ଓଡିଶା ଦେଖିବ ଶାହ-ନବୀନ ଙ୍କ ଲଢେଇ ! କିଏ ମାରିବ ବାଜି ? Amit Shah ନା Naveen Patnaik ?

ନମସ୍କାର ବନ୍ଧୁଗଣ, ଆସନ୍ତା ବର୍ଷ ହେବାକୁ ଯାଉଛି ଇଲେକ୍ସନ ବଦଳିବାକୁ ଯାଉଛନ୍ତି ନେତା । ଗଠନ ହେବାକୁ ଯାଉଛି ଏକ ନୂତନ ସରକାର । ଏଥିପାଇଁ ସବୁଆଡେ ମାହୋଲ ଗରମ ରହିଛି । ପଦବୀ ଉପରେ ନିଜର ଅକ୍ତିଆର ରଖିବାର ପ୍ରୟାସରେ ଏବେ ଠାରୁ ଲାଗିପଡିଛନ୍ତି ସବୁ ଦଳ । ତେବେ ଆସନ୍ତା ବର୍ଷ ହେବାକୁ ଥିବା ନିର୍ବାଚନ କେଉଁ ମୋଡ ନେବ କେଉଁ ନୂତନ ସରକାର ଗଠନ ହେବ ଏହିସବୁ ରାଜନୈତିକ ପ୍ରଶ୍ନ ଉଠୁଥିବା ବେଳେ ଗୃହମନ୍ତ୍ରୀ ଅମିତ ଶାହା ଓଡିଶା ଗ୍ରସ୍ତ ହେବାର ଖବର ଆସି ପହଞ୍ଚିଚି । ଯାହା ନିର୍ବାଚନର ମୋଡକୁ ଆଉ ଏକ ଆଡକୁ ଟାଣୁଛି ।

ଲୋକଙ୍କ ମନ ଜିଣିବା ନିମନ୍ତେ ସମସ୍ତ ରାଜନୈତିକ ଡାଳ ଅନେକ ପ୍ରକାର ଯୋଜନା ମଧ୍ୟ ଆରମ୍ଭ କରିସାରିଲେଣି । ନେତା ମାନେ ଆସି ପ୍ରତିସୂତିର ସୁଅ ଛୁଟାଇବେ । ଲୋକଙ୍କୁ ନୂଆ ନୂଆ ସ୍ଵପ୍ନ ଦେଖାଇବେ ପାର୍ଥୀ । କେନ୍ଦ୍ରସରକାରଙ୍କ ସଫଳତା ବିଜେପି ବଖାଣିବା ବେଳେ ରାଜ୍ୟର ସଫଳତା କହିବ ବିଜେଡି । ବିଜୁ ବାବୁଙ୍କ ମାନ ସମ୍ମାନ ଖ୍ୟାତିକୁ ସାଙ୍ଗରେ ନେଇ ବିଜେଡି ଗ୍ରାମ ଗ୍ରାମ ବୁଲି ଲୋକଙ୍କ ନିକଟର ହେବ ।

ଆଉ ବିଜେପି ଧରିବ ମୋଦୀଙ୍କ ନାରା । ବିଜେଡିର ଭାର ସମ୍ଭାଳିବେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ବିଜେପିର ଭାର ସମ୍ଭାଳିବେ ଗୃହମନ୍ତ୍ରୀ ଅମିତ ଶାହା । ନିର୍ବାଚନ ପୂର୍ବରୁ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଦୁଇ ଦଳ ଜୋରସୋରରେ କରିବେ ପ୍ରୟାସ । ପରସ୍ପର ଦଳ ପଛରେ ଥିବା ସତକୁ ସାମ୍ନାକୁ ଆଣିବାର ପ୍ରୟାସରେ ଲାଗିବେ ସମସ୍ତେ ।

ସବୁଆଡେ ଚାଲିବ ଯୁକ୍ତି ତର୍କ ଆଉ ଭାଷଣ । କେଉଁଠି ବିଜେପିର ନାର ଶୁଭିବଣି ତ କେଉଁଠି ବିଜେଡିର ନାର । ଏହା ଭିତରେ ନିର୍ବାଚନ ପାଇଁ ସରଗରମ ରହିବ ରାଲି ଯାତ୍ରା । ଦଳର ନିର୍ବାଚନ ତଦାରଖ ପାଇଁ ଖାସ କରି ଆସିବାକୁ ଯାଉଛନ୍ତି ଗୃହମନ୍ତ୍ରୀ ଅମିତ ଶାହା ଓଡିଶା । ଗତ ବର୍ଷର ଭୁଲକୁ ଶିକ୍ଷା କରି ଦଳ ଆଗକୁ ବଢିବାର ଆଶା ବାନ୍ଧିଛି ବିଜେପି ।

ଆଗାମୀ 26 ତାରିଖରେ ଅମିତ ଶାହା ଓଡିଶା ଆସିବାକୁ ଯାଉଥିବା ବେଳେ ଆଗରୁ ଏଭଳି ଚର୍ଚ୍ଚା ଚାଲିଲାଣି ଓଡିଶାରେ । ଆଗକୁ ନିର୍ବାଚନ ପାଇଁ ଆଉ କେଉଁ ସବୁ ଚର୍ଚ୍ଚା ଆରମ୍ଭ ହେବାକୁ ଯାଉଛି ତାହା ପରେ ନିଶ୍ଚୟ ଜଣାପଡିବ । ତେବେ ଏହା ସମ୍ପର୍କରେ ଆପଣ ମାନଙ୍କର ମତାମତ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *