ବନ୍ଧୁଗଣ, ସାଧାରଣତଃ ସବୁଠାରେ ଇଂରାଜୀ ନବବର୍ଷ କୁ ଧୂମଧାମରେ ପାଳନ କରାଯାଉଥିବା ବେଳେ କେନ୍ଦୁଝର ଜିଲ୍ଲା ଯୋଡା ପୌରାଞ୍ଚଳ ସରକାରୀ ଡାକ୍ତର ଖାନାରେ ମଧ୍ୟ ଧୂମଧାମରେ ପାଳନ କରାଯାଉଥିଲା ଏହି ନୂତନ ନବବର୍ଷ କୁ । ଡାକ୍ତର ଖାନାରେ କାମ କରୁଥିବା ସମସ୍ତ ଡାକ୍ତର ଡାକ୍ତରାଣୀ ଏବଂ କର୍ମଚାରୀ ମାନେ ମିଶି କରୁଥିଲେ ଗେଟ ଟୁଗେଦର । ଏଥିରେ ଯୋଗ ଦେଇଥିଲେ ଡାକ୍ତର ଶୁଭଶ୍ରୀ କର ।
ନୂଆ ବର୍ଷ କୁ ସ୍ଵାଗତ କରିବା ପାଇଁ ଡାକ୍ତର ଖାନାରେ ଯେଉଁ ଭୋଜିଭାତର ଆୟୋଜନ କରାଯାଇଥିଲା । ତାହା ଶେଷ ହେବା ବେଳକୁ ରାତି 2 ଟା ବାଜି ଯାଇଥିଲା । ଆଉ ଏହାପରେ କ୍ଵାଟର କୁ ଫେରିଥିଲେ ଡାକ୍ତର ଶୁଭଶ୍ରୀ କର । ମାତ୍ର ସକାଳୁ ବହୁତ ବିଳମ୍ବ ପର୍ଯ୍ୟନ୍ତ ସେ କବାଟ ଖୋଲି ନଥିଲେ । ସାକାଳ ଯାଇ ସନ୍ଧ୍ୟା ହେଲା । ସାଥି କର୍ମଚାରୀ ମାନେ ସନ୍ଦେହ କରି ପୋଲିସ କୁ ଖବର ଦେଇଥିଲେ ।
ଏହାପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଦେଖିଲା ବେଳକୁ ଆଉ ଦୁନିଆରେ ନଥିଲେ ଡାକ୍ତର ଶୁଭଶ୍ରୀ କର । ତେବେ ଏହି ଅଘଟଣ ଟି ଘଟିଛି ଯୋଡା ସହରର, ସରକାରୀ ଗୋଷ୍ଠୀ କେନ୍ଦ୍ରରେ । ସେହି ସ୍ୱାସ୍ଥ୍ୟ କେନ୍ଦ୍ରର ଉପର କ୍ଵାଟରରୁ ମିଳିଥିଲା ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତଦେହ । ଶୁଭଶ୍ରୀ ଙ୍କ ଘର କଟକ ରେ ଅବସ୍ଥିତ । ଗତ ଏପ୍ରିଲ ମାସ ଠାରୁ ସେ ଗୋଷ୍ଠୀ କେନ୍ଦ୍ରରେ ଡାକ୍ତର ଭାବରେ କାମ କରୁଥିଲେ ।
ବନେଇକଳାର ଡାକ୍ତର ଖାନା ଏକ ଭଡାଘରେ ଚାଲୁଥିଲା । ତଳେ ରୋଗୀ ସେବା ହେଉଥିବା ବେଳେ ଉପର ମହଲା କୁ କ୍ଵାଟର୍ସ ଭାବରେ ବ୍ୟବହାର କରାଯାଉଥିଲା । ନୂଆବର୍ଷରେ ଭୋଜି ଖାଇ ସମସ୍ତେ ଖୁସିରେ ଥିଲେ 2 ଟା ରାତିରେ ନିଜ କ୍ଵାଟର କୁ ଫେରିଥିଲେ ଶୁଭଶ୍ରୀ କର ମାତ୍ର ଏଭଳି କଣ ହେଲା ଯେ ସକାଳୁ ଆଉ କବାଟ ଖୋଲି ନଥିଲା ତାଙ୍କର । ଅପରାହ୍ନ ପର୍ଯ୍ୟନ୍ତ କବାଟ ନ ଖୋଲିବାରୁ ସନ୍ଧାନ କରିବା ଲାଗି କର୍ମଚାରୀ ଗଲେ ।
ଏହାପରେ ଯୋଡା ଥାନା କୁ ଖବରେ ଦେଲେ ପୋଲିସ ଆସି କବାଟ ଭାଙ୍ଗିଲା । ଏହାପରେ ପୋଲିସ ଦେଖିବାକୁ ପାଇଲେ ଯେ ଖଟ ଉପରେ ପଡିଛି ଡାକ୍ତର ଶୁଭଶ୍ରୀ କର ଙ୍କ ମୃ-ତ ଦେହ । ଶବ ବ୍ୟବଛେଦ ପାଇଁ ପୋଲିସ ଡାକ୍ତର ଖାନା କୁ ପଠାଇଛି । ବର୍ତ୍ତମାନ ରିପୋର୍ଟ ଆସିବା ପରେ ହିଁ ଏଭଳି ହଠାତ ଶୁଭଶ୍ରୀ ଙ୍କ ସହିତ କ’ଣ ଘଟିଲା ତାହା ସ୍ପଷ୍ଟ ହୋଇ ପାରିବ । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।