ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଆମ ରାଜ୍ୟ ଓଡିଶା ହେଉଛି ସସ୍କୃତି ଓ ପରମ୍ପରା ସମ୍ପର୍ଣ୍ଣ ଦେଶ । ତେବେ ଏହି ଓଡିଶାରେ ବହୁ ଗୁଡିଏ ଢଗଢମାଳୀ ପ୍ରଚଳିତ ରହିଛି । ଯାହା ସାଧାରଣତଃ ଆମ ଓଡିଶା ଭଳି ପ୍ରଦେଶରେ ବହୁ ମାତ୍ରାରେ ହିଁ ପ୍ରଚଳିତ ତଥା ବ୍ୟବହୃତ ଲୋକ ମାନଙ୍କ ମୁଖରେ ହୋଇଥାଏ । ଚାଲନ୍ତୁ ସେହିପରି କିଛି ଅତି ଚତୁର ପ୍ରଶ୍ନର ଉତ୍ତର ସମ୍ବଦ୍ଧରେ ଆଲୋଚନା କରିବା । ଯାହାକୁ ଆମେ ଢଗଢମାଳୀ ମଧ୍ୟ କହିଥାଉ ।
୧;- ଏମିତି କେଉଁ ଟେବୁଲ ଅଛି ଯାହାକୁ ଆମେ ଖାଇଥାଉ ?
ଉତ୍ତର;- ଭେଜିଟେବୁଲ ଯାହାକୁ ଆମେ ଖାଇଥାଉ ।
୨;-ତାହା କେଉଁ ଜିନିଷ ଅଛି ଯାହା ଫ୍ରିଜରେ ରହିଲେ ମଧ୍ୟ ଗରମ ରହିଥାଏ ?
ଉତ୍ତର;- ଗରମ ମସଲା ଫ୍ରିଜରେ ରହିଲେ ମଧ୍ୟ ଗରମ ରହିଥାଏ ।
୩;-କାହାର ଡେଣା ନଥିଲେ ମଧ୍ୟ ସେ ଉଡିପାରେ ?
ଉତ୍ତର;- ଗୁଡିର ଡେଣା ନଥିଲେ ସେ ମଧ୍ୟ ଉଡିପାରେ ।
୪;- ତାହା କେଉଁ ଜିନିଷ ଯାହାକୁ ଝିଅ ମାନେ ବର୍ଷରେ ଥରେ ହିଁ କିଣିଥାନ୍ତି ?
ଉତ୍ତର;- ରାକ୍ଷୀକୁ ଝିଅ ମାନେ ବର୍ଷକୁ ଥରେ ମାତ୍ର ହିଁ କିଣିଥାନ୍ତି ।
୫;- କିଏ ପାଣି ପିଇବା ମାତ୍ରେ ମରିଯାଇଥାଏ ?
ଉତ୍ତର;- ପାଣି ପିଇବା ମାତ୍ରେ ଶୋଷ ମରିଯାଇଥାଏ ।
୬;- ଅଇଲା ଲୋ ମା ଟକଳି ଦିଅଁକୁ ଖାଇଲା, ଦେବତା ଖାଇଲା ଆହୁରି ଖାଇବ ଖଟୁଲି ?
ଉତ୍ତର;- ଦେବତା ଖାଇଲା ଆହୁରି ଖାଇବ ଖଟୁଲି ହେଉଛି ନିଆଁ ।
୭;- ଗଛଟି ଲଣ୍ଡା ତା’ ଉପରେ ବସି ରହିଛି ଫକିର ପଣ୍ଡା ?
ଉତ୍ତର;- ଗଛଟି ଲଣ୍ଡା ତା’ ଉପରେ ବସିଛି ଫକିର ପଣ୍ଡା ଅର୍ଥାତ ଚୁଲି ଉପରେ ହାଣ୍ଡି ।
୮;-ଏମିତି ଏକ ନାମ କୁହ ଯେଉଁଥିରେ ତାଲା ଓ ଚାବି ୨ଟି ଯାକ ରହିଛି ?
ଉତ୍ତର;- ଲକି (Lock+Key) ଏଥିରେ ୨ ଟି ଯାକ ନାମ ରହିଛି ।
୯ ;-ଗାଈ କ୍ଷୀର ଦିଏ, କୁକୁଡା ଅଣ୍ଡା ଦିଏ ସେ କିଏ ଯିଏ 2ଟି ଯାକ ଦିଏ ?
ଉତ୍ତର;-ଗାଈ କ୍ଷୀର ଓ କୁକୁଡା ଅଣ୍ଡା ଦେଇଥାଏ, ହେଲେ ଦୋକାନୀ ୨ ଟି ଯାକ ଦେଇଥାଏ । ।
ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଏହିପରି ଆହୁରି ମଜାଳିଆ ଢଗଢମାଳୀ ଭଳି ଅନେକ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରିବାକୁ ଜମାରୁ ମଧ୍ୟ ଭୁଲନ୍ତୁ ନାହିଁ । ଧନ୍ୟବାଦ