ଏପ୍ରିଲ ପହିଲାରୁ ବାଧ୍ୟତାମୂଳକ ହେଲା ହଲ୍‌ମାର୍କ ସୁନା ବିକ୍ରି ! ଆପଣଙ୍କ ପାଖରେ ପୁରୁଣା ସୁନା ଥିଲେ ଜାଣି ରଖନ୍ତୁ ନୂଆ ନିୟମ

ନମସ୍କାର ବନ୍ଧୁଗଣ, ସୁନାକୁ ନେଇ ଆସିଛି ଏକ ବଡ ଖବର ଯାହା ଗ୍ରାହକଙ୍କ ପାଇଁ ଲାଭଦାୟୀ ତ ରହିବ କିନ୍ତୁ ଏକ ବଡ ପ୍ରଶ୍ନ ମଧ୍ୟ ସୃଷ୍ଟି କରିବା । ନୂଆ ସୁନା ତ ଆପଣ ନୂଆ ନିୟମ ଅନୁଯାୟୀ ସହଜରେ କିଣିପାରିବେ । କିନ୍ତୁ ପୁରୁଣା ସୁନା ତଥା 22 କ୍ୟାରେଟ ସୁନା ଆପଣଙ୍କ ପାଖରେ ଥିଲେ ତାହାକୁ ଆପଣ କଣ କରିବେ । ସୁନା ଦୋକାନୀକୁ ତାହା ବଦଳାଇ ପାରିବେ କି ନାହିଁ  ଏଥିପାଇଁ ନୂଆ ନିୟମରେ କଣ ରହିଛି ବ୍ୟବସ୍ତା ଏହା ସମ୍ପର୍କରେ ଆଉ ଡେରି ନକରି ଆସନ୍ତୁ ଜାଣିବା ।

ନୂଆ ନିୟମ ଅନୁଯାୟୀ ଏପ୍ରିଲ 1 ତାରିଖ ଠାରୁ ସୁନା ଦୋକାନରେ କେବଳ ହଲମାର୍କା ସୁନା ହିଁ ବିକ୍ରି ହେବ । ଏହି ନିୟମକୁ ସମ୍ପୂର୍ଣ କଡାକଡି କରାଯିବ । ଆଉ ବଜାରକୁ 22 କ୍ୟାରେଟ ସୁନା ଆସିବ ନାହିଁ କିମ୍ବା କେହି ଏହାକୁ ରଖିବେ ନାହିଁ । ଏହି ନିୟମ ଜାରି ହେବା ପରେ ଯେଉଁମାନେ ପୁରୁଣା ସୁନା ରଖିଥିବେ ତାଙ୍କ ମନରେ ଏକ ବଡ ପ୍ରଶ୍ନ କି ସେ ସେହି ପୁରୁଣା ସୁନାର କରିବେ କଣ ।

ନୂଆ ସୁନା କିଣିବା ପାଇଁ ହେଲେ କେବଳ ହଲମାର୍କା ହିଁ ଜରୁରୀ । ପୁରୁଣା ସୁନାରେ ହଲମାର୍କା କରାଇହେବା । BIS ରେଜେଷ୍ଟ୍ରି ଜୁଏଲର ପାଖକୁ ଯାଇ ହଲମାର୍କା ମିଳିପାରିବ । ସୁନାର ଶୁଦ୍ଧତା ଯାଞ୍ଚ କରିବା ପରେ ହଲମାର୍କା ମିଳିଥାଏ । ସୁନାକୁ ହଲମାର୍କା କରିବା ପାଇଁ ୩୫ ଟଙ୍କା ଚାର୍ଜ ଦେବାକୁ ପଡିବ । ଏହିସବୁ ନୂଆ ନିୟମ ଲାଗୁ ହେବାକୁ ଯାଉଛି ଏପ୍ରିଲ ୧ ତାରିଖ ଠାରୁ ।

ବିନା ହଲମାର୍କା ସୁନାକୁ ଆପଣ ବିକ୍ରି କରି ନୂଆ ସୁନା ଆଣିପାରିବେ ଏବଂ ତାହାକୁ ବଦଳ ମଧ୍ୟ କରିହେବ । ତେଣୁ ଆପଣଙ୍କ ପାଖରେ ରହିଥିବା ପୁରୁଣା ସୁନା ନଷ୍ଟ ହେବ ନାହିଁ । ସେହି ସୁନା ବଦଳରେ ଆପଣ ନୂଆ ସୁନା ପାଇପାରିବେ । ପୂର୍ବ ଅପେକ୍ଷା ଆପଣ ସାମାନ୍ୟା ଅଧିକ ଦାମରେ ଖାଣ୍ଟି ସୁନା ପାଇପାରିବେ ।

ପୂର୍ବରୁ ଆପଣ ଟଙ୍କା ଦେଇ ମଧ୍ୟ ଖାଣ୍ଟି ସୁନା ପାଉନଥିଲେ । କିନ୍ତୁ ଏବେ ଆପଣଙ୍କୁ ସୁନା ଖାଣ୍ଟି ବୋଲି ପ୍ରମାଣର ସହ ମିଳିବ । ଆଉ କେହି ଚାହିଁଲେ ବି ଆପଣଙ୍କୁ ଠକି ପାରିବେ ନାହିଁ । ତେବେ ଏହା ସମ୍ପର୍କରେ ଆପଣ ମାନଙ୍କର କଣ ମତ ରହିବ ତାହା ଆମକୁ କମେଣ୍ଟ ମାଧ୍ୟମରେ ନିହାତି ଭାବରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *