ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଜଣା ଓ ଅଜଣା କଥା ଗୁଡିକର ସମାହାରକୁ ସାଧାରଣ ଜ୍ଞାନ ବା ଜେନେରାଲ ନଲେଜ କୁହାଯାଇଥାଏ । ତେବେ ଏହିପରି ଜ୍ଞାନ ମଧ୍ୟ ସମସ୍ତଙ୍କୁ ଜାଣିବାର ଆବଶ୍ୟକତା ରହିଥାଏ । କାରଣ ଜ୍ଞାନ ଜୀବନରେ ବହୁତ କିଛି କରିବାର ବାଟ ମଧ୍ୟ ଦେଖା ଥାଏ । ତେବେ ଚାଲନ୍ତୁ ଆଉ ସମୟ ବିଳମ୍ବ ନକରି ଶୀଘ୍ର ଶୀଘ୍ର କିଛି ଗୁଡିଏ ଜ୍ଞାନପୂର୍ଣ୍ଣ ତଥ୍ୟ ସମ୍ପର୍କରେ ଆଲୋଚନା କରିନେବା ।
୧;- ଆମ ଶରୀର କେଉଁ ଅଙ୍ଗ ମରିବା ପର୍ଯ୍ୟନ୍ତ ବଢି ପାରେ ?
ଉତ୍ତର;- ଆମ ଶରୀରର ନାକ ମରିବା ପର୍ଯ୍ୟନ୍ତ ମଧ୍ୟ ବଢି ପାରେ ।
୨;- କେଉଁ ଜୀବ ମାତ୍ର ୧୬ ମିନିଟ ପର୍ଯ୍ୟନ୍ତ ଶୋଇଥାଏ ?
ଉତ୍ତର;- ପିମ୍ପୁଡି ଭଳି ଜୀବ ମାତ୍ରା ୧୬ ମିନିଟ ପର୍ଯ୍ୟନ୍ତ ଶୋଇଥାଏ ।
୩;- କେବେ ଓଡିଶାର ରାଜଧାନୀ କଟକ ରୁ ଭୁବନେଶ୍ବର ହୋଇଥିଲା ?
ଉତ୍ତର;- ୧୯୪୮ ମସିହାରେ ଓଡିଶାର ରାଜଧାନୀ କଟକ ରୁ ଭୁବନେଶ୍ବର ହୋଇଥିଲା ।
୪;- ଭାରତର କେଉଁ ରାଜ୍ୟରେ ସ୍ଵାଧୀନତା ପରେ ଗୋଟିଏ ବି ହ-ତ୍ୟା ନାହିଁ ?
ଉତ୍ତର;- ଭାରତର ସିକିମ ରାଜ୍ୟ ସ୍ଵାଧୀନତା ପରେ ଗୋଟିଏ ମଧ୍ୟ ହ-ତ୍ୟା ହୋଇ ନାହିଁ ।
୫;- ଭାରତର ୧୪ ତମ ପ୍ରଧାନ ମନ୍ତ୍ରୀ କିଏ ?
ଉତ୍ତର;- ଭାରତର ୧୪ ତମ ପ୍ରଧାନ ମନ୍ତ୍ରୀ ହେଉଛନ୍ତି ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀ ।
୬;- ଭାରତର ସବୁଠାରୁ ଛୋଟ ରାଜ୍ୟ କେଉଁଠି ?
ଉତ୍ତର;- ଭାରତର ସବୁଠାରୁ ଛୋଟ ରାଜ୍ୟ ହେଉଛି ଗୋଆ ।
୭;- ଓଡିଶାରେ ଦିଆସିଲି କାରଖାନା କେଉଁଠାରେ ଅଛି ?
ଉତ୍ତର;- ଓଡିଶାରେ ଡିଆସିଲି କାରଖାନା ଅନୁଗୁଳ ଠାରେ ରହିଅଛି ।
୮;- ପଟ୍ଟଚିତ୍ର ପାଇଁ ଓଡିଶାର କେଉଁ ସ୍ଥାନ ପ୍ରସିଦ୍ଧି ଲାଭ କରିପାରିଛି ?
ଉତ୍ତର;- ପଟ୍ଟଚିତ୍ର ପାଇଁ ଓଡିଶାର ପୁରୀ ଜିଲ୍ଲାର ରଘୁରାଜପୁର ସ୍ଥାନଟି ପ୍ରସିଦ୍ଧି ଲାଭ କରିପାରିଛି ।
୯ ;-ମଣିଷ ନଶୋଇ କେତେ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ ?
ଉତ୍ତର;- ମଣିଷ ନଶୋଇ ୧୧ ଦିନ ପର୍ଯ୍ୟନ୍ତ ବଞ୍ଚି ପାରିବ । ଏହାପରେ ମନୁଷ୍ୟର ସ୍ଵାସ୍ଥବସ୍ତା ସଙ୍କଟାପର୍ଣ୍ଣ ହେବାର ସମ୍ଭାବନା ଅଧିକ ରହିଥାଏ ।
୧୦;- ଗୋପାଳପୁର ସମୁଦ୍ର ବେଳାଭୂମୀ ଓଡିଶାର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉତ୍ତର;- ଗୋପାଳପୁର ସମୁଦ୍ର ବେଳାଭୂମୀ ଓଡିଶାର ଗଞ୍ଜାମ ଜିଲାରେ ଅବସ୍ଥିତ ଅଛି ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ରହି ନୂଆ ନୂଆ ଜ୍ଞାନପୂର୍ଣ୍ଣ ତଥ୍ୟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ