ଅନେକ ସମୟରେ ବହୁତ ବ୍ୟକ୍ତିଙ୍କୁ ତାଙ୍କ ହାତ, ଗୋଡ ତଥା ଗଣ୍ଠି ସ୍ଥାନ ମାନଙ୍କରେ ବହୁତ କଷ୍ଟ ଅନୁଭୂତ ହୋଇଥାଏ । ବିଶେଷ କରି ବୟସ ବଢିଲା ପରେ ବୃଦ୍ଧ ବୟସର ଲୋକ ମାନଙ୍କୁ ଏହି ସମସ୍ଯା ଅନେକ ସମୟରେ ଭୋଗିବାକୁ ପଡିଥାଏ । ଯାହାକି ବହୁତ କଷ୍ଟଦାୟକ ହୋଇଥାଏ । ତେବେ ଏଥିପାଇଁ ଆପଣଙ୍କୁ ଏଭଳି ଏକ ଘରୋଇ ଉପଚାର ଦ୍ଵାରା ତେଲ ପ୍ରସ୍ତୁତ ବିଷୟରେ ଏଥରେ କହିବୁ । ଯାହା ହାତ, ଗୋଡର ଗଣ୍ଠି ସ୍ଥାନରେ ଅନୁଭୂତ ହେଉଥିବା ଯନ୍ତ୍ରଣାକୁ କମ ସମୟରେ ଭଲ କରିପାରିବ ।
ତେବେ ଏହି ଉପଚାର ପାଇଁ ଆପଣଙ୍କୁ ପ୍ରଥମେ ସୋରିଷ ତେଲର ଆବଶ୍ୟକ ପଡିବ । ଏହାପରେ 1 ଇଞ୍ଚ ଲମ୍ବର ଏକ ଅଦା ଦରକାର ପଡିବ । ତାପରେ ଅଧା ଚାମଚ ଜୁଆଣୀ, 5 ରୁ 6 ଟି ଲବଙ୍ଗ, ହାପ ଇଞ୍ଚର ଖଣ୍ଡେ ଡାଲଚିନି ଖଣ୍ଡ, 6 ରୁ 7 ଟି ରଶୁଣ ପାଖୁଡା ଓ ଶେଷରେ 1 ଚାମଚ ମେଥି ଦାନାର ଆବଶ୍ୟକ ପଡିବ । ତେବେ ବନ୍ଧୁଗଣ ଆପଣଙ୍କୁ କହିବା ପାଇଁ ଯାଉଥିବା ଏହି ଚମତ୍କାରୀ ତେଲ ପାଇଁ ଆପଣଙ୍କୁ ଆପଣଙ୍କୁ ଏହି ଉପୋରୋକ୍ତ କୁହାହାଯାଇଥିବା ସାମଗ୍ରୀମାନର ଦରକାର ପଡିବ ।
ତାପରେ ଅଦାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ । ରଶୁଣର ଚୋପା ଛଡାଇ ତାହାକୁ ମଧ୍ୟ କାଟିକି ରଖନ୍ତୁ । ଲବଙ୍ଗକୁ ମଧ୍ୟ ଭଲ ଭାବେ ଗୁଣ୍ଡ କରି ରଖନ୍ତୁ । ପ୍ରଥମେ ଗ୍ଯାସରେ କଢେଇ ବସାଇ ସେଥିରେ ସୋରିଷ ତେଲ ପକାନ୍ତୁ । ତାପରେ ସେଥିରେ କାଟିକି ରଖିଥିବା ଅଦାକୁ ପକାଇ ଦିଅନ୍ତୁ ।
ତାପରେ ସେଥିରେ କଟା ହୋଇ ରହିଥିବା ରଶୁଣକୁ ଆଡ୍ କରନ୍ତୁ । ତାପରେ ତେଲରେ ମେଥି ଦାନାକୁ ପକାନ୍ତୁ । ତାପରେ ସେଥିରେ ଜୁଆଣୀକୁ ଆଡ୍ କରନ୍ତୁ । ତାପରେ ଡାଳଚିନୀ ଖଣ୍ଡ ପକାଇ ପାରିବେ । ନଚେତ ଡାଲଚିନୀକୁ ଗୁଣ୍ଡ କରି ମଧ୍ୟ ସେଥିରେ ପକାଇ ପାରିବେ ।
ତାପରେ 2 ରୁ 3 ମିନିଟ ଧିମା ଆଞ୍ଚରେ ଏହି ତେଲକୁ ଫୁଟାଇବା ପରେ ପୂର୍ବରୁ ରଖିଥିବା ଲବଙ୍ଗ ଗୁଣ୍ଡକୁ ମିଶାଇ ଦିଅନ୍ତୁ । ପୁଣି 2 ରୁ 3 ମିନିଟ ଫୁଟାଇବା ପରେ ତାହାକୁ ଗ୍ଯାସ ବନ୍ଦ କରି ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ । ଥଣ୍ଡା ହେବା ପରେ ଛାଣିକି ଅନ୍ୟ ଏକ ପାତ୍ରକୁ ନେଇ ଆସନ୍ତୁ । ଯେଉଁ ବ୍ୟକ୍ତିଙ୍କର ଯେଉଁ ସ୍ଥାନରେ ଯନ୍ତ୍ରଣା ଅନୁଭୂତ ହେଉଥିବ । ସେମାନେ ଏହି ତେଲକୁ ସେଠାରେ ଲଗାଇ ଭଲ ଭାବେ ମାଲିସ କରନ୍ତୁ ।
ତାପରେ ଯଦି ଚାହିଁବେ, ସେଥିରେ କପଡା ଗୁଡାଇ ରାତି ସାରା ଶୋଇ ପଡନ୍ତୁ । ଏଥିରୁ ଆପଣଙ୍କୁ ବହୁତ ଆରମ ମିଳିବ । ଦେଖିବେ ଏହା ଦ୍ଵାରା ଆପଣଙ୍କୁ ବହୁତ ଆରମ ମିଳିବ । ପୋଷ୍ଟଟି ଭଲ ଲାଗିଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ