ଏହି 6 ଗୋଟି ସ୍ଥାନରେ ନିଜ ଝିଅର ବିବାହ କରିବା ବହୁତ ବଡ ଭୁଲ ! ଝିଅର ଜୀବନ ହୋଇଯାଏ ବର୍ବାଦ !

ପ୍ରତ୍ଯେକଟି ବାପା, ମା’ ନିଜ ସନ୍ତାନକୁ ଏକ ଉପଯୁକ୍ତ ପାତ୍ର ସହ ବିବାହ କରିବାର ଇଛା ରଖିଥାନ୍ତି । ଯେପରିକି ବାପା, ମା’ ମାନେ ନିଜ ଝିଅଙ୍କୁ ଏକ ଭଲ ବରଓ ଭାଲ ଘର ପରିବାର ଦେଖି ଝିଅର ବିବାହ କରାଇଥାନ୍ତି । ହେଲେ କୌଣସି ଝିଅର ପରିବାର ଲୋକେ ଚାହାନ୍ତି ନାହିଁ କି ତାଙ୍କ ଝିଅ ବିବାହ ପରେ ନିଜ ଶାଶୁଘରେ ଦୁଃଖ, କଷ୍ଟରରେ ଚଳୁ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେ ଏହି 6 ଗୋଟି ସ୍ଥାନରେ ନିଜ ଝିଅର ବିବାହ କେବେବି କରାନ୍ତୁ ନାହିଁ ।

1- ବହୁତ ପାଖରେ ନିଜ ଝିଅକୁ ବିବାହ ଦିଅନ୍ତୁ ନାହିଁ । ନିଜ ଘରର ଅତି ପାଖର କୌଣସି ଘରେ ବା ନିଜ ଗ୍ରାମ ମଧ୍ୟରେ କେବେବି ନିଜ ଝିଅର ବିବାହ ଦେବା ଉଚିତ ନୁହେଁ । କାରଣ ଘର ପାଖରେ ଝିଅର ବିବାହ ଦେବା ଦ୍ଵାରା ଝିଅ ନିଜ ବାପାଘରକୁ ବାରମ୍ବାର ଯିବା ଆସିବା କରିଥାଏ । ଯାହା ଦ୍ଵାରା ସେହି ଝିଅର ନିଜ ବାପାଘରୁ ତାକୁ ମିଳୁଥିବା ସମ୍ମାନ ଧୀରେ ଧୀରେ କମ ହେବାକୁ ଲାଗିଥାଏ ।

2- ଝିଅକୁ ବହୁତ ଦୂରରେ ମଧ୍ୟ ବିବାହ ଦେବା ଅନୁଚିତ । କାରଣ ବହୁତ ଦୂର ଜାଗାରେ ଝିଅର ଶାଶୁଘର ହେବା ଦ୍ଵାରା ଝିଅଟିର ନିଜ ପରିବାରକୁ ଯିବା ଆସିବା କରିବାରେ ବହୁତ ଅସୁବିଧାର ସାମ୍ନା କରିବାକୁ ପଡିଥାଏ ।

3- ଅତି ଧନୀ ବ୍ୟକ୍ତିଙ୍କ ଘରେ ମଧ୍ୟ ଝିଅର ବିଭା କରିବା ଉଚିତ ନୁହେଁ । କାରଣ ସେହି ଧନୀ ଶାଶୁ ଘରର ସଦସ୍ୟ ମାନେ ଯଦି ଉତ୍ତମ ସଂସ୍କାର ସମ୍ପର୍ଣ୍ଣ ହୋଇନଥିବେ । ତେବେ ସେ ବାରମ୍ବାର ନିଜ ଧନୀପଣିଆକୁ ନେଇ ଝିଅକୁ ତଥା ଝିଅର ବାପାଘରକୁ ଧିକ୍କାର କରି ଅନେକ କଥା କହୁଥିବେ । ତେଣୁ ନିଜ ସମକକ୍ଷ ଭଳି ଏକ ଭାଲ ପରିବାରରେ ହିଁ ଝିଅକୁ ବିଭା ଦିଅନ୍ତୁ ।

4- ଝିଅ ଠାରୁ ଅଧିକ ବୟସର ପୁଅ ସହ ଝିଅକୁ ବିଭା ଦେବା ଅନୁଚିତ । ନଚେତ ବିବାହ ପରେ ସେହି ଦାମ୍ପତ୍ୟ ଜୀବନରେ ବହୁତ ବ୍ୟାଘାତ ସୃଷ୍ଟି ହୋଇଥାଏ । 5- ଝିଅ ଯେତିକି ପାଠ ପଢିଥିବ ତା’ ଠାରୁ ବହୁତ ଅଧିକ ପାଠ ପଢି ବଡ ଚାକିରୀ କରିଥିବା ପୁଅ ସହ ଝିଅର ବିବାହ କରନ୍ତୁ ନାହିଁ । ଝିଅର ପାଠ ଯୋଗ୍ୟତା ସହ ପୁଅର ପାଠ ପଢା ଯୋଗ୍ୟତା ସମାନ ବା ଟିକେ ଅଳ୍ପ କି ଅଧିକ ହୋଇଥିବା ସ୍ଥାନରେ ହିଁ ନିଜ ଝିଅର ବାହା କରାନ୍ତୁ ।

6- ଅତି ଦରିଦ୍ର ଘରେ ମଧ୍ୟ ନିଜ ଝିଅର ବାହା ଦେବା ଅନୁଚିତ । କାରଣ ଏପରି ସ୍ଥଳେ ଝିଅକୁ ଦରିଦ୍ରତା ମଧ୍ୟରେ ରହିବା ସହ ଗୋଟେ ଓଳି ଖାଉଥିଲେ ଆଉ ଗୋଟେ ଓଳି ଉପାସ ରହିବାକୁ ପଡିଥାଏ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *