ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ପରେ ବଲିଉଡ ରେ ଶୋକର ଛାଯା ଥିବା ବେଳେ ଏବେ ପୁଣି ଆଉ ଏକ ଝଟକା ଟିଭି ଇଣ୍ଡଷ୍ଟ୍ରି କୁ ଲାଗିଛି । ଏବେ ଏବେ ଖବର ଆସୁଛି କି ଲୋକପ୍ରିୟ ଟିଭି ଆକ୍ଟର ସମୀର ଶର୍ମା ମୁମ୍ବାଇ ସ୍ଥିତ ନିଜ ଘରେ ମରୁତ ଅବସ୍ଥାରେ ମିଳିଲେ । ମିଡ ଡେ ର ଏକ ରିପୋର୍ଟ ଅନୁସାରେ ସମୀର ଶର୍ମାଙ୍କ ଶବ ବୁଧବାର(୫ ଅଗଷ୍ଟ) ଦିନ ରାତିରେ ତାଙ୍କ ଘରେ ପଙ୍ଖାରେ ଝୁଳୁଥିବା ଅବସ୍ଥାରେ ମିଳିଲା । ସେ ମଲାଡ ୱେଷ୍ଟ ରେ ଅହିଂସା ମାର୍ଗ ସ୍ଥିତ ନେହା ସିଏଚଏସ ବିଲଡିଙ୍ଗ ରେ ରହୁଥିଲେ । ତାଙ୍କ ବଡି କିଚେନ ର ପଙ୍ଖାରେ ଝୁଳୁଥିବା ଅବସ୍ଥାରେ ମିଳିଥିଲା ।
ମଲାଡ ପୋଲିସ ଅନୁସାରେ ସମୀର ଶର୍ମା ଯେଉଁ ଆପାର୍ଟମେଣ୍ଟ ରେ ରାହୁଇଥିଲେ ତାକୁ ସେ ଏହି ବର୍ଷ ଫେବୃୟାରି ମାସରେ ଭଡାରେ ନେଇଥିଲେ । ରାତିରେ ଡ୍ଯୁଟିରେ ରାଉଣ୍ଡ ମାରିବା ସମୟରେ ୱାଚମ୍ୟାନ ବଡିକୁ ଦେଖିଥିଲା ଓ ଷୋସାଇଟି ମେମ୍ବରଙ୍କୁ ସୂଚନା ଦେଇଥିଲା ।
ରିପୋର୍ଟ ଅନୁସାରେ ବଡି ର ଅବସ୍ଥା ଦେଖି ପୋଲିସ ଅନ୍ଦାଜ ଲଗାଉଛି କି ସମୀର ଶର୍ମା ୨ ଦିନ ପୂର୍ବରୁ ହିଁ ଆତ୍ମହତ୍ୟା କରିଛନ୍ତି । କିନ୍ତୁ ଘଟଣା ସ୍ଥଳରୁ କୌଣସି ସୁସାଇଡ ନୋଟ ମିଳି ନାହିଁ । ଏବେ ଏହି ମାମଳାକୁ ଆକ୍ସିଡେଣ୍ଟାଲ ଡେଟ ର କେସ ରେଜିସ୍ଟାର କରା ଯାଇଛି ଓ ବଡି କୁ ପୋସ୍ଟ ମାର୍ଟମ ପାଇଁ ପଠା ଯାଇଛି ।
ସମୀର ଶର୍ମା ‘ୟେ ରିସ୍ତେ ହେଁ ପୟାର କେ’, ‘ଜ୍ଯୋତି’, ‘କାହାଣୀ ଘର ଘର କି’, ‘ଲେଫ୍ଟ ରାଇଟ ଲେଫ୍ଟ’, ‘ୱୋ ରେହନେ ୱାଲି ମହଲୋଂ କି’, ‘ଗୀତ ହୂୟ ସାବଶେ ପରାଇ’, ‘ଇସ ପୟାର କୋ କ୍ୟା ନାମ ଦୂ- ଏକ ବାର ଫିର’ ଭଳି ଟିଭି ଶୋ ରେ କାମ କରିଛନ୍ତି । ଦେଶର ସବୁ ଛୋଟ ବଡ ଖବର ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ