ଡାକି ଦଉଛି ।

ଗାର୍ଲଫ୍ରେଣ୍ଡ- ଆଜି ମୁ ଘରେ ଏକା ଅଛି ଆସ ନା…

ପପୁ- ଆରେ ପାଗେଳି ତୁ ମୋ ଘରକୁ ଆସିଯା ଏଠି ସମସ୍ତେ ଅଛନ୍ତି ।

୫. ଶାଶୁ ନୂଆ ବୋହୁକୁ କହିଲା…

ଶାଶୁ- ମୋର ପୁରା ଭରସା ଅଛି ତୁ ରୋଷେଇ ଘର ସମ୍ଭାଳି ନେବୁ ।

ବୋହୁ ସେହି ସମୟରେ ରୋଷେଇ ଘରକୁ ଗଲା ଓ କିଛି ଭାଙ୍ଗିବାର ଶବ୍ଦ ଶୁଭିଲା

ଶାଶୁ- କଣ ଭାଙ୍ଗିଲୁ ?

ବୋହୁ- ତମ ଭରସା

୬. ଜଜ୍ – କଣ ପ୍ରମାଣ ଅଛି ଯେ, ଯେତେବେଳ ଆକ୍ସିଡେଣ୍ଟ ହେଲା ତମେ ଧୀରେ ଧୀରେ ଗାଡି ଚଲଉଥିଲ ?

କାର ଚାଳକ- ସାର, ମୁଁ ମୋର ସ୍ତ୍ରୀକୁ ଆଣିବା ପାଇଁ ଶାଶୁଘରକୁ ଯାଉଥିଲି ।

ଜଜ୍- ଓହୋ, ଏମିତି କଥା ଛାଡିଦିଅ ଏହି ନିର୍ଦୋଷ ଲୋକକୁ କାରଣ ଏମିତି ସମୟରେ କୌଣସି ଲୋକ ଗାଡି ଜୋରରେ ଚଲାନ୍ତି ନାହିଁ ।

୭. ପ୍ରଳୟ ର ଅପେକ୍ଷା କରନ୍ତୁ ନାହିଁ…

ସ୍ତ୍ରୀ ସହ ବାହାରେ ଡିନର କରିବାର ପୋଗ୍ରାମ କରନ୍ତୁ ।

ଯେତେବେଳେ ସ୍ତ୍ରୀ ରେଡି ହୋଇ ଆସିବ ସେତେବେଳେ ପୋଗ୍ରାମ କ୍ୟାନସେଲ କରି ଦିଅନ୍ତୁ, ପ୍ରଳୟ ଆପେ ଆପେ ଆସିଯିବ ।

୮. ସାନ୍ତା- ଯଦି ତୋର ବାହାଘର ଏକା ଭଳି ଦେଖା ଯାଉଥିବା ଯାଁଳା ଝିଅଙ୍କ ସହ ହେବ

ତା ହେଲେ ତୁ ନିଜ ସ୍ତ୍ରୀକୁ କେମିତି ଚିହ୍ନିବୁ ?

ବାନ୍ତା- ଏଇଟା କଉ ବଡ କଥା ଯେ, ମୁଁ ଦୁଇ ଜଣଙ୍କ ମୁଣ୍ଡ ବେଣୀକୁ ଟାଣିବି

ଯିଏ ରାଗିଯିବ ସେ ମୋ ସ୍ତ୍ରୀ ଆଉ ଯିଏ ହସିବ ସେ ମୋ ଶାଳି

ଆପଣମାନଙ୍କୁ ଆମର ଏହି ଯୋକ୍ଷ ଗୁଡିକ ଭଲ ଲାଗିଥିଲେ ଏହାକୁ ଲାଇକ ଆଉ ଶରତେ କରନ୍ତୁ  ଓ ଅନ୍ୟମାନଙ୍କୁ ବି ହସାନ୍ତୁ ଓ ଏମିତି ମଜାଳିଆ ପୋସ୍ଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *